Posted inଫୁରସତ

୬୦ ହଜାର ମହୁମାଛିଙ୍କୁ ୪ ଘଣ୍ଟା ମୁହଁରେ ବସାଇ ଯୁବକଙ୍କ ବିଶ୍ୱରେକର୍ଡ

ଥିରୁଭାନନ୍ତପୁରମ, ୨୨।୬- ଗୋଟିଏ ମହୁମାଛିର ଦଂଶନ ଜଣେ ବ୍ୟକ୍ତିଙ୍କ ଶରୀରରେ କଷ୍ଟ ପହଞ୍ଚାଇବା ପାଇଁ ଯଥେଷ୍ଟ। କିନ୍ତୁ ଚିନ୍ତା କରନ୍ତୁ, ଜଣେ ବ୍ୟକ୍ତି ନିଜ ମୁହଁରେ ୬୦ ହଜାର ମହୁମାଛିଙ୍କୁ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ବସାଇ ରଖି ଗିନିଜ ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡ କରିଛନ୍ତି। ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ। କେରଳର ଜଣେ ୨୪ ବର୍ଷୀୟ ବ୍ୟକ୍ତି ଓ ମହୁମାଛିଙ୍କ ମଧ୍ୟରେ ଏମିତି ବନ୍ଧୁତା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ ନିଜ ମୁହଁକୁ ମହୁମାଛିଙ୍କ ଦ୍ୱାରା ଆଚ୍ଛାଦିତ କରି ୪ ଘଣ୍ଟାକାଳ ରହିବାରେ ସଫଳ ହୋଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଏମ୍‌.ଏସ୍‌. ନେଚର। ପେଶାରେ ସେ ଜଣେ ମହୁମାଛି ପାଳକ। ତାଙ୍କ ବାପା ମଧ୍ୟ ମହୁଚାଷ କରୁଥିଲେ। ତେଣୁ ମହୁଚାଷ କରୁଥିବାହେତୁ ପିଲାଦିନରୁ ନେଚର ମହୁମାଛିଙ୍କ ସହ ରହି ଆସିଛନ୍ତି। ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ସେହି ସମୟରୁ ସେ ମହୁମାଛିଙ୍କୁ ନିଜ ମୁଣ୍ଡରେ ବସାଇ ଆସୁଛନ୍ତି। ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ ପକ୍ଷରୁ କୁହାଯାଇଛି, ଏହି ଯୁବକ ଜଣଙ୍କ ମହୁମାଛିଙ୍କର ଏକ ଦଳକୁ ନିଜ ମୁହଁ ଓ ବେକରେ ୪ ଘଣ୍ଟା ୧୦ ମିନିଟ୍‌ ୫ ସେକେଣ୍ଡ ପର୍ଯ୍ୟନ୍ତ ବସାଇ ରଖିବାରେ ସଫଳ ହୋଇଛନ୍ତି। ଯାହାକି ଏକ ବିଶ୍ୱରେକର୍ଡ। ବିଶ୍ୱରେକର୍ଡକୁ ନିଜ ନାମରେ ଲିପିବଦ୍ଧ କରିବା ପରେ ନେଚର କହିଛନ୍ତି, ମହୁମାଛିମାନେ ମୋର ଶ୍ରେଷ୍ଠ ବନ୍ଧୁ। ମୁଁ ଚାହୁଁଛି ମୋ ଭଳି ଆହୁରି ଅଧିକ ଲୋକ ମହୁମାଛିଙ୍କ ସହିତ ବନ୍ଧୁତା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri