ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି। ଏସବୁ ଭିତରେ ସୋମବାର ରାଜ୍ୟ ସରକାର ଏକ ବଡ଼ ପପକ୍ଷେପ ନେଇଛନ୍ତି। ସବୁ କଲେଜରେ ତୁରନ୍ତ ଇଣ୍ଟରନାଲ କମିଟି ଗଢ଼ିବାକୁ ଚିଠି ଲେଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ଇଣ୍ଟରନାଲ କମିଟି ନେଇ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ପଠାଯାଇଛି। କମିଟି ସଦସ୍ୟଙ୍କ ନାଁ ଓ କଣ୍ଟାକ୍ଟ ନମ୍ବର ସ୍ପଷ୍ଟ ଚିହ୍ନିତ ସ୍ଥାନରେ ଡିସ୍ପ୍ଲେ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବାବଦରେ ବିସ୍ତୃତ ତଥ୍ୟ HIMS ପୋର୍ଟାଲରେ ଅପ୍‌ଲୋଡ ହେବ। ଯୌନ ନିର୍ଯାତନା ବାବଦରେ ସଚେତନ ପାଇଁ ତୁରନ୍ତ ୱାର୍କସପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆମତ୍ାହୁତି ଉଦ୍ୟମ କରିଥିଲେ। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍‌ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି। ୬ ମାସ ଧରି ଦିଆଯାଇଆସୁଥିବା ଶାରୀରିକ, ମାନସିକ ନିଯର୍ର୍ାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘X’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ୧ ତାରିଖରେ ‘X’ରେ ଏନେଇ ତଥ୍ୟ ଉଲ୍ଲେଖ କରିବା ସହ କେତେଜଣ ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ (@ଡିଏଚ୍‌ଇ), ଉଚ୍ଚଶିକ୍ଷା ମନ୍ତ୍ରୀ (@ସୂର୍ଯ୍ୟବଂଶୀବିଜେପି), କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (@ଡିପ୍ରଧାନବିଜେପି), @ସିଏମ୍‌ଓ_ଓଡ଼ିଶା, @ମୋହନଏମ୍‌ଓଡ଼ିଶା, ବାଲେଶ୍ୱର ଜିଲାପାଳ (@ଡିବାଲେଶ୍ୱର), ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ (@ମାନସକୁମାରଦତ୍ତ), କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (@ଏଡୁମିନ୍‌ଅଫ୍‌ଇଣ୍ଡିଆ) ଓ ଜାତୀୟ ମହିଳା କମିଶନ(@ଏନ୍‌ସିଡବ୍ଲ୍ୟୁଇଣ୍ଡିଆ)। ଏହିମାନଙ୍କ ପାଖରୁ ପୀଡ଼ିତା ନ୍ୟାୟ ଆଶା ରଖିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କୁ ୪/୫ ଦିନ ସମୟ ମାଗିଥିଲେ। ହେଲେ ନା କୌଣସି କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ନା ଅଧ୍ୟକ୍ଷଙ୍କଠାରୁ ସେ ନ୍ୟାୟ ପାଇଲେ। ଶେଷରେ ହତାଶ ହୋଇ ଆମତ୍ାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲେ। ନିର୍ଯାତିତା ଛାତ୍ରୀଙ୍କ ଏହି ଟୁଇଟ୍‌ରେ ଟ୍ୟାଗ୍‌ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ଏବେ ସୋସିଆଲ ମିଡିଆ ୟୁଜର୍ସ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କେହି ଜଣେ ଶୁଣିଥିଲେ, ଛାତ୍ରୀ ନିଜ ଦେହରେ ନିଅଁା ଲଗାଇଦେବା ଭଳି ଘଟଣା ଘଟି ନ ଥାନ୍ତା ବୋଲି ୟୁଜର୍ସ ଦର୍ଶାଇବା ସହ ପ୍ରକୃତରେ କିଏ ଦାୟୀ ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri