୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ ସବୁ ହାର ମାନିଥାଏ। ଏହାରି ଭିତରେ କରୋନା ଭାଇରସ୍‌କୁ ମଧ୍ୟ ହରାଇଦେଇଛି ପ୍ରେମ। ଏହି କାହାଣୀ ହେଉଛି ଚାଇନା ହାଙ୍ଗଝଉ ସହରରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କର। ଉକ୍ତ ସହରରେ ୯୦ ବର୍ଷୀୟ ମିଷ୍ଟର ସନ୍‌ ତାଙ୍କ ୮୪ ବର୍ଷୀୟ ପତ୍ନୀ ହୁଆଙ୍ଗ୍‌ ଗୁଓକିଙ୍କ ସମେତ ପରିବାର ଲୋକ ବସବାସ କରନ୍ତି। ଗତ ଏକ ବର୍ଷରୁ ମିଷ୍ଟର ସନ୍‌ଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଓ ଡିମୋଶିଆ ରୋଗରେ ପୀଡିତ ହେବାରୁ ହାଙ୍ଗଝାଉର ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଛନ୍ତି। ମିଷ୍ଟର ସନ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପତ୍ନୀ ହୁଆଙ୍ଗ ପ୍ରତିଦିନ ତାଙ୍କୁ ଦ୍ୱିପ୍ରହର ୨ଟାରେ କିଓ୍ବି ଫଳ ନେଇ ଭେଟିବାକୁ ଯାଇଥାନ୍ତି।

ବୃଦ୍ଧ ଦମ୍ପତିିଙ୍କ ଏଭଳି ପ୍ରେମକୁ ଦେଖି ହସ୍ପିଟାଲର ସବୁ ଷ୍ଟାଫ୍‌ ତାଙ୍କୁ ‘ଦାଦି ହୁଆଙ୍ଗ’ ଓ ‘ଦାଦା ସନ୍‌’ ବୋଲି କହି ଡାକିଥାନ୍ତି। କିନ୍ତୁ କିଛି ମାସ ପୂର୍ବରୁ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରୁ ଉକ୍ତ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଘରୁ ବାହାରିବା ବନ୍ଦ ହୋଇଯାଇଥିବା ବେଳେ ହସ୍ପିଟାଲର ଆଇସିୟୁରେ ମଧ୍ୟ ଭିଜିଟର୍ସଙ୍କ ଯିବାଆସିବା ବନ୍ଦ ହୋଇଗଲା। ସେହି ସମୟରେ ହୁଆଙ୍ଗ୍‌ କିଭଳି ତାଙ୍କ ସ୍ବାମୀଙ୍କୁ ଭେଟିବେ ସେନେଇ ତାଙ୍କୁ ଭାଳେଣି ପଡ଼ିଯାଇଥିଲା। ହେଲେ ଲକ୍‌ଡାଉନ୍‌ ବି ପ୍ରେମ ଆଗରେ ହାର ମାନିଥିଲା। ଏହି ସମୟରେ ବି ଦାଦି ହୁଆଙ୍ଗ ପ୍ରତିଦିନ ଦ୍ୱିପ୍ରହର ୨ଟାରେ ମିଷ୍ଟର ସନ୍‌ଙ୍କ ପସନ୍ଦର ଫଳ ସହ ହାତରେ ଗୋଟିଏ ଚିଠି ନେଇ ସାଙ୍ଗରେ ହସ୍ପିଟାଲକୁ ଯାଉଥିଲେ। ଫଳ ଓ ପ୍ରେମପତ୍ରକୁ ଆଇସିୟୁ ବାହାରେ କୌଣସି ଷ୍ଟାଫ୍‌ଙ୍କୁ ଦେଇ ଚାଲିଯାଇଥାନ୍ତି।

ଏହି ଘଡିସନ୍ଧି ମୁହୂର୍ତ୍ତରେ ରୋଗ ସହ ଲଢ଼େଇ କରିବା ପାଇଁ ତୁମକୁ ଦୃଢ଼ ହେବାକୁ ପଡ଼ିବ। ଘରେ ସମସ୍ତେ ଭଲ ଅଛନ୍ତି ଏବଂ ଡାକ୍ତର ଓ ନର୍ସଙ୍କ କଥା ମାନି ଚଳିବ ବୋଲି ହୁଆଙ୍ଗ ସେହି ୪୫ଟି ଚିଠିରେ ଲେଖିଥିଲେ। ମିଷ୍ଟର ସନ୍‌ ମଧ୍ୟ ପତ୍ନୀଙ୍କ ସେହି ସବୁ ଚିଠିକୁ ଶ୍ରଦ୍ଧାରେ ପଢ଼ିଥାନ୍ତି। ତେବେ ଗତ ଗୁରୁବାର ସହରରୁ ଲକ୍‌ଡାଉନ୍‌ ହଟିବା ପରେ ଦାଦି ହୁଆଙ୍ଗ ହସ୍ପିଟାଲରେ ପହଞ୍ଚି ସ୍ବାମୀଙ୍କୁ ଭେଟି କିଓ୍ବି ଫଳ ଖୁଆଇଥିବା ଜଣାପଡ଼ିଛି। ବର୍ତ୍ତମାନେ ସମୟରେ ସାମାନ୍ୟ ମନମାଳିନ୍ୟ ପାଇଁ ଯେଉଁଠାରେ ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିଯାଉଛି ସେଠାରେ ଦାଦି ହୁଆଙ୍ଗ ଓ ଦାଦା ସନ୍‌ଙ୍କ ପ୍ରେମ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri