ପୁରୀରୁ ପୁଣି ଗଡ଼ିଲା ଘରୋଇ ବସ୍‌, ଜନସାଧାରଣଙ୍କୁ ମିଳିଲା ଆଶ୍ୱସ୍ତି

ପୁରୀ,୧୨।୭(ତୁଷାର ରଞ୍ଜନ ନାୟକ): ଆଜିଠୁ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍‌ ଚଳାଚଳ। ପୁରୀଠାରେ ବସିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ବସ୍‌ ଚଳାଚଳ କରୁନଥିବାରୁ ସାରା ରାଜ୍ୟରେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ତେବେ ଏଥିପାଇଁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ସଂଘ ଅପିଲ କରିଛି । ସେପଟେ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବ ନାହିଁ ବୋଲି ପ୍ରେସମିଟ କରି ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଚାରି ଦିନ ଧରି ଧର୍ମଘଟ ଯୋଗୁଁ କ୍ଷତି ସହୁଛନ୍ତି ବସ୍‌ ମାଲିକ। ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭର ମହାସଂଘର ଷ୍ଚିୟରିଂ ଛାଡ ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି ଘରୋଇ ବସ୍‌ ମାଲିକ ସଂଘ ସୂଚନା ଦେଇଛନ୍ତି । ତେଣୁ ଆଜିଠୁ ଘରୋଇ ବସ ଚଳାଚଳ ସେବା ସ୍ବାଭାବିକ ହେବ ବୋଲି ସ୍ପଷ୍ଟ ହୋଇଛି । ପଞ୍ଚମ ଦିନରେ ଓ ଡ୍ରାଇଭର ମହାସଂଘର ଆନ୍ଦୋଳନ। ଡ୍ରାଇଭର ମହାସଂଘର ନିଜ ଦାବିରେ ଅଟଳ ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସିଧାସିଧା କହିଛି ମହାସଂଘ । ଅନ୍ୟପଟେ ଏବେ ବିବାଦରେ ଚାଳକ ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ । ଓଡ଼ିଶା ଡ୍ରାଇଭର ମହାସଂଘ ବିରୋଧରେ ଥାନାରେ ଫେରାଦ ହୋଇଛି ନିଖିଳ ଓ ମିନିଟ୍ରକ ମାଲିକ ମହାସଂଘ । ଧାରଣା ନାମରେ ଓ ଡ୍ରାଇଭର ମହାସଂଘ ଗୁଣ୍ଡାରାଜ କରୁଥିବା ଅଭିଯୋଗ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ଗାଡି ଚାଳକମାନେ ନଛା ସହ ସେମାନଙ୍କୁ ମାଡ ମାରୁଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କିନ୍ତୁ ଡ୍ରାଇଭର ସଂଘର ଆନ୍ଦୋଳକୁ ସମର୍ଥନ ନକରିବାକୁ ନିଷ୍ପତ୍ତି ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri