୮ରୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଏଥର ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ-୨୦୨୦’

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର-୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ମେଳାର ଥିମ୍‌ ଚଳିତବର୍ଷ ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ ୨୦୨୦’ ରହିବ। ଶିଳ୍ପ ନିର୍ଦ୍ଦେଶାଳୟ, ରପ୍ତାନୀ, ପ୍ରସାର ଓ ବିପଣନ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ମେଳା ଆୟୋଜନରେ ସହଯୋଗ କରିବେ। ୮ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟନ କରିବେ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କ୍ରେତା-ବିକ୍ରେତା ସମ୍ମିଳନୀ, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ, ଷ୍ଟାର୍ଟଅପ୍‌, ଇନୋଭେଶନ, ବିଶ୍ୱ ବାଣିଜ୍ୟ କେନ୍ଦ୍ର ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ବଜାର ସୁଯୋଗ, ସେକ୍ଟରାଲ ସେମିନାର, ଇରାନ୍‌ ଓ ବାଲାଂଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କ ସହ ବିଜନେସ୍‌ ନେଟ୍‌ଓ୍ବାର୍କିଂ ଉପରେ ଗୁରୁତ୍ୱ ଦିଆଯିବ। ଏହି ଅବସରରେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିଜର ଉତ୍ପାଦ ପ୍ରଦର୍ଶନ କରିବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିବାକୁ ଥିବା ପ୍ରତିନିଧି ଓ କ୍ରେତାମାନଙ୍କ ସହ ବିଟୁବି, ବିଟୁସି ଓ ବିଟୁଜି ବୈଠକରେ ରହିଥିବା ବ୍ୟବସାୟ ସୁଯୋଗ ସମ୍ପର୍କରେ ଆଲୋଚନା କରିପାରିବେ। ୫ ଦିନିଆ ଏହି ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରକାର କର୍ମଶାଳା ସହ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ସେମିନାର୍‌ ଆୟୋଜନ କରାଯିବ। ସେହିଭଳି ପ୍ରତି ସନ୍ଧ୍ୟାରେ ମେଳା ମଞ୍ଚରେ ଓଡ଼ିଶାର ଖ୍ୟାତନାମା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୧୫ ଷ୍ଟଲ୍‌କୁ ନେଇ ହେବାକୁ ଥିବା ଫୁଡ୍‌କୋର୍ଟରେ ଦର୍ଶକମାନେ ଓଡ଼ିଶା ସହ ବିଭିନ୍ନ ରାଜ୍ୟର ସୁସ୍ବାଦୁ ଖାଦ୍ୟ ଖାଇପାରିବେ। ଚଳିତବର୍ଷ ଏହି ମେଳାକୁ ପ୍ରାୟ ୩ ଲକ୍ଷ ଲୋକ ଆସିବେ ବୋଲି ବିଭାଗ ଆକଳନ କରିଛି। ମୋଟ ୪ ବିଭାଗରେ ୭୦ ଲେଖାଁଏ ମୋଟ ୨୮୦ ଷ୍ଟଲ୍‌ ଖୋଲିବ, ଯେଉଁଥିରେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରାଯିବ। ଏହାବ୍ୟତୀତ ୩୨ ଷ୍ଟଲ୍‌ରେ ଆଗାମୀ ପିଢ଼ିର ଉଦ୍ୟୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଟେକ୍ନୋଲୋଜି ଡେମୋନଷ୍ଟ୍ରେଶନ କରାଯିବ। ଏହି ମେଳା ଅଣ-ଶିଳ୍ପ ରାଜ୍ୟଗୁଡ଼ିକରୁ ଆସିଥିବା ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦକୁ ଅନ୍ତର୍ଜାତୀୟସ୍ତରୀୟ ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରିବାକୁ ପ୍ଲାଟଫର୍ମ ପ୍ରଦାନ କରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ସଂସ୍ଥାଗୁଡ଼ିକୁ ୨୮ ଷ୍ଟଲ୍‌ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri