ପ୍ରତ୍ୟେକ ଦିନ ଖୋସା କଲେ କ’ଣ ହେବ?

ପୂର୍ବରୁ ଅଧିକାଂଶ ମହିଳା ନିଜ ଚୁଟିରେ ଖୋସା କରିଥାନ୍ତି। ତାହା ଏବେ ଆଉ ସେମିତି ଦେଖିବାକୁ ମିଳୁ ନ ଥିବା ବେଳେ ଚୁଟିରେ ବନ କରିବା ଯୁବତୀମାନଙ୍କ ପାଇଁ ଟ୍ରେଣ୍ଡ ହୋଇଗଲାଣି। କିଛି ମହିଳା ଫ୍ୟାଶନ ପାଇଁ ଖୋସା କରୁଥିବା ବେଳେ ଆଉ କିଛି ମହିଳା ସର୍ବଦା ଚୁଟି ବାନ୍ଧି ରଖିଥାନ୍ତି। କିନ୍ତୁ ସର୍ବଦା ଖୋସା କରିବା ଆମ କେଶ ପାଇଁ କ୍ଷତିକାରକ ହୋଇଥାଏ ବୋଲି ଆପଣ ଜାଣିଛନ୍ତି କି। ଆସନ୍ତୁ ଜାଣିବା କିଛି କାରଣ…
*ବାରମ୍ବାର ଖୋସା କରିବା ଦ୍ୱାରା ଆଗ ଚୁଟି ଝଡିବା ସହ ମଥା ଚଉଡା ଦେଖାଯାଇଥାଏ। ଖୋସା କରିବା ଦ୍ୱାରା ମୁଣ୍ଡର ଉପର ଭାଗ ଖୁବ ତେଲିଆ ମଧ୍ୟ ଦେଖାଯାଇଥାଏ।
*ଖୋସା କରିବା ଦ୍ୱାରା ଚୁଟି ପଛ ଆଡ଼କୁ ଟାଣି ହୋଇଥାଏ ଓ ମୂଳରୁ ଦୁର୍ବଳ ହୋଇଥାଏ। ଏହି କାରଣରୁ ଚୁଟି ଝଡ଼ିବା ସମସ୍ୟା ଦେଖାଦେଇଥାଏ।
*ଚୁଟିକୁ ସର୍ବଦା ବାନ୍ଧି ରଖିବା ଦ୍ୱାରା ଚୁଟିମୂଳର ଝାଳ କେବେ ଶୁଖି ନଥାଏ। ଆଉ କିଛି କିଛି ମହିଳାମାନେ କେଶ ଧୋଇବା ପରେ ତାହାକୁ ଭଲଭାବେ ଶୁଖିବାକୁ ଦିଅନ୍ତି ନାହିଁ ଓ ଖୋସା କରିଦେଇଥାଆନ୍ତି। ଏହାଦ୍ୱାରା କେଶକୁ ପବନ ବାଜିନଥାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିବା ସହ ଉକୁଣି ହେବାର ସମ୍ଭାବନା ରହିଥାଏ।
*ସେହିପରି ଚୁଟି ବନ୍ଧାହେବା କାରଣରୁ ଚୁଟିର ଚମକ କମ୍‌ ହୋଇଥାଏ। ସେଥିପାଇଁ ନିୟମିତ ଖୋସା କରିବା ବ୍ୟତୀତ କେବେ କେବେ ଏହାକୁ ଖୋଲା ଛାଡ଼ିଦିଅନ୍ତୁ।
*ସର୍ବଦା ଚୁଟିକୁ ବାନ୍ଧି ରଖିବା ଦ୍ୱାରା ଏହା ତେଲିଆ ହୋଇଥାଏ। ଯେଉଁ କାରଣରୁ ଚୁଟିରେ ରୂପି ସମସ୍ୟା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ଏହି ୩ ରାଶିର ରାଜଯୋଗ, ବଦଳିବ ଭାଗ୍ୟ, ମା’ ଲକ୍ଷ୍ମୀ କରିବେ ଧନବର୍ଷା; ଜାଣନ୍ତୁ…

ଚଳିତ ବର୍ଷ ହୋଲିପର୍ବ ମାର୍ଚ୍ଚ ୨୫ରେ ପାଳନ କରାଯିବ। ହୋଲିରେ ମଙ୍ଗଳ ଏବଂ ଶୁକ୍ର କୁମ୍ଭ ରାଶିରେ ମହାଲକ୍ଷ୍ମୀ ରାଜଯୋଗ ଆଣିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ କହିବା...

କୁଣ୍ଡରୁ ପିମ୍ପୁଡ଼ିି ଦୂରକରିବାର କେତୋଟି ସହଜ ଉପାୟ…

କୁଣ୍ଡରେ ବିଭିନ୍ନ ଫୁଲ, ଫଳ, ପରିବା ଆଦି ଗଛ ଲଗାଇବାକୁ ଅନେକେ ଭଲ ପାଆନ୍ତି। ହେଲେ ଖରାଦିନେ କୁଣ୍ଡ ଭିତରେ ପିମ୍ପୁଡ଼ି ବସା ବାନ୍ଧିବା ଯୋଗୁ...

ଡାଇବେଟିସ୍‌ କମାଇବ ଏହି ଜୁସ୍‌

ଡାଇବେଟିସ୍‌ ସମସ୍ୟା ଥରେ ଦେଖାଦେଲେ ପ୍ରତିଦିନ ମେଡିସିନ ଖାଇବାକୁ ପଡ଼ିଥାଏ। ହେଲେ କେତେଜ ଜୁସ୍‌କୁ ଖାଦ୍ୟ ତାଲିକାରେ ସାମିଲକଲେ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖାଯାଇପାରିବ… କଲରା ଜୁସ୍‌:...

ରିଲ୍ସ: କାହା ପାଇଁ କେମିତି

ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିବା ମାତ୍ରେ ଯାହା ସବୁଠୁ ଅଧିକ ଦେଖିବାକୁ ମିଳୁଛି ତାହା ହେଲା ରିଲ୍ସ। ଯାହାର ନିଶା ଏବେ ସର୍ବାଧିକ ଘାରିଛି ମହିଳାଙ୍କୁ।...

ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ।...

ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ...

ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…

ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ...

ଅତ୍ୟଧିକ ଚା ପିଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ପୃଥିବୀରେ ଅନେକ ଲୋକେ ଚା ପିଇବାକୁ ଭଲ ପାଆନ୍ତି। ଚା ପିଇଲେ କିଛି ସୁଫଳ ମିଳିଲେ ଅନେକ କୁଫଳ ମଧ୍ୟ ମିଳିଥାଏ। ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟକୁ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri