୭ ଦିନ ଲାଗି ୨ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ବାଲିଅନ୍ତା, ୫ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ବାଲିଅନ୍ତା ବ୍ଳକର ଜୟଦେବ ପଞ୍ଚାୟତ ଅଧୀନ ୨ଟି ଓ୍ବାର୍ଡକୁ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇଛି। ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣି ଓ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ପଞ୍ଚାୟତରେ ଗୁରୁବାର ଜଣେ ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଟିଏ ଓ୍ବାର୍ଡକୁ ସମ୍ପୂର୍ଣ୍ଣ ଓ ଅନ୍ୟ ଓ୍ବାର୍ଡକୁ ଆଂଶିକ ଭାବେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ୭ଦିନ ୨ଟି ଓ୍ବାର୍ଡର ପ୍ରବେଶ ପଥକୁ ବ୍ୟାରିକେଡ ଦ୍ୱାରା ବନ୍ଦ କରାଯିବ। ଲୋକଙ୍କ ପାଖରେ ୭ଦିନ ପାଇଁ ଗ୍ରସେରି ସାମଗ୍ରୀ ଓ ପନିପରିବା ପହଞ୍ଚତ୍ ପାରିବ, ସେନେଇ ବିଡିଓ ଆଦିକନ୍ଦ ବେହେରା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଶକର୍ମୀ, ଅଙ୍ଗନଓ୍ବାର୍ଡ କର୍ମୀ ୨ଟି ଓ୍ବାର୍ଡର ସମସ୍ତ ପରିବାରକୁ ଯାଇ ସ୍ବାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବିଡିଓ ମେଡିକାଲ ଅଫିସର ତନ୍ମୟ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସମସ୍ତ ଜନସାଧାରଣ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ଲାଗି ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri