୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା ଇନ୍ଦିରା ଚାଟାର୍ଜୀ ଥିଲା। ବଙ୍ଗାଳି ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର୍‌ ତାଙ୍କ ନାମକୁ ପରିବର୍ତ୍ତନ କରି ମୌସୁମୀ ରଖିଥିଲେ। ତାଙ୍କର ବହୁ ବଙ୍ଗାଳି ତଥା ହିନ୍ଦୀ ଫିଲ୍ମ ବକ୍ସ୍‌ ଅଫିସରେ ହିଟ୍‌ ହୋଇଥିଲା। ୧୬ ବର୍ଷ ବୟସରେ ସେ ବଙ୍ଗାଳୀ ଫିଲ୍‌ ବାଳିକା ବଧୂରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ଏହି ଫିଲ୍ମ ସୁପର ହିଟ୍‌ ହୋଇଥିଲା। ତାଙ୍କର ବିବାହ କମ୍‌ ବୟସରେ ପ୍ରଡ୍ୟୁସର ଜୟନ୍ତ ମୁଖାର୍ଜୀଙ୍କ ସହିତ ହୋଇଥିଲା। ୧୮ ବୟସ ପୂର୍ବରୁ ସେ ମା’ ମଧ୍ୟ ହୋଇସାରିଥିଲେ। ଏହା ପରେ ସେ ହିନ୍ଦୀ ଫିଲ୍ମରେ ଲିଡ୍‌ ରୋଲ୍‌ କରିବା ଆରମ୍ଭ କରିଥିଲେ। ୧୯୭୨ରେ ତାଙ୍କ ଦ୍ୱାରା ଅଭିନୀତ ଅନୁରାଗ ଫିଲ୍ମର ଏଭର ଗ୍ରୀନ୍‌ ଗୀତ ଏବେ ବି ଲୋକଙ୍କୁ ରୋମାଞ୍ଚିତ କରିଥାଏ। ୧୯୭୪ରେ ହିନ୍ଦୀ ଫିଲ୍ମ ରୋଟି କପଡ଼ା ଔର ମକାନ୍‌ ଶୁଟିଂ ସମୟରେ ସେ ଗର୍ଭବତୀ ଥିଲେ। ମାତ୍ର ଏହି ଫିଲ୍ମରେ ଅତି ନିଖୁଣ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ବେଶ୍‌ ସଫଳ ରହିଥିଲା। ଅମିତାଭ ବଚ୍ଚନ, ବିନୋଦ ମେହେରା, ବିନୋଦ ଖାନ୍ନା, ରାଜେଶ ଖାନ୍ନା ଆଦି ଅଭିନେତାଙ୍କ ସହିତ ତାଙ୍କର ବହୁ ଫିଲ୍ମ ବେଶ୍‌ ସଫଳ ରହିଥିଲା। ମୌସୁମୀଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri