ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ) ବରଗଡ଼ ପୋଲିସ କଟକର ଏକ ଗୋଦାମରେ ଚଢ଼ାଉ କରି ୮୩୮୦ ବୋତଲ କଫ ସିରପ୍ ଜବତ କରିଛି। ଏହାସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାର୍ଥ କୁମାର ନାୟକ(୩୫), ମାଲଗୋଦାମ ଥାନା କଲେଜ ସ୍କୋୟାର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ବେହେରା(୪୪) ଏବଂ ବରଗଡ଼ ଟାଉନ ଥାନା ଗଙ୍ଗାଧର ନଗର ବାସିନ୍ଦା ଲକ୍ଷ୍ମୀଧର ମେହେର(୩୦)। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ.୫୨୮।୨୩) ରୁଜୁ ହୋଇଛି । ଗତ ୨୨ତାରିଖରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବରଗଡ଼ ପୋଲିସ ୭,୮୦୦ବୋତଲ କଫ୍ ସିରଫ ଜବତ କରିବା ସହ ୬୦ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି କଟକରେ ଏହି ଚଢ଼ାଉ କରାଯାଇଥିଲା ା ତେବେ ଏଠାରୁ ଗିରଫ ୩ ଅଭିଯୁକ୍ତଙ୍କୁ ଜେରାବେଳେ ଦିଲ୍ଲୀରେ ଥିବା ମାକ୍ସ ଫାର୍ମାସିଉଟିକାଲ ପ୍ରାଇଭେଟ୍ ଲିମିଟେଡ୍ରୁ କଟକର ଗୋଦାମକୁ ତାହା ଆସିଥିବା ଜଣାପଡ଼ିଥିଲା। ମାକ୍ସ ଫାର୍ମାସିଉଟିକାଲ ପ୍ରାଇଭେଟ୍ ଲିମିଟେଡ୍, ଦିଲ୍ଲୀ ଆକାଉଣ୍ଟରେ ରହିଥିବା ୩୨ଲକ୍ଷ ୯୨ହଜାର ୫୮୨ଟଙ୍କାକୁ ଫ୍ରିଜ୍ କରାଯାଇଥିବା ଏସ୍ପି ପି.ଏସ୍. ମୀନା ସୂଚନା ଦେଇଛନ୍ତି। ସେହିପରି ଜବତ ହୋଇଥିବା କଫ ସିରପ୍ର ବ୍ୟାଚ୍ ନମ୍ବରକୁ ଯାଞ୍ଚ କରାଯିବାରୁ ତାହା ହିମାଚଳ ପ୍ରଦେଶର ଏକ କମ୍ପାନୀରୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ଏବଂ ଏ ନେଇ ଅଧିକ ଖୋଳତାଡ଼ ଚାଲିଛି ବୋଲି ଏସ୍ପି ମୀନା କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ବରଗଡ଼ View All
ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…
ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…
ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…
ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍କୁ…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…
VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍: ଜୋର୍ ଧରିଲା ଚର୍ଚ୍ଚା…
ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍ର ଏହି…
ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍ସିଡି, ଜାଣନ୍ତୁ କେତେ…
ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…
ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…
ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍ ଆଜିଠାରୁ AC, LED TV,…
ବସ୍କୁ ଧକ୍କାଦେଲା ଟ୍ରକ୍, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍, ଆଉ ତା’ ପରେ…
ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…
ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ
ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

