୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବି ବାଦ୍‌ ପଡ଼ିନାହିଁ। ପରିବର୍ତ୍ତିତ ସମୟ ସହିତ ତାଳଦେଇ ରଥଯାତ୍ରାରେ ବି କିଛି ପରିବର୍ତ୍ତନ ଘଟିଛି। ସେତେବେଳର ରଥଯାତ୍ରା ଆଉ ଏବେର ରଥଯାତ୍ରା ମଧ୍ୟରେ କେତେକ ଫରକ୍‌ ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ରଥଯାତ୍ରାର ରୂପରେଖ ସ୍ବତନ୍ତ୍ର ଥିଲା। ସେ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ଥିଲା ୪୮ ହାତ। ଠାକୁର ଥିଲେ ୨ ହାତ ୧୦ ଙ୍ଗୁଳିର। ରଥଗୁଡ଼ିକର ଉଚ୍ଚତା ୧୮ ହାତ ଥିଲା। ସେତେବେଳେ ଠାକୁରଙ୍କ ପାଇଁ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ମଝିରେ ପ୍ରବାହିତ ହେଉଥିଲା ମାଳିନୀ ନଦୀ। ଏହି ନଦୀର ଅପର ପାର୍ଶ୍ୱରେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହି ରଥଗୁଡ଼ିକ ଚାରିଚକିଆ ଶଗଡ଼ି ସଦୃଶ ଥିଲା। ଏହି ରଥଗୁଡ଼ିକ ମାଳିନୀ ବା ବଡ଼ନଦୀର ଉତ୍ତର ଭୂମିରେ ଆଡପମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ତିନିରଥ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥ ୧୬ ଚକିଆ, ଶ୍ରୀବଳଭଦ୍ରଙ୍କ ରଥ ୧୪ଚକିଆ ଏବଂ ଦେବୀ ସୁଭଦ୍ରାଙ୍କର ରଥ ଥିଲା ୧୨ ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକମୁଣ୍ଡିରେ ରତ୍ନଚାନ୍ଦୁଆ ଟଣା ହେଉଥିଲା। ସେତେବେଳେ ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରୀ, ରଥ ଘଣ୍ଟୁଆ ଓ ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ। ଏହି ରଥକୁ ଘୋଡାମାନେ ଟାଣୁଥିଲେ। ପଛରେ ଥିବା ତିନିରଥକୁ ଭକ୍ତମାନେ ଟାଣୁଥିଲେ। ରଥରେ ଚାଉଳ, ନଡ଼ିଆଖଣ୍ଡ ପଡ଼ି ଭୋଗ ଲାଗୁଥିଲା। ସେହି ଭୋଗକୁ ଭକ୍ତଜନଙ୍କୁ ବଣ୍ଟାଯାଉଥିଲା। ରଥ ଚକଡ଼ାରେ ଏଥିପାଇଁ ଗୋଟିଏ ପଦ ରହିଛି, ଯାଉ ରଥ ଯାଉ ବଳଗଣ୍ଡିଠି ଥାଉ, ଉଆ ଚାଉଳ ଖଣ୍ଡ ନଡ଼ିଆ ଟାଉ ଟାଉ କରି ଖାଉ… ।
ବଳଗଣ୍ଡିଠାରେ ତିନିରଥ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ଦୋଳଚାପରେ ନଦୀ ପାର୍‌ କରାଯାଉଥିଲା। ଦାରୁବିଗ୍ରହମାନେ ନଦୀ ପାର୍‌ ହୋଇ ଚାରିଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ନବଦିନାତ୍ମକ ଯାତ୍ରା ସମାପ୍ତ କରି ଠାକୁରମାନେ ବାହୁଡ଼ି ଆସୁଥିଲେ। ରଥ ଚକଡ଼ାରେ ଉଲ୍ଲେଖ ରହିଛି ପାଟଣା ରଥ ଚାରିଚକିଆ, କିଆ ପଟୁଳାରେ ହୋଇଛି ଠିଆ… ।
ଦ୍ୱିତୀୟ ନରସିଂହ ଦେବ ଖ୍ରୀଷ୍ଟୀୟ ୧୨୭୮ରୁ ୧୩୦୭ଙ୍କ ସମୟରେ ମାଳିନୀ ନଦୀକୁ ପୋତିଦେବା ଫଳରେ ଠାକୁରମାନଙ୍କ ଲାଗି ତିଆରି କରାଯାଉଥିବା ୬ରଥ ପରିବର୍ତ୍ତେ ତିନିରଥ ନିର୍ମିତ ହେଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୩ଗୋଟି ରଥ ନିର୍ମାଣ ହୋଇଆସୁଛି। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ପରିବର୍ତ୍ତେ ପିତ୍ତଳର କଳସମାନ ଲାଗୁଛି। କନକମୁଣ୍ଡିରେ ରତ୍ନଚାନ୍ଦୁଆ ବଦଳରେ ସାଧାରଣ ଚାନ୍ଦୁଆ ବ୍ୟବହାର କରାଯାଉଛି। ବଜନ୍ତରୀ, ରଥଘଣ୍ଟୁଆ ଓ ବାଦ୍ୟକାରମାନେ ସେତେବେଳେ ସ୍ବତନ୍ତ୍ର ରଥରେ ଯାଉଥିବାବେଳେ ବର୍ତ୍ତମାନ ଘଣ୍ଟୁଆମାନେ ତିନିରଥରେ ହିଁ ଯାଉଛନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ରଥ ନିର୍ମିତ ହେଉନାହିଁ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri