Posted inଜାତୀୟ

କୋହଲି ଦୋଷୀ ସାବ୍ୟସ୍ତ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ସରକାର

ବେଙ୍ଗାଲୁରୁ,୧୭।୭:ବେଙ୍ଗାଲୁରୁରେ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ସମୟରେ ଦଳାଚକଟା ସମ୍ପର୍କରେ କର୍ନାଟକ ସରକାର ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସରକାର ଦଳାଚକଟା ପାଇଁ ଆରସିବିକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଏଥିରେ ଦଳର ଅଭିଜ୍ଞ ଖେଳାଳି ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। କର୍ନାଟକ ସରକାର କହିଛନ୍ତି ଯେ ବିଜୟ ଉତ୍ସବ ପାଇଁ ଆରସିବି ଅନୁମତି ନେଇ ନ ଥିଲା, ଏହା କେବଳ ସୂଚନା ଦେଇଥିଲା।

ରିପୋର୍ଟରେ ଗୁରୁତର ଅବହେଳା ଉଲ୍ଲେଖ କରାଯାଇଛି। ଜୁନ ୪ ତାରିଖରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଆରସିବିକୁ ଦାୟୀ କରିଥିଲେ। ଆରସିବି ହଠାତ୍‌ ପୋଲିସ ଅନୁମତି ବିନା ସୋସିଆଲ ମିଡିଆରେ ବିଜୟ ପରେଡ ଆୟୋଜନ କରିବାକୁ ଘୋଷଣା କରିଥିଲା, ଯାହା ଯୋଗୁ ଲକ୍ଷ ଲକ୍ଷ ଲୋକ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ଦଳାଚକଟା ସମୟରେ ୧୧ ଜଣଙ୍କ ଜୀବନ ଯାଇଥିଲା।

କର୍ନାଟକ ସରକାର ରିପୋର୍ଟ ମାଧ୍ୟମରେ କହିଛନ୍ତି ଯେ, ବିଜୟ ପରେଡ ସମୟରେ ବହୁତ ଅବହେଳା ହୋଇଥିଲା ଏବଂ କୌଣସି ଉପଯୁକ୍ତ ବ୍ୟବସ୍ଥା ନ ଥିଲା। କାର୍ଯ୍ୟକ୍ରମ ଆୟୋଜନ କରିଥିବା କମ୍ପାନୀ ଡିଏନଏ ନେଟୱାର୍କ ପ୍ରାଇଭେଟ ଲିମିଟେଡ କେବଳ ଜୁନ ୩ ତାରିଖରେ ପୋଲିସକୁ ସୂଚନା ଦେଇଥିଲା, କିନ୍ତୁ ୨୦୦୯ ନିର୍ଦ୍ଦେଶ ଅନୁଯାୟୀ ଅନୁମତି ନେଇନଥିଲା। କୌଣସି ପ୍ରକାରର ଘଟଣା ଏଡାଇବା ପାଇଁ ପୋଲିସ ସୀମିତ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଥିଲା, କିନ୍ତୁ ଆଶାଠାରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।

କୋହଲି ଦଳର ଜଣେ ଅଭିଜ୍ଞ ଖେଳାଳି ଏବଂ ସେ ଆରସିବିର ଚେହେରା ମଧ୍ୟ। ସରକାର ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କୋହଲିଙ୍କ ନାମ ଉଲ୍ଲେଖ କରାଯାଇଛି। ସରକାର କହିଛନ୍ତି ଯେ, ଆରସିବି ସାର୍ବଜନୀନ କାର୍ଯ୍ୟକ୍ରମର ପ୍ରଚାର ପାଇଁ ଜୁନ ୪ ତାରିଖରେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଏକ ଭିଡିଓ ଶେୟାର କରିଥିଲା। କୋହଲି ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ କାର୍ଯ୍ୟକ୍ରମରେ ମାଗଣାରେ ଯୋଗଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri