Posted inଖେଳ

୬୦ ବର୍ଷରୁ କମ୍‌, ୨ ବର୍ଷର ଅଭିଜ୍ଞତା ଥିଲେ ହୋଇପାରିବ କୋଚ୍‌

ନୂଆଦିଲ୍ଲୀ, ୧୬।୭ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ଦରଖାସ୍ତ ଆହ୍ବାନ କରିଛି। ଭାରତୀୟ ଦଳର ହାଇପ୍ରୋଫାଇଲ ପଦ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଏହାର ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିଛି। ଜଣେ ବ୍ୟକ୍ତି ୬୦ ବର୍ଷରୁ କମ୍‌ ବୟସ ହୋଇଥିବା ସହ ଅନ୍ତର୍ଜାତୀୟସ୍ତରରେ ଅତିକମ୍‌ରେ ୨ ବର୍ଷର କୋଚିଂ ଅଭିଜ୍ଞତା ରହିଥିଲେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ସମର୍ଥ ହୋଇପାରିବେ ବୋଲି ଜଣାପଡ଼ିଛି। ଏଥିସମେତ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, କଣ୍ଡିଂସନିଂ ପ୍ରଶିକ୍ଷକ, ପ୍ରଶାସନିକ ମ୍ୟାନେଜର ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ମଧ୍ୟ ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ଏହି ସମସ୍ତ ପଦବୀ ଲାଗି ଆବେଦନ କରିବାର ଅନ୍ତିମ ସମୟ ଜୁଲାଇ ୩୦ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
୨୦୧୭ରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହେବା ପୂର୍ବରୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଲାଗି ୯ଟି ଯୋଗ୍ୟତା ମାନଦଣ୍ଡ ରଖିଥିଲା। କିନ୍ତୁ ଏଥର ମୁଖ୍ୟ ପ୍ରଶିକ୍ଷକ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକ ଲାଗି କେବଳ ୩ଟି ଯୋଗ୍ୟତା ମାନଦଣ୍ଡ ରଖିଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଜଣେ ଅତିକମ୍‌ରେ ୨ ବର୍ଷ ଧରି ଗୋଟିଏ ଟେଷ୍ଟ ଖେଳୁଥିବା ଦେଶର କିମ୍ବା ୩ ବର୍ଷ ଧରି ଆସୋସିଏଶଟ୍‌ ସଦସ୍ୟ ରାଷ୍ଟ୍ର/ଏ’ ଟିମ୍‌/ ଆଇପିଏଲ୍‌ ଦଳର ପ୍ରଶିକ୍ଷକ ରହିଥିବା ଆବଶ୍ୟକ। ଏଥିସହିତ ଆବେଦନକାରୀଙ୍କର ଅତିକମ୍‌ରେ ୩୦ ଟେଷ୍ଟ କିମ୍ବା ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିଥିବାର ଅଭିଜ୍ଞତା ରହିଥିବା ଜରୁରୀ। ବ୍ୟାଟିଂ, ବୋଲିଂ ଓ ଫିଲ୍ଠିଂ ପ୍ରଶିକ୍ଷକ ପଦବୀ ଲାଗି ମ୍ୟାଚ୍‌ ଖେଳିବା ସଂଖ୍ୟାକୁ ଛାଡ଼ିଦେଲେ ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ରହିଛି। ଏହି ୩ଟି ବିଭାଗର ଆବେଦନକାରୀ ଅତିକମ୍‌ରେ ୧୦ ଟେଷ୍ଟ କିମ୍ବା ୨୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ରହିଥିବା ଆବଶ୍ୟକ। ସେହିଭଳି ସପୋର୍ଟ ଷ୍ଟାଫ୍‌ ପାଇଁ ବୟସ ସମୟସୀମା ୬୦ ରହିଛି। ଭାରତୀୟ ଦଳର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ନଜରରେ ରଖି ଶାସ୍ତ୍ରୀଙ୍କ ସମେତ ବର୍ତ୍ତମାନ ସପୋର୍ଟ ଷ୍ଟାଫ୍‌ ରହିଥିବା ଭରତ ଅରୁଣ (ବୋଲିଂ କୋଚ୍‌), ସଞ୍ଜୟ ବାଙ୍ଗର (ବ୍ୟାଟିଂ) ଓ ଆର୍‌. ଶ୍ରୀଧର (ଫିଲ୍ଡିଂ)ଙ୍କ ସମୟସୀମାକୁ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପଦବୀରେ ରହିବେ। ଏଥିସହ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଲାଗି ସେମାନେ ବିସିସିଆଇ ନିକଟରେ ପୁନଃ ଆଦେବନ କରିପାରିବେ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିବାଦୀୟ ଘଟଣାକ୍ରମେ ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ ଦଳ ଛାଡ଼ିବା ପରେ ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ଏଥିପୂର୍ବରୁ ଅଗଷ୍ଟ ୨୦୧୪ରୁ ୨୦୧୬ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଡିରେକ୍ଟର ରହିଥିଲେ। ତେବେ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାଳରେ ଭାରତ ଆଇସିସିର ଗୋଟିଏ ହେଲେ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଜିତିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri