Posted inଖେଳ

୭୦୦ତମ ମ୍ୟାଚ୍‌ରେ ମେସିଙ୍କ ଗୋଲ

ବାର୍ସିଲୋନା,୨୮।୧୧- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସି ନିଜର କ୍ଲବ ସ୍ତରୀୟ କ୍ୟାରିୟରର ୭୦୦ତମ ମ୍ୟାଚ୍‌ରେ ଗୋଲ ସ୍କୋର କରିଛନ୍ତି। ତାଙ୍କ ସହ ଲୁଇସ ସୁଆରେଜ (୩୩ତମ ମିନିଟ୍‌) ଓ ଆଣ୍ଟିନୋ ଗ୍ରିଜମ୍ୟାନ(୬୭ତମ)ଙ୍କ ଗୋଲ ବଳରେ ବାର୍ସିଲୋନା ୩-୧ ଗୋଲରେ ବରୁସିଆ ଡର୍ଟମୁଣ୍ଡକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଦଳ ଚାମ୍ପିୟନ୍ସ ଲିଗ୍‌ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍‌ର ୨୯ତମ ମିନିଟରେ ବାର୍ସିଲୋନା ମେସିଙ୍କ ଗୋଲ ଜରିଆରେ ଖାତା ଖୋଲିଥିଲା। ବାର୍ସିଲୋନା ପାଇଁ ୭୦୦ ମ୍ୟାଚ୍‌ ଖେଳିିଥିବା ମେସିଙ୍କ ନାମରେ ୬୧୩ ଗୋଲ ଓ ୨୩୭ ଆସିଷ୍ଟ ରହିଛି। ଚାମ୍ପିୟନ୍ସ ଲିଗ୍‌ରେ ସେ ଏପର୍ଯ୍ୟନ୍ତ ୩୪ଟି ଦଳ ବିପକ୍ଷରେ ଗୋଲ ସ୍କୋର କରିସାରିଛନ୍ତି। ତେବେ ବାର୍ସିଲୋନା ପାଇଁ ଏଭଳି ମାଇଲଷ୍ଟୋନ ସ୍ପର୍ଶ କରିବାରେ ମେସି ଦ୍ୱିତୀୟ ଖେଳାଳି। ଡିଫେଣ୍ଡିଂ ଚାମ୍ପିୟନ ବାର୍ସିଲୋନା ପକ୍ଷରୁ ଜାଭି ହେର୍ନାଣ୍ଡେଜ ସର୍ବାଧିକ ୭୬୭ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନ୍ତର ମନ୍ତର ଭଳି ଝାଡ଼ଖଣ୍ଡରେ ମଧ୍ୟ…’, ଛାତ୍ର ଆନ୍ଦୋଳନକୁ ନେଇ ଅଭିଜିତଙ୍କ ବଡ଼ ବୟାନ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri