Posted inଖେଳ

୮୫ବର୍ଷରେ ଅବସର ନେବେ ପେସ୍‌ ବୋଲର

ଲଣ୍ଡନ,୨୮ା୮(ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାର୍ଡ, ଗ୍ୟାରି ସୋବର୍ସ ଏବଂ ଫ୍ରାଙ୍କ୍‌ ଓରେଲ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହିତ ଯଦିଓ ସମକକ୍ଷ ନୁହଁନ୍ତି କିନ୍ତୁ କ୍ରିକେଟରେ ଅଧିକ ଦିନ ଧରି ତିଷ୍ଠି ରହିବାରେ ଏହି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ସେସିଲ ରାଇଟ୍‌। ଏହି ଫାଷ୍ଟ ବୋଲର ଜଣକ ‘ସେସ୍‌’ ନାମରେ ପରିଚିତ। ଦୁଇ ସପ୍ତାହ ମଧ୍ୟରେ ୮୫ବର୍ଷ ବୟସରେ ସେ ଖେଳରୁ ଅବସର ନେବାକୁ ସ୍ଥିର କରିଛନ୍ତି। ରାଇଟ୍‌ ଅତୀତରେ ବାର୍ବାଡୋସ ବିପକ୍ଷରେ ଜମାଇକା ତରଫରୁ ଖେଳିଛନ୍ତି। ଯେଉଁ ଦଳରେ ସୋବର୍ସ ଏବଂ ଓ୍ବେସ୍‌ ହଲ୍‌ଙ୍କ ଭଳି ଖେଳାଳି ରହିଥିଲେ। ୧୯୫୯ରେ ସେ ଇଂଲଣ୍ଡ ପଳାଇଥିଲେ। ସେଠାରେ କ୍ରମ୍ପଟନ ଦଳ ତରଫରୁ ସେଣ୍ଟ୍ରାଲ ଲାଙ୍କାଶାୟାର ଲିଗ୍‌ରେ ଜଣେ ପ୍ରଫେସନାଲ ଭାବେ ଏକ କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ ତାଙ୍କ ଭାବି ସ୍ତ୍ରୀ ଏନିଡ୍‌ଙ୍କ ଭେଟ ହୋଇଥିଲା। ୩ବର୍ଷ ପରେ ସେ ଇଂଲଣ୍ଡରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ୧୯୭୦ ଦଶକ ବିଳମ୍ବ ଏବଂ ୧୯୮୦ ଦର୍ଶକ ପ୍ରାରମ୍ଭରେ ରିଚାଡର୍‌ସ ଏବଂ ଜୋଏଲ ଗାର୍ନରଙ୍କ ସହିତ ଖେଳିଛନ୍ତି। ରାଇଟ୍‌ ତାଙ୍କ ଦୀର୍ଘ ୬୦ବର୍ଷ କ୍ୟାରିୟରରେ ୭,୦୦୦ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି। ଏକଦା ସେ ୫ଟି ସିଜନରେ ୫୩୮ ଉଇକେଟ ଅକ୍ତିଆର କରିଥିଲେ। ହାରାହାରି ଗୋଟିଏ ଉଇକେଟ ପିଛା ତାଙ୍କ ବଲ୍‌ ସଂଖ୍ୟା ୨୭ ରହିଥିଲା। ତାଙ୍କ ହିସାବରେ ସେ ଦୁଇ ନିୟୁତରୁ ଅଧିକ ମ୍ୟାଚ ଖେଳିଛନ୍ତି। ରାଇଟ୍‌ କହିଛନ୍ତି, ସେ ଖାଲି ବସି ରହିବା ଅବା ଟିଭି ଦେଖିବାକୁ ପସନ୍ଦ କରି ନ ଥାନ୍ତି ବରଂ ଚଳାବୁଲା କରିବା କିମ୍ବା କୌଣସି କର୍ଯ୍ୟରେ ଲିପ୍ତ ରହିଥାନ୍ତି। ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ। ଅପରମିଲ୍‌ ତରଫରୁ ପେନାଇନ୍‌ ଲିଗ୍‌ ଦଳ ସ୍ପ୍ରିଙ୍ଗ୍‌ହେଡ୍‌ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri