ଡାଟା ଲିକ୍‌ କରି ଫସିଲେ ଏହି ୨ ପ୍ରସିଦ୍ଧ YouTuber, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆପଲ୍‌

ଓ୍ବାଶିଂଟନ,୧୯ା୭: ବିଶ୍ୱର ସର୍ବବୃହତ ଟେକ୍‌ କମ୍ପାନୀ ଆପଲ ପ୍ରସିଦ୍ଧ YouTuber ଜନ ପ୍ରୋସର୍‌ ଏବଂ ମାଇକେଲ ରାମାସିଓଟିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କମ୍ପାନୀ ଆମେରିକାର କାଲିଫର୍ନିଆର ଏକ କୋର୍ଟରେ ମାମଲା ଦାୟର କରିଛି। କମ୍ପାନୀ ଅଭିଯୋଗ କରିଛି ଯେ, ସେମାନେ ଉଭୟ iOS-୨୬ର ସିକ୍ରେଟ୍‌ ଫିଚର ଚୋରି କରି ଏହାକୁ ସାର୍ବଜନୀନ କରିଛନ୍ତି।

ଆପଲ ଅନୁଯାୟୀ, ମାଇକେଲ ରାମାସିଓଟି ଜଣେ Apple କର୍ମଚାରୀଙ୍କ ଫୋନରୁ iOS-୨୬ ସହ ଜଡ଼ିତ ଗୁପ୍ତ ବିବରଣୀ ଚୋରି କରିଥିଲେ। ଏହା ପରେ ସେ YouTuber ଜନ ପ୍ରୋସରଙ୍କୁ ସେହି ସୂଚନା ଦେଇଥିଲେ, ଯିଏ ତାଙ୍କ ଚ୍ୟାନେଲ ଫ୍ରଣ୍ଟ୍‌ ପେଜ୍‌ ଟେକ୍‌ରେ ଏକ ଭିଡିଓ ମାଧ୍ୟମରେ ଏହା ଉପସ୍ଥାପନ କରିଥିଲେ।

ଏକ ବିବୃତ୍ତିରେ ଜନ କହିଛନ୍ତି, ସେ ଜାଣିଶୁଣି କିଛି ଚୋରି କରିନାହାନ୍ତି, କିମ୍ବା ସେ ଜାଣି ନାହାନ୍ତି ଯେ, ଏହି ସୂଚନା କେଉଁଠାରୁ ଆସିଛି। ସେ କୋର୍ଟରେ ତାଙ୍କର ସତ୍ୟ ଉପସ୍ଥାପନ କରିବେ।

ଜନ ପ୍ରୋସେର ଜଣେ ପ୍ରସିଦ୍ଧ ଟେକ୍‌ YouTuber ଯିଏ ଆପଲ ଉତ୍ପାଦ ଏବଂ ଅପଡେଟ୍‌ ବିଷୟରେ ଲିକ୍‌ ହୋଇଥିବା ସୂଚନା ପ୍ରଥମେ ଶେୟାର କରିଥିଲେ। ଜାନୁଆରୀରେ ମଧ୍ୟ ସେ iOS-୨୬ ସହ ଜଡ଼ିତ ସୂଚନା ବିଷୟରେ ପ୍ରଥମଥର ପାଇଁ ବିଶ୍ୱକୁ ଜଣାଇଥିଲେ।

ଆପଲ ଅନୁଯାୟୀ, ପ୍ରୋସେର ରାମାସିଓଟିଙ୍କୁ ଆଇଫୋନ ଆକ୍ସେସ କରିବାକୁ କହିଥିଲେ ଯାହା ଜଣେ ଆପଲ ଇଞ୍ଜିନିୟରଙ୍କ ଡିଭାଇସ ଥିଲା। ରିପୋର୍ଟ ଅନୁଯାୟୀ, ଟଙ୍କାର ଆବଶ୍ୟକତା ଯୋଗୁ ରାମାସିଓଟି ଏହି ସୂଚନା ଚୋରି କରିଥିଲେ ଏବଂ ଫେସ୍‌ଟାଇମ୍‌ କଲ୍‌ରେ ପ୍ରୋସେରଙ୍କୁ ଦେଖାଇଥିଲେ। ପ୍ରୋସେର କଲ୍‌ ରେକର୍ଡ କରିଥିଲେ ଏବଂ ଏକ ଭିଡିଓ ତିଆରି କରିଥିଲେ ଏବଂ ଏହାକୁ ତାଙ୍କ ଚ୍ୟାନେଲରେ ଅପଲୋଡ୍‌ କରିଥିଲେ, ଯାହା ତାଙ୍କୁ ବିଜ୍ଞାପନରୁ ମଧ୍ୟ ରୋଜଗାର କରିଥିଲା।

iOS-୨୬ର ଏହି ଫିଚରଗୁଡ଼ିକ ପ୍ରୋସେରଙ୍କ ଭିଡିଓରେ ପ୍ରକାଶିତ ହୋଇଥିଲା, ନୂଆ କ୍ୟାମେରା ଆପ୍‌ ଯେଉଁଥିରେ ଫଟୋ ଏବଂ ଭିଡିଓ ମୋଡ୍‌ ପରିବର୍ତ୍ତନ କରିବା ସହଜ, ପୁନଃଡିଜାଇନ କରାଯାଇଥିବା ମେସେଜ ଆପ, ଗୋଲ୍‌ ବଟନ ଏବଂ ନୂଆ କି-ବୋର୍ଡ, ଲିକ୍ୱିଡ ଗ୍ଲାସ ଇଣ୍ଟରଫେସ୍‌, ଯେଉଁଥିରେ କାଚ ପରି ନରମ ଡିଜାଇନ ଉପାଦାନ ଏବଂ ଷ୍ଟାଇଲିଶ୍‌ ଟ୍ୟାବ ଥିଲା।

ଆପଲ ଏହି ଲିକକୁ କମ୍ପାନୀର ସୁରକ୍ଷା ବିରୋଧରେ ଏକ ବଡ଼ ବିପଦ ବୋଲି କହିଛି। କମ୍ପାନୀ ଇଥାନ ଲିପନିକ୍‌କୁ ବହିଷ୍କାର କରି କ୍ଷତିପୂରଣ ଏବଂ ଲିକ୍‌ ବନ୍ଦ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଲୋଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri