Posted inଜାତୀୟ

କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ…

ନୂଆଦିଲ୍ଲୀ,୧୨।୭: ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ ସମୟରେ ସେ ଦେଇଥିବା ଏଭଳି ବୟାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଦଳ କଟାକ୍ଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିବା ସେମାନେ କହୁଛନ୍ତି।
୭୫ ବର୍ଷକୁ ନେଇ କାହିଁକି ଏତେ ଚର୍ଚ୍ଚା?
ନିକଟରେ ମୋହନ ଭାଗବତ ୭୫ ବର୍ଷ ବୟସ ଏବଂ ଅବସର ବିଷୟରେ ସଙ୍କେତ ଦେଇଛନ୍ତି ସତ  ହେଲେ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଅନେକ ନେତାଙ୍କୁ ଭାଜପା ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା।
୨୦୧୪ରେ ଭାଜପା ଲୋକ ସଭା ନିର୍ବାଚନ ଲାଗି ଲାଲକୃଷ୍ଣ ଆଡଭାଣୀଙ୍କୁ ଟିକେଟ ଦେଇ ଥିଲା। ହେଲେ ତାଙ୍କୁ ସରକାର ଆସିବା ପରେ ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇ ଦେଇଥିଲା। ଏହି ସମୟରେ ଦାବି କରାଯାଇଥିଲା କି ୭୫ ବର୍ଷ ପରେ ଭାଜପା ନିଜ ନେତାଙ୍କୁ ସକ୍ରିୟ ରାଜନୀତିରୁ ଅବସର ଦେଇଦେବ। ଏହା ପରେ ଅନେକ ନେତା କ୍ଷମତା ହରାଇଥିଲେ।
ଗତବର୍ଷ ଲୋକ ସଭା ନିର୍ବାଚନ ସମୟରେ ତିହାର ଜେଲରୁ ଫେରିଥିବା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଥିଲେ ଯେ ସେପ୍ଟେମ୍ବର ୨୦୨୫ରେ ମୋଦି ୭୫ ବର୍ଷର ହୋଇଯିବେ। ଏହାପରେ ସେ କ୍ଷମତା ଛାଡ଼ିଦେବେ। ପରେ ସେହି ପଦବୀ ଅମିତ ଶାହାଙ୍କୁ ମିଳିଯିବ। ଏପରିକି ଏହି ପ୍ରକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ସେ କହିଥିଲେ।
ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅମିତ ଶାହା ସଫେଇ ଦେଇଥିଲେ। ଶାହା କହିଥିଲେ ଯେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଭାଜପା ସମ୍ବିଧାନରେ ଏଭଳି ଲେଖାଯାଇ ନାହିଁ ଯେ ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ନିଜର କାର୍ଯ୍ୟକାଳ ପୂରଣ କରିବେ। କେବଳ ସେତିକି ନୁହେଁ ୨୦୨୯ରେ କାର୍ଯ୍ୟକାଳ ଶେଷ ହେବା ପରେ ବି ସେ ଭାଜପାର ପ୍ରଧାନମନ୍ତ୍ରୀ ଚେହେରା ରହିବେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ମୋଦିଙ୍କ ଅବସର ସମ୍ଭାବା ନାହିଁ।
କହିରଖୁଛୁ, ଦେଶର ସମ୍ବିଧାନ ପ୍ରଧାନମନ୍ତ୍ରୀ ପଦ ଲାଗି ଯୋଗ୍ୟତା ମଧ୍ୟରେ ବୟସର କୌଣସି ସୀମା ନାହିଁ। ଅର୍ଥାତ ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦରେ ଅଧିକ ବୟସ ହେବା ସତ୍ତ୍ୱେ  ରହିପାରିବେ। ସେହିଭଳି ଶାହା ମଧ୍ୟ କହି ସାରିଛନ୍ତି ଯେ ଭାଜପା ସମ୍ବିଧାନରେ ମଧ୍‌ ଏହାକୁ ନେଇ କୌଣସି ନିୟମ ନାହିଁ।
ଏମିତିରେ ମୋଦିଙ୍କ ଯୁଗରେ ୭୫ ବର୍ଷ ବୟସ ପରେ ଅନେକ ନେତାଙ୍କୁ ସକ୍ରିୟ ରାଜନୀତିରୁ ଛୁଟି ଦିଆଯାଇଛି। ଏଣୁ ସେ ନିଜର ପଦ ଛାଡ଼ିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ଅପରପକ୍ଷେ ମୋହନ ଭାଗବତଙ୍କ ବୟାନ ଏହି ଚର୍ଚ୍ଚାରେ ଘିଅ ଢ଼ାଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri