୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ

ଫୁଲବାଣୀ ଅଫିସ, ୧୨ା୩:   କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା ନ ଥିବାରୁ ଗାଁକୁ ବିଜୁଳି, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଜିଲା ପ୍ରଶାସନର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ବୁଧବାର କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ୭ଟି ଗ୍ରାମର ଶତାଧିକ ଗ୍ରାମବାସୀ ଜିଲାପାଳ ଡ. ବୃନ୍ଦା ଡ଼ିଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବିକାଶ କ’ଣ ଏ ଯାଏ ଜାଣି ନାହାନ୍ତି। ବାରାହାଲା, ବେରେଣୀ, ଦୁବସରା, ତିଲେକାପଦର, ବଡ଼ିଗାଁ, ଗୁମ୍ବାଙ୍ଗି ଓ ସରୁପାଜୁ ଗ୍ରାମକୁ ଯିବାକୁ ନିତିଦିନିଆ ରାସ୍ତା ବି ନାହିଁ। ଫିରିଙ୍ଗିଆ ସଦର ମହକୁମାରୁ ୫୦ କି.ମି. ଦୂର କୋଏରମାଣ୍ଡୁରୁ ୮ରୁ ୯ କି.ମି. ଦୂରତା ମଧ୍ୟରେ ଏହିସବୁ ଗ୍ରାମ। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗର୍ଭବତୀ, ରୋଗୀ କାନ୍ଧ ଭାରରେ ବୁହାହୋଇ ଡାକ୍ତରଖାନା ଯାଇଥାନ୍ତି। ବିଜୁଳି ଆଲୋକ ସାତସପନ ହୋଇଛି। ଡିବିରି ଆଲୁଅକୁ ଭରସା କରି ଚଳି ଆସୁଛନ୍ତି। ପିଇବା ପାଣି ପାଇଁ ଚୂଆ ଓ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳି ଥାଆନ୍ତି। କାରଣ ସରକାରଙ୍କର ଏମ୍‌ଜିଏନ୍‌ଆର୍‌ଇଜିଏସ ହେଉ କିମ୍ବା ଲେବର କାର୍ଡ଼ ହେଉ କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏଭଳି ଅନେକ ସମସ୍ୟା ନେଇ ଅତି ଦୟନୀୟ ଅବସ୍ଥାରେ ଚଳନ୍ତି ଏହି ଗ୍ରାମର ଶତାଧିକ ଲୋକମାନେ। ଏ ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ଉପରୋକ୍ତ ଉପାନ୍ତ ଗ୍ରାମଗୁଡିକରେ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବ। ରାସ୍ତା ପାଇଁ ଜିଲାପାଳଙ୍କ ସହ କଥା ହେବେ ବୋଲି କହିଛନ୍ତି। ଗ୍ରାମଗୁଡ଼ିକ ପାହାଡ଼ିଆ ରାସ୍ତା ହୋଇଥିବାରୁ ଏହାର ଉନ୍ନତୀକରଣ କରାଯାଇପାରିନାହିଁ। ଖୁବଶୀଘ୍ର ସମସ୍ୟା ସମାଧାନ ହେବ। କୋଏରମାଣ୍ଡୁ ସରପଞ୍ଚ ପଦ୍ମାବତୀ କହଁର, ବ୍ଲକ ଉପାଧ୍ୟକ୍ଷ ସସ୍ମିତା ଦିଗାଳ,୩ ନଂ ଓ୍ବାଡ଼ ସଭ୍ୟା ସାଇବାଣୀ ବଗର୍ତ୍ତିୀ, ସିନୁରା କହଁର, ରାଇଜନ କହଁରଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଗ୍ରାମଗୁଡିକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ସହିତ ରାସ୍ତା କାମପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ,...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri