Posted inରାଜ୍ୟ

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି: ଜଳବନ୍ଦୀ ଗାଁ, ବିଚ୍ଛିନ୍ନ ଯୋଗାଯୋଗ

କେନ୍ଦ୍ରାପଡ଼ା,୧୮।୭: ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜିଲାର ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ରାଜନଗର, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଛି, ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି ଏବଂ ବିଭିନ୍ନ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।

ଆଳି ବ୍ଲକର ୧୨ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ମାନପୁର-ଗୋବିନ୍ଦପୁର ରାସ୍ତାରେ ପ୍ରାୟ ୭ ଫୁଟ୍‌ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେଉଛି। ରାଜନଗର ଅଞ୍ଚଳର ପ୍ରାୟ ୩୦ଟି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି, ଯାହା ଫଳରେ ଲୋକମାନେ ଡଙ୍ଗା ଜରିଆରେ ଯାତାୟାତ କରୁଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି ଏବଂ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି।

ଜିଲା ପ୍ରଶାସନ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି, କିନ୍ତୁ ନିରନ୍ତର ପାଣିପ୍ରବାହ ଯୋଗୁଁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି।

ଦୁଇ ଦିନ ହେଲା ବନ୍ୟା ପାଣି ବଢୁଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ୧୫ରୁ ଅଧିକ ଗଁା ରାସ୍ତା ଉପରେ ୪ରୁ ୬ ଫୁଟର ବନ୍ୟା ପାଣି ଚାଲୁଛି। ବିଶେଷ କରି ନଗଡ ଗଁାର ୩୦୦ ପରିବାର ୫ ଦିନ ହେଲା ପାଣି ଘେରରେ ଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ।

ଓସ୍ତିଆ ପଞ୍ଚାୟତର ନଗଡ ଗାଁ ରାସ୍ତା ଉପରେ ୬ ଫୁଟର ପାଣି ଚାଲୁଛି। ଗଁା ଦାଣ୍ଡରେ ବନ୍ୟା ପାଣି ଲହଡି ଭାଙ୍ଗୁଥିବାରୁ ବିପନ୍ନ ୩୦୦ ପରିବାର ବନ୍ୟା ଘେରରେ ରହିଛନ୍ତି। ଗାଁ ଭିତରେ ବିପନ୍ନ ପରିବାର ପାଣି ଘେରରେ ଦୁର୍ଦ୍ଦଶାରେ ଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚତ୍ ନାହିଁ। ପ୍ରଶାସନର ଅବହେଳାକୁ ନେଇ ବିପନ୍ନଙ୍କ ମଧ୍ୟରେ ପ୍ରତିକ୍ରିୟା ବଢିବାରେ ଲାଗିଛି।

ରାଜନଗର ବ୍ଲକର ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ, ଗୋବିନ୍ଦପୁର,ସନ୍ଥପଡା,ଟାଙ୍ଗଣତୈଳା, ଫିରିକିଦାଣ୍ଡି, ଓସ୍ତିଆ ପଞ୍ଚାୟତର ଓସ୍ତିଆ, ବନ୍ଧପାଟଣା, ନଗଡ, ଭଗବାନପୁର, ରାଜପୁର ପଞ୍ଚାୟତର ରାଜପୁର, ଚନ୍ଦନପୁର, ବେଲପାଳ ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ ହୋଇ ନ ଥିଲେ ମଧ୍ୟ ଗଁା ଓ ପଞ୍ଚାୟତ କାର୍ଯ୍ୟାଳୟ ଚାରିପାଖରେ ବନ୍ୟା ପଣି ଘେରି ରହିଛି। ଦାଣ୍ଡି ବଳଭଦ୍ରପୁର ରାସ୍ତାରେ ବନ୍ୟା ପାଣି ଚାଲୁଛି। ବଳଭଦ୍ରପୁର-ରାଜପୁର ରାସ୍ତାରେ ଜୁଆର ସମୟରେ ୩ ଫୁଟ ଉଚ୍ଚତାର ପାଣି ଚାଲୁଅଛି। ଉପର ଓସ୍ତିଆ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ସୌଦାଗର ନାୟକ, ଅନାଦି ବଳ, ରବୀନ୍ଦ୍ର ମଇ, କପିଳାସ ବଳ, ମହେଶ୍ୱର ବଳ ପ୍ରଭୃତି ୭ରୁ ଅଧିକ ପରିବାର ସହ ଶ୍ରୀଧର ମହାନ୍ତିଙ୍କ ଦୋକାନ ମଧ୍ୟ ବନ୍ୟା ପାଣି ଘେରରେ ରହିଛି। ଗାଁର ବଟବାବା ମନ୍ଦିର ସମ୍ମୁଖରେ ବନ୍ୟା ପାଣି ଜମି ରହିଛି। ଚଳିତବର୍ଷ ରଜ ପରଠାରୁ ଲଘୁଚାପଜନିତ ଲଗାଣ ବର୍ଷା ତଳିଘେରା ପ୍ରସ୍ତୁତ କରିବାରେ ବାଧକ ସାଜିଛି। ବ୍ରାହ୍ମଣୀରେ ପ୍ରବାହିତ ବନ୍ୟାଜଳ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜନଗର ବ୍ଲକ ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡ଼ାଗଡ଼, ବାଲିସାହିପାଟଣା ପଞ୍ଚାୟତର ବହୁ ଏକର ଜମିର ତଳିଘେରାକୁ ୭ ଦିନ ହେଲା ବନ୍ୟା ପାଣି ବୁଡାଇ ରଖିଛି। ଅନ୍ୟପକ୍ଷରେ ବନ୍ୟା ଅଞ୍ଚଳର ନଗଡ ଓ ଓସ୍ତିଆ ନିକଟରେ ବିପନ୍ନମାନେ କୁମ୍ଭୀର ଭାସୁଥିବା ଦେଖିଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାଆସ ପାଇଁ ଗୁରୁବାର ସୁଦ୍ଧା ପ୍ରଶାସନ ପକ୍ଷରୁ ବୋଟ୍‌ କିମ୍ବା ଡଙ୍ଗାର ବ୍ୟବସ୍ଥା କରାଯାଇନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri