Posted inଜାତୀୟ

ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ

ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍‌ ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ମିଳନ ହୋଇପାରିବେ। ଏହି କଳ୍ପନାଜଳ୍ପନା ପରେ, ମହାରାଷ୍ଟ୍ରର ରାଜନୀତି ପୁଣି ସରଗରମ ହୋଇପଡ଼ିଛି। ବର୍ତ୍ତମାନ ଏନସିପି ରାଜ୍ୟ ସଭାପତି ସୁନୀଲ ତଟକରେ ଉଭୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମିଶ୍ରଣ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଦୁଇ ଏନସିପି ମଧ୍ୟରେ କୌଣସି ଆଲୋଚନା ଚାଲିନାହିଁ।
ସୁନୀଲ ଦାବି କରିଛନ୍ତି, ଏବେ ଆମେ ଏନଡିଏ (ମହାୟୁତି)ରେ ଅଛୁ ଏବଂ ଏଠାରେ ରହିବାକୁ ସଂକଳ୍ପ ନେଇଛୁ। ଏନଡିଏରେ ଆମର ଅଂଶଗ୍ରହଣ ସ୍ପଷ୍ଟ। ଆଜି କୌଣସି ସମସ୍ୟା ନାହିଁ, କିନ୍ତୁ ଯଦି ଏପରି କୌଣସି ସମସ୍ୟା ଆଗକୁ ହେବ ତେବେ ଆମେ ବରିଷ୍ଠ ଭାଜପା ନେତାଙ୍କ ସହ ଆଲୋଚନା କରିବୁ ଏବଂ ତା’ପରେ ହିଁ ନିଷ୍ପତ୍ତି ନିଆଯିବ। ଦାଦା ଏବଂ ପୁତୁରାଙ୍କୁ ଅନେକ ଥର ଏକାଠି ଦେଖାଯାଇଛି। ଉଭୟ ସମୟ ସମୟରେ ସାକ୍ଷାତ କରିଥାଆନ୍ତି କିନ୍ତୁ ମିଶ୍ରଣ ଆଲୋଚନା କେବେବି ଅଧିକ ଗତି ପାଇ ନ ଥିଲା। ପାରିବାରିକ କାର୍ଯ୍ୟକ୍ରମରେ କିମ୍ବା କୌଣସି ରାଜନୈତିକ କାର୍ଯ୍ୟକ୍ରମରେ, ଉଭୟ ନେତାଙ୍କୁ ଗୋଟିଏ ଫ୍ରେମରେ ଏବଂ ଗୋଟିଏ ମଞ୍ଚରେ ଦେଖାଯାନ୍ତି। ତଥାପି, ଅବିଭକ୍ତ ଏନସିପି ପୁଣି ଥରେ ସମାନ ରୂପରେ ଫେରିବାର ସମ୍ଭାବନା କମ। ଶରଦ-ଅଜିତ ପାୱାର ଦୁଇ ବର୍ଷ ପାଇଁ ଅଲଗା ଅଛନ୍ତି ଶରଦ ପାୱାର ଦୀର୍ଘ ଦିନ ଧରି କଂଗ୍ରେସରେ ଥିଲେ ଏବଂ ତା’ପରେ୧୯୯୯ ମସିହାରେ ସେ ଜୁନ ୧୦ରେ ତାଙ୍କର ନୂତନ ଦଳ ଗଠନ କରିଥିଲେ। ଏହି ବର୍ଷ ଜୁନ ୧୦ରେ ପ୍ରତିଷ୍ଠା ଦିବସ ପାଳନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଜିତ ଏବଂ ଶରଦ ଉଭୟ ଗୋଷ୍ଠୀ ଏହି ସମାରୋହ ପାଇଁ ପୁଣେକୁ ବାଛିଥିଲେ। କିନ୍ତୁ, ୧୯୯୯ରୁ କାକାଙ୍କ ସହିତ ରହିବା ପରେ, ଜୁଲାଇ ୨୦୨୩ରେ, ଅଜିତ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମହାୟୁତିର ଅଂଶ ହୋଇଥିଲେ। ଦାଦାଙ୍କଠାରୁ ବିଦ୍ରୋହ ଏବଂ ଭାଜପାକୁ ସମର୍ଥନ କରିବା ପରେ, ଅଜିତଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ମାନ୍ୟତା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri