୬୧ କଲେଜକୁ ଆର୍‌ଡିଇର ଜବାବତଲବ

ଯାଜପୁର ଅଫିସ,୩।୨: ସେଲ୍ଫ ଫାଇନାନ୍ସିଂ ସ୍କିମ ନାମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାର ବ୍ୟବସାୟୀକରଣ ଯୋଗୁ ରାଜ୍ୟରେ ବହୁ ପ୍ରତିଷ୍ଠିତ ଘରୋଇ ଆବାସିକ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଠାରୁ ବେଆଇନ ଫି’ ଆଦାୟ ଚାଲିଛି। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ରୁଜୁ ହେବାପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍‌ଡିଇ) ଅଧୀନସ୍ଥ ୬୧ଟି ଘରୋଇ ଆବାସିକ କଲେଜର ଅଧ୍ୟକ୍ଷ/ପ୍ରିନ୍ସିପାଲଙ୍କୁ ଜବାବ ତଲବ କରାଯାଇଛି। ଏଥିମଧ୍ୟରୁ ଯାଜପୁର ଜିଲାର ୯ଟି ଆବାସିକ ଡିଗ୍ରୀ କଲେଜ ବେଆଇନ ଫି’ ଆଦାୟ କରୁଥିବା ଜଣାପଡ଼ିଛି।
ଉନ୍ନତମାନର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଯୋଗୁ ଅନେକ ଘରୋଇ କଲେଜ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଆକର୍ଷିତ କରିପାରିଛନ୍ତି। କିନ୍ତୁ ଏହି ବ୍ୟବସାୟୀକରଣକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ଯୋଗୁ ବହୁ କୋଚିଂ ସେଣ୍ଟର କଲେଜ ଖୋଲିଛି। ଏପରି କି ଟ୍ୟୁଶନ ସାର କଲେଜ ମାଲିକ ମଧ୍ୟ ସାଜିଛନ୍ତି। ଅନେକ କଲେଜକୁ ଆବଶ୍ୟକ ଭିତ୍ତିଭୂମି ଅଭାବ ସତ୍ତ୍ବେ ସ୍ବୀକୃତି ମିଳିଛି। ଏହି କ୍ରମରେ ସଂସ୍କୃତ ମହାବିଦ୍ୟାଳୟଠାରୁ ଆରମ୍ଭ କରି ଆବାସିକ ଡିଗ୍ରୀ କଲେଜଗୁଡ଼ିକୁ ଯାଜପୁର ଜିଲାରେ ଅହେତୁକ ଅନୁକମ୍ପା ଦେଖାଯାଇଛି। ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ କିଛି କଲେଜକୁ ଅନୁମତି ଦିଆଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱରଙ୍କ ଅଧୀନରେ ଥିବା ଯାଜପୁର ଜିଲାରେ ୨୦ରୁ ଊର୍ଦ୍ଧ୍ୱ ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ ୩ କଲେଜ ରହିଛି। ଜିଲାର କୌଣସି ଘରୋଇ କଲେଜ ଓଡ଼ିଶା ଏଜୁକେଶନ ଆକ୍ଟ ଆଣ୍ଡ ରୁଲ୍ସ ଅନୁସାରେ ଆବଶ୍ୟକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି। ଯେନତେନ ପ୍ରକାରେ ପରିଚାଳନା କମିଟି ଗଠନ ଏବଂ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନୁମତି ହାତେଇଥିବା ନଜିର ରହିଛି। ଅପରପକ୍ଷରେ କଲେଜର ବିଲ୍‌ଡିଂ, ଖେଳପଡ଼ିଆ, ଲ୍ୟାବ ଆଦି ଆନୁଷଙ୍ଗିକ ଭିତ୍ତିଭୂମି ପୂରଣ କରିବାକୁ ଛାତ୍ରୀଛାତ୍ରଙ୍କ ଉପରେ ବୋଝ ଲଦି ବେଆଇନ ଭାବେ ଫି’ ଆଦାୟ କରାଯାଉଛି। ଛାତ୍ରୀଛାତ୍ର ପିଛା ବାର୍ଷିକ ଲକ୍ଷାଧିକ ଟଙ୍କା ଅସୁଲି ହେଉଥିବା ଅଭିଯୋଗ ହେଉଛି। ଏସଂକ୍ରାନ୍ତରେ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ ହେବାପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ତପତ୍ରତା ପ୍ରକାଶ କରିଛି। ଏନେଇ ୨୬ା୧୧ା୨୦୧୯ ତାରିଖରୁ ଏପର୍ଯ୍ୟନ୍ତ ୪ଥର ସମ୍ପୃକ୍ତ କଲେଜଗୁଡ଼ିକୁ ନୋଟିସ ହୋଇ ସାରିଛି। ଏଥିରେ ଯାଜପୁର ଜିଲାର ୯ଟି କଲେଜ ସମେତ ଅନୁଗୋଳ ଜିଲାର ୨, କଟକ ଜିଲାର ୭, ଢେଙ୍କାନାଳ ଜିଲାର ୨, କେନ୍ଦ୍ରାପଡ଼ା ଜିଲାର ୩, ଖୋର୍ଦ୍ଧା ଜିଲାର ୨୫, ନୟାଗଡ ଜିଲାର ୨ଟି ଏବଂ ପୁରୀ ଜିଲାର ୧୧ଟି କଲେଜ ରହିଛି। ନିକଟରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୧୨୨୫/୨୭ା୧ା୨୦୨୦ରେ ଉପରୋକ୍ତ କଲେଜର ଅଧ୍ୟକ୍ଷ ଓ ପ୍ରିନ୍ସିପାଲଙ୍କୁ ଏନ୍‌ଏଚ୍‌ଆର୍‌ସି ମାମଲା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ପତ୍ରସଂଖ୍ୟା ୨୬୮୪୬/ଏଚ୍‌ଇ/୨୬ା୧୧ା୨୦୧୯, ୧୦୫୫୦/ଆର୍‌ଡିଇ/୨୮ା୧୧ା୨୦୧୯ ଓ ୧୧୨୧୪/୧୧ା୧୨ା୨୦୧୯, ୨୧୩/ଆରଡିଇ/୬ା୧ା୨୦୨୦ରେ ସଂପୃକ୍ତ କଲେଜ ଅଧ୍ୟକ୍ଷ ଓ ପ୍ରିନ୍ସିପାଲମାନଙ୍କୁ ଜବାବ ତଲବ କରାଯାଇଥିଲା। ତେବେ ସମସ୍ତ ୬୧ଟି କଲେଜରୁ କୌଣସି ଉତ୍ତର ନ ମିଳିବାରୁ ପୁଣି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଗତ ୨୭ତାରିଖ ପତ୍ରରେ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଜବାବ ରଖି ନ ପାରିଲେ ଆଇନ ଅନୁଯାୟୀ ମାନ୍ୟତା ଫେରାଇନେବାକୁ ଚେତାବନୀ ଦେଇଛନ୍ତି। ତେବେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଏଯାଏ ଜବାବ ତଲବ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri