୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ ବଉଳା କୁମ୍ଭୀର ‘ଗୋରୀ’ ୨ ଦଶନ୍ଧି ପରେ ପୁନର୍ବାର ଅଣ୍ଡା ଦେଇଛି । ଗତ ୨୨ ତାରିଖରେ ଗୋରୀ ସପ୍ତମ ଥର ପାଇଁ ଅଣ୍ଡାଦାନ କରିଛି। ଅଣ୍ଡା ସଂଖ୍ୟା ଅଦ୍ୟାବଧି ସ୍ପଷ୍ଟ ହୋଇ ନ ଥିବା ବେଳେ ସେଗୁଡିକୁ ସୁରକ୍ଷିତ ରଖିବା ପାଇଁ ଗୋରୀ ବସା ନିକଟରେ ଜଗିବସିଛି। ପୂର୍ବରୁ ସେ ୬ ଥର ଅଣ୍ଡାଦାନ କରିଥିଲେ ମଧ୍ୟ ପୁରୁଷ କୁମ୍ଭୀର ସହ ମିଳନ ହୋଇ ନ ଥିବାରୁ ସେଥିରୁ ଛୁଆ ଫୁଟିବା ପୂର୍ବରୁ ନଷ୍ଟ ହୋଇଯାଇଛି।୨୦୦୭ରେ ୩୧, ୨୦୦୯ରେ ୨୨, ୨୦୧୧ରେ ୧୮, ୨୦୧୩ରେ ୨୨, ୨୦୧୫ରେ ୩୨, ୨୦୧୬ରେ ୨୭ଟି ଅଣ୍ଡା ଦେଇଛି। ଏଥର ଅଣ୍ଡାଗୁଡିକ ନଷ୍ଟ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ବନବିଭାଗର କର୍ମଚାରୀମାନେ ଅଣ୍ଡାଗୁଡିକୁ ସଂଗ୍ରହ କରି କୃତ୍ରିମ ଉପାୟରେ ଫୁଟାଇବା ପାଇଁ ପଦକ୍ଷେପ ନେଉଛନ୍ତି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ପ୍ରାଣୀ ବୈଜ୍ଞାନିକ ଡ. ଏଚ.ଆର ବଷ୍ଟାର୍ଡଙ୍କ ତତ୍ତ୍ୱାବଧାନରେ ଭିତରକନିକାରେ ଅଭୟାରଣ୍ୟର କୁତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୧୯୭୫ ମସିହାରେ ପ୍ରଥମ ଥର ପାଇଁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା। ସେଥିରୁ ମାତ୍ର ୨ଟି ମାଈ କୁମ୍ଭୀର ଛୁଆ ହୋଇଥିଲଶ ବେଳେ ଧଳା ଶଙ୍ଖୁଆ ରଙ୍ଗର ମାଈ କୁମ୍ଭୀର ନାମ ଗୋରୀ ରଖାଯାଇଥିଲା। ୧୯୮୭ରେ ହାଇଦ୍ରାବାଦରୁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ କରାଯାଇଥିଲା। ମାତ୍ର ଗୋରୀର ଆକ୍ରମଣରେ ଅଣ୍ଡିରା କୁମ୍ଭୀରର ମୃତ୍ୟୁ ଘଟିଥିଲା। ଏହାପରେ ୧୯୯୦ରେ କାଣୀ ଓ ୧୯୯୨ରେ ଅଷ୍ଟ୍ରେଲିଆର ଭଏଟର ନାମକ ଅନ୍ୟ ଏକ ଅଣ୍ଡିରା କୁମ୍ଭୀର ଆଣି ଗୋରୀ ସହ ଛଡ଼ା ଯାଇଥିଲା। ମାତ୍ର ଗୋରୀ ଆକ୍ରମଣରେ ସେମାନେ ଆହତ ହୋଇଥିଲେ। ଏବେ ପୁନର୍ବାର ଗୋରୀ ଅଣ୍ଡା ଦେଇଥିବାରୁ ଏଥିରୁ ଛୁଆ ଫୁଟିବ ବୋଲି ବନ ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri