୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ବାକି ଥିବାବେଳେ କେବଳ ଶତକଡା ୨୦ଭାଗ ସରିଛି। ପୁଣି ସିସିଟିଭି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରକାଶ ଯେ, ବାତ୍ୟା ଯୋଗୁ ନନ୍ଦନକାନନ ୧୯ଦିନକାଳ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବାବେ ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛିି। ଆଗକୁ ରଜ ଥିବାରୁ ପର୍ଯ୍ୟଟକ ସଂଖ୍ୟା ବଢ଼ିବାର ଆଶା ରହିଛି। ନନ୍ଦନକାନନକୁ ପ୍ରବେଶ ପଥ ପରେ ସିସିଟିଭି ନଜରରେ ରଖିବାକୁ ପରିକଳ୍ପନା କରାଯାଇଥିଲା। ଯାହାକୁ ୨୦୧୬ ପ୍ରତିଷ୍ଠା ଦିବସରେ ସମ୍ପୂର୍ଣ୍ଣ କରାଯାଇ ଲୋକାର୍ପଣ ହୋଇଥିଲା। ଫଳରେ ୪୦ସିସିଟିଭି ନଜରରେ ନନ୍ଦନକାନନ ରହିଥିଲା। ବାତ୍ୟା ପୂର୍ବରୁ ୨୦ଟି ଖରାପ ଥିବାବେଳେ ବାତ୍ୟାରେ ସମ୍ପୂର୍ଣ୍ଣ ଟାଓ୍ବାର ସହ ସବୁ କ୍ୟାମେରା ନଷ୍ଟ ହୋଇଥିଲା। କିନ୍ତୁ ବାତ୍ୟାକୁ ମାସେ ବିତିଯାଇଥିବାବେଳେ ସିସିଟିଭି କାମ ଆରମ୍ଭ ମଧ୍ୟ ହୋଇ ନାହିଁ। ଆଗକୁ ରଜ ଥିବାବେଳେ ଯଦି ପର୍ଯ୍ୟଟକଙ୍କ ଅଘଟଣ ଘଟେ, ତେବେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ତାହା ପ୍ରଶ୍ନ ଉଠିଛି। ପୂର୍ବରୁ ସିସିଟିଭି ଥାଇ ମଧ୍ୟ ଶିଶୁ ନିଖୋଜ ଘଟଣାରେ ନନ୍ଦନକାନନ ଅପବାଦ ହୋଇଥିଲା। ରଜରେ ଅଧିକାଂଶ ଗ୍ରାମାଞ୍ଚଳରୁ ଅଧିକ ପର୍ଯ୍ୟଟକ ଆସୁଥିବାର ନଜର ରହିଛି। ଏଥିପାଇଁ ଶିଶୁଉଦ୍ୟାନରେ ଛୋଟ ଝିଅମାନେ ଦୋଳି ପାଇଁ ଭିଡ ରହିଥାଏ। କିନ୍ତୁ ଏବେ ଗୋଟିଏ ଦୋଳି ଭାଙ୍ଗି ଏକ କଡ଼ରେ ପଡିଥିବାବେଳେ ଅନ୍ୟ ଦୋଳିଟିରେ ଗଛର ଡାଳ ସବୁ ପଡିରହିଥିବାର ଦେଖାଯାଇଛି। ଅନ୍ୟପକ୍ଷେ ବିଭିନ୍ନ ପଶୁପକ୍ଷୀ ଏନକ୍ଲୋଜରରେ ଥିବା କେତେକ ପାଣିକୁଣ୍ଡ ଭାଙ୍ଗିଯାଇଥିବାରୁ ପାଣି ମଧ୍ୟ ରଖାଯାଇ ନାହିଁ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କୁହନ୍ତି, ଏଯାବତ ୨୦ଭାଗ କାମ ସରିଛି। ପ୍ରତ୍ୟେକ ବୁଲିବା ସ୍ଥାନକୁ ସଫା କରାଯାଇ କିଭଳି ପର୍ଯ୍ୟଟକ ଠିକ ସେ ଦେଖିପାରିବେ ତାହାର ବ୍ୟବସ୍ଥା କରାଯାଉଛି। ଏପରିକି ସିସିକ୍ୟାମେରା କାମ ସରିବାକୁ ପ୍ରାୟ ୧ମାସ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri