୭ ବର୍ଷରେ ୭୦୮ ଶିଶୁ ନିଖୋଜ

ଅନୁଗୋଳ ଅଫିସ, ୨୦।୨- ଭାରତକୁ ଶିଶୁ ଚାଲାଣମୁକ୍ତ ଦେଶ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେଶନ, ଲୋକ ସମୂହ ସାଂସ୍କୃତିକ କେନ୍ଦ୍ର ଓ ଅନୁଗୋଳ ଜାତିର ମିଳିତ ସହଯୋଗରେ ବୁଧବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ ଗୃହରେ ଏକ ଦିନିକିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମାଜରେ ନାରୀ ଶକ୍ତି ଜାଗ୍ରତ ପ୍ରହରୀ ଭାବେ ଶିଶୁ ଚାଲାଣ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। ଏଥିସହ ଚାଲାଣକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡବିଧାନ କରିବାକୁ ସେ ଏହି ଆହ୍ବାନ ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ଶିଶୁ ଚାଲାଣ ଓ ସେମାନଙ୍କୁ ବିଭିନ୍ନ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଆମ ସମାଜର ଏକ ମୁଖ୍ୟ ସମସ୍ୟା। ଏହାର ଠିକ୍‌ ମୁକାବିଲା ପାଇଁ ସମ୍ମିଳିତ ଭାବେ ଉଦ୍ୟମ କରିବା ସହ ଯେଉଁମାନେ ଶିଶୁମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରେଳ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଦଳଗତ ଭାବେ ଯାତ୍ରା କରୁଥିବା ନାବାଳକ ଓ ନାବାଳିକାଙ୍କ ଉପରେ ସତର୍କ ଦୃଷ୍ଟି ରଖିବା, ସନ୍ଦେହ ହେଲେ ସେମାନଙ୍କୁ ପୋଲିସ କିମ୍ବା ଶ୍ରମ ବିଭାଗ ଦୃଷ୍ଟିକୁ ଆଣିବାକୁ ଜିଲାପାଳ ଉପସ୍ଥିତ ସାମାଜିକ କର୍ମୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଜାତିର ସମ୍ପାଦିକା ଅନୁପମା ରାଉତ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁ ଚାଲାଣମୁକ୍ତ ଅଭିଯାନର ଜିଲା ପ୍ରତିନିଧି ବିନାୟକ ସ୍ବାଇଁ ଯୋଗଦେଇ କହିଥିଲେ ଯେ, ଶିଶୁ ଚାଲାଣ ୨୦୧୮-୧୯ରେ ଭାରତରେ ୧୮ ପ୍ରତିଶତ ବୃଦ୍ଧି ପାଇଛି। ବର୍ଷକୁ ୪୦ ଲକ୍ଷ ଶିଶୁ ଦେଶରୁ ଚାଲାଣ ହେଉଛନ୍ତି। ଅନୁଗୋଳ ଜିଲାର ଆଣ୍ଟି ଟ୍ରାଫିକ ୟୁନିଟ୍‌ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇ ପାଲଲହଡ଼ା ବ୍ଲକକୁ ୟୁନିଟ୍‌ ଭାବେ ଧରାଯାଇଥିଲା। ଏହି ତଥ୍ୟ ଆଧାରରେ ୪ଟି ଗ୍ରାମରୁ ୧୯୯ ଜଣ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ଜଣାପଡ଼ିଛି। ଅନୁଗୋଳ ଜିଲାରେ ୨୦୧୩ରୁ ୨୦୨୦ ମଧ୍ୟରେ ୧୮୫୪ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୧୧୪୬ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜାତିର ସମ୍ପାଦିକା ପାୱାର ପଏଣ୍ଟ ଜରିଆରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ତଥ୍ୟ ଅନୁଯାୟୀ ଜିଲାରେ ଏବେ ବି ୭୦୮ ଜଣ ଶିଶୁ ନିଖୋଜ ଥିବା ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ନିରୀକ୍ଷକ ଦେବପ୍ରସାଦ ମହାନ୍ତି ଯୋଗଦେଇ ଶିଶୁ ଶ୍ରମିକ ନିରୋଧ ଆଇନ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନିତା ମାଟିଆରୀ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ଅନୁଗୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲା ଯୋଜନା କମିଟି ଉପାଧ୍ୟକ୍ଷା ମଞ୍ଜୁଲତା ସାହୁ, ବିଶ୍ୱ ଯୁବ କେନ୍ଦ୍ରର ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri