Posted inଖେଳ

୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି

କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଏହାକୁ ନେଇ ଭାରତରେ ଆଲୋଚନା ଜୋର ଧରିଛି। ତେବେ ପାକିସ୍ତାନର ୬୭ ବର୍ଷ କ୍ରିକେଟ ଇତିହାସରେ ମାତ୍ର ୨ ଜଣ ହିନ୍ଦୁ ଖେଳାଳି ଦେଶ ପାଇଁ ଖେଳିଛନ୍ତି। ସେମାନେ ହେଲେ ଅନିଲ ଦଲପତ ଏବଂ ଡାନିଶ କନେରିଆ। ଅନିଲଙ୍କ ପିତା ଦଲପତ ସୋନାଓ୍ବାରିୟା କ୍ରିକେଟରେ ରୁଚି ରଖୁଥିଲେ। ସେ କରାଚିରେ ଏକ କ୍ରିକେଟ କ୍ଲବ୍‌ ଚଲାଉଥିଲେ। ଏହି କାରଣରୁ ପୁଅ ମଧ୍ୟ କ୍ରିକେଟ ଖେଳିବାକୁ ଆରମ୍ଭ କରିଥିଲେ। ୧୯୮୪ରେ ଅନିଲ ପାକିସ୍ତାନ ପାଇଁ ଡେବ୍‌ୟୁ ମ୍ୟାଚ୍‌ ଖେଳିଥିଲେ। ସେ ଉଇକେଟକିପର, ବ୍ୟାଟ୍ସମ୍ୟାନ୍‌ ଥିଲେ। ତାଙ୍କ ସମ୍ପର୍କୀୟ ଭଣଜା କନେରିଆ ମଧ୍ୟ ପାକିସ୍ତାନ ପାଇଁ ଖେଳିଥିଲେ। କନେରିଆ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ଖେଳି ୩୪.୭୯ ରନ ହାରରେ ୨୬୧ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୮ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହି ଦୁଇ ଜଣ ହିନ୍ଦୁ କ୍ରିକେଟରଙ୍କ ବ୍ୟତୀତ ୟୁସୁଫ ୟୁହାନା, ଏଣ୍ଟାଓ ଡିସୁଜା, ଡଙ୍କନ ଶର୍ପ, ଓ୍ବାଲିସ୍‌ ମ୍ୟାଥିଏଜ୍‌ ଏବଂ ସୋହେଲ ଫଜଲ ପ୍ରମୁଖ ଖ୍ରୀଷ୍ଟିଆନ୍‌ କ୍ରିକେଟର୍‌ ପାକିସ୍ତାନ ପାଇଁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri