ଅକ୍ଟୋବରରେ ବଡ଼ ବାତ୍ୟା ଆଶଙ୍କା! ସତର୍କ କରାଇଲେ ଆଇଏମ୍‌ଡି ଡିଜି

ଭୁବନେଶ୍ୱର, ୧୪ା୯(ବନ୍ଦନା ସେଠୀ): ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡିକୁ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଥିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଛନକା ପଶିଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲା-ନିନା ପ୍ରଭାବରେ ବାତ୍ୟା ସଙ୍ଗଠିତ ହେବା ଆଶଙ୍କା ଅଧିକ ରହିଛି। ବିଶେଷକରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ହେଉଛି ଓଡ଼ିଶା ପାଇଁ ବାତ୍ୟାର ସମୟ। ତେଣୁ ଏହି ସମୟରେ ଲା-ନିନା ସୃଷ୍ଟି ହେଲେ ବାତ୍ୟା ଆସିଥାଏ। ତେବେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପ ନେଇନାହିଁ। ୧୫ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଲା-ନିନା ପ୍ରଭାବରେ ଏହା ଅଧିକରୁ ଅଧିକ ବିଳମ୍ବ ହେବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବାତ୍ୟା ଆଶଙ୍କାକୁ
ଏଡାଇ ଦିଆଯାଇ ନ ପାରେ ବୋଲି ଡିଜି କହିଛନ୍ତି। ସେହିପରି ୧୫ ଦିନ ଆଗରୁ ବାତ୍ୟାର ପୂର୍ବାନୁମାନ କରାଯାଇପାରିବ ଏବଂ ଓଡ଼ିଶାରେ ଏନେଇ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଇଏମ୍‌ଡି ଓ ଅନ୍ୟ ଘରୋଇ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡିକର ଆକଳନ ଅନୁଯାୟୀ, ଲା-ନିନା ସେପ୍ଟେମ୍ବର ଶେଷରେ ସକ୍ରିୟ ହୋଇପାରେ, ଯାହା ଅକ୍ଟୋବରରେ ବାତ୍ୟା ଗଠନକୁ ସହଜ କରିବ। ନ୍ୟାଶନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟର ଆଡ୍‌ମିନିଷ୍ଟ୍ରେଶନ୍‌(ଏନ୍‌ଓଏଏ) ସଂସ୍ଥାର ଆନୁମାନିକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଲା-ନିନାର ସମ୍ଭାବନା ୭୧% ରହିଛି। ବିଶ୍ବ ପାଣିପାଗ ସଂସ୍ଥାନ (ଡବ୍ଲ୍ୟୁଏମ୍‌ଓ)ର ଆକଳନ ଅନୁଯାୟୀ ଏହି ଅବଧିରେ ଲା-ନିନାର ସମ୍ଭାବନା ୬୦% ରହିଛି, ଯାହା ତାପମାନ ଉପରେ ପ୍ରଭାବ ପକାଇବା ସହ ବାତ୍ୟା ବୃଦ୍ଧି ଘଟାଇପାରେ।

ଲା-ନିନା ହେଉଛି ଏକ ଜଳବାୟୁ ପ୍ରକ୍ରିୟା। ପ୍ରଶାନ୍ତ ମହାସାଗରରେ ପାଣି ସାଧାରଣ ତାପମାତ୍ରାଠାରୁ ଅଧିକ ଥଣ୍ଡା ହେଲେ ଲା-ନିନା ସ୍ଥିତି ସୃଷ୍ଟି ହୁଏ। ଏହାଦ୍ବାରା ପ୍ରଶାନ୍ତ ମହାସାଗରରୁ ଗରମ ବାୟୁ ଓ ଜଳ ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଭାରତ ମହାସାଗରରେ ପ୍ରବେଶ କରେ। ଏହା ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ କରିଥାଏ। ଭାରତରେ ମୌସୁମୀ ସକ୍ରିୟ ଥିବାରୁ ଏହା ବାତ୍ୟାକୁ ଆକର୍ଷିତ କରିଥାଏ। ଲା-ନିନା ପରିସ୍ଥିତି ସଙ୍ଗଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇବା ସହ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri