ବାର୍ଡ ଫ୍ଲୁ ଚିହ୍ନଟ: ଡମଣଭୂମିରେ ପୋତାହେଲା ୨୪୬୯ କୁକୁଡ଼ା

ନିରାକାରପୁର,୨୬ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବାର୍ଡ ଫ୍ଲୁ ଚିହ୍ନଟ ପରେ ଶନିବାର କୁକୁଡ଼ା ମରା ଅଭିଯାନ ତୃତୀୟ ଦିବସରେ ଖୋର୍ଦ୍ଧା ଜିଲା ଓଲସିଂହ ପଞ୍ଚାୟତ ଡମଣଭୂମିରେ ଥିବା ଏକ କୁକୁଡ଼ା ଫାର୍ମରୁ ୨୪୫୦ କୁକୁଡ଼ା ସମେତ ୧୯ ଟି ଦେଶୀ କୁକୁଡ଼ାକୁ ମରାଯାଇଛି। ତାହା ସହିତ ୪୯୨ କେଜି କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି। ଜେସିବି ଦ୍ୱାରା ଗାତ ଖୋଳାଯାଇ ସବୁ ପୋତା ଯାଇଛି। ତା’ ସହିତ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆଜି ସୁଦ୍ଧା ଜଙ୍କିଆ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଜଙ୍କିଆ ସମେତ ଏହାର ଆଖ ପାଖ ଅଞ୍ଚଳରୁ ସମୁଦାୟ ୭୬୭୯ କୁକୁଡ଼ା ମରା ଯାଇଥିବାବେଳେ ସମୁଦାୟ ୨୫୯୨ କେଜି କୁକୁଡ଼ା ଦାନା ନଷ୍ଟ କରାଯିବା ପୋତା ଯାଇଥିବା ଜିଲା ପ୍ରାଣୀ ବିଭାଗ ତରଫରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘଟଣା ଘଟିଥିବା ମୁଣ୍ଡାଆମ୍ବ ଅଞ୍ଚଳଠାରୁ ୧ କିଲୋମିଟର ମଧ୍ୟରେ କୌଣସି ଚିକେନ ଦୋକାନ ନ ଖୋଲିବା ସହିତ ବାହାର କୁକୁଡ଼ା ଏହି ଅଞ୍ଚଳକୁ କିମ୍ବା ଏଠାରୁ କୁକୁଡ଼ା ବାହାର ଅଞ୍ଚଳକୁ ନେଇ ବିକ୍ରି କରିବା ନିଷେଧ କରାଯାଇଛି। କିଛି ଦିନ ପାଇଁ କୁକୁଡ଼ା ମାଂସ ଜାତୀୟ ଖାଦ୍ୟ ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ଏକ ଟିମ୍‌ କୁକୁଡ଼ା ଚାଷ ହେଉଥିବା ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ଯେଉଁଠାରେ କୁକୁଡ଼ା ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତ। ଯଦି କୌଣସି କୁକୁଡ଼ା ଠାରେ ବାର୍ଡ ଫ୍ଲୁ ଗୁଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଉକ୍ତ କୁକୁଡ଼ାଙ୍କୁ ମାରିବା ପାଇଁ ସେମାନଙ୍କୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଡ. ମାନସ କୁମାର ଚାନ୍ଦ, ଡ.ରଶ୍ମୀକାନ୍ତ ପାଲଟାସିଂହ, ବୋଲଗଡ଼ର ଡ.ରାଜେଶ ସେଠୀ, ବେଗୁନିଆର ଡ. ବନ୍ଦିତା ବେହେରା ଓ ନାଚୁଣୀର ଡ. ଅମିତ୍‌ ବେହେରାଙ୍କ ସମେତ ବହୁ ପ୍ରାଣୀ କର୍ମଚାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri