୩୩ ବର୍ଷ ପରେ ରାୟ ପ୍ରକାଶ: ଦୋଷୀଙ୍କ ଦଣ୍ଡବିଧାନକୁ ଦେଖିପାରିଲେନି ପୀଡ଼ିତ

ନୀଳଗିରି,୧୯ା୭(ପ୍ରଶାନ୍ତ ବିଶ୍ୱାଳ):ରାଜନୈତିକ ଆକ୍ରୋଶର ଶିକାର ହୋଇ ମରଣସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ୩୩ବର୍ଷ ପରେ ନ୍ୟାୟ ମିଳିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳିଛି। ମାତ୍ର ଏହି ଖୁସିର ମୁହୂର୍ତ୍ତକୁ ଦେଖିବାକୁ ପୀଡ଼ିତ ଜଣକ ଆଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମିତ୍ରପୁର ଚଣ୍ଡିପୁର ଗ୍ରାମରେ।
୧୯୯୨ ଅଗଷ୍ଟ ୧୭ତାରିଖରେ ମିତ୍ରପୁର ଚଣ୍ଡିପୁର ଗ୍ରାମର ମନ୍ମଥ ମହାନ୍ତି (ମୂଷା)ଙ୍କୁ ମିତ୍ରପୁର ବଜାରରେ ଅଯୋଧ୍ୟା ଗ୍ରାମର ଚନ୍ଦ୍ରଶେଖର ମିଶ୍ର ଏବଂ ତାଙ୍କର ୪ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲେ। ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୭୯/୧୯୯୨) ରୁଜୁ ହୋଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧାରା ୪୫୨/୩୦୭/୧୪୭/ ୧୪୮/୧୪୯ରେ ମାକଦ୍ଦମା ହୋଇ ପ୍ରଥମେ ବାଲେଶ୍ୱର କୋର୍ଟ ଏବଂ ପରେ ନୀଳଗିରି ଦୌରାଜଜଙ୍କ କୋର୍ଟରେ କେସ୍‌ ନଂ. ୨୩/୨୦୦୬,୧୩୩/୧୯୯୬ରେ ବିଚାର ହୋଇ ଶୁକ୍ରବାର ରାୟ ପ୍ରକାଶ ପାଇଛି। ସହକାରୀ ଦୌରାଜଜ ସୁନନ୍ଦା ପ୍ରଧାନ ମୁଦାଲା ଚନ୍ଦ୍ରଶେଖର ମିଶ୍ର ଓ ରଘୁ ମୁଖୀଙ୍କୁ ଦୋଷୀ ସାବ୍ୟସ୍ତ କରି ଧାରା ୩୨୫/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୪ହଜାର ଟଙ୍କା ଜରିମାନା ଏବଂ ଧାରା ୪୫୨/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ଓ ୪ହଜାର ଟଙ୍କା ଅନାଦେୟ ୧ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରକାଶ ଥାଉ କି, ୨୦୧୫ ମସିହାରେ ପୀଡ଼ିତ ମନ୍ମଥ ମୃତ୍ୟୁବରଣ କରିସାରିଥିଲେ ହେଁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ପାଇଥିବାରୁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି। ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ଅମରେନ୍ଦ୍ର ପଟ୍ଟନାୟକ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri