୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା ବିସ୍ତାର କରୁଥିବାବେଳେ ତା’ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। ଏଥିରେ ଯୋଡ଼ି ହୋଇଛି କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ତିଆରି କରାଯାଇଥିବାବେଳେ ସମ୍ପ୍ରତି ଦୁଇଟି ରୋବର୍ଟ ତିଆରି କରାଯାଇଛି। ଯାହା କରୋନା ରେଗୀଙ୍କୁ ଡାକ୍ତରଖାନାରେ ସେବା ଯୋଗାଇବ।
ସୂଚନା ଅନୁଯାୟୀ, କରୋନା ଲଢେଇରେ ସାମିଲ ହୋଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସହାୟତା ଯୋଗାଇବା ଲକ୍ଷ୍ୟ ନେଇ ଖପୁରିଆ ସରକାରୀ ଆଇଟିଆଇର ୬ଜଣ ଇନ୍‌ଷ୍ଟ୍ରକ୍ଟର ରୋବର୍ଟ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ଲ୍ୟାବ୍‌ରେ ଦିନରାତି ପରିଶ୍ରମରେ ଲାଗିପଡ଼ିଥିଲେ। ଶେଷରେ ସେମାନଙ୍କ ସ୍ବପ୍ନ ଓ ପରିଶ୍ରମ ସାକାର ହୋଇଥିଲା। ଆଇଟିଆଇ ଏବଂ ସାକ୍‌ ରୋବୋଟିକ୍ସ ଲ୍ୟାବର ମିଳିତ ଉଦ୍ୟମରେ ସେମାନେ ତିଆରି କରିଥିଲେ ଦୁଇଟି ରୋବର୍ଟ। ଖପୁରିଆ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି ରୋବର୍ଟ ଦୁଇଟିକୁ ଦୀପକ କୁମାର ମୁଦୁଲି, ଲଳିତ ମହାନ୍ତି, ମିତାଲି ରାୟ, ଲଳିତା ସୁନ୍ଦରୀ ମାର୍ଥା, ଜ୍ୟୋତି ରଞ୍ଜନ ବାରିକ ଏବଂ ସଞ୍ଜୟ କର ମିଳିତ ଭାବେ ତିଆରି କରିଛନ୍ତି। ଏହି ରୋବର୍ଟର ଉଚ୍ଚତା ପ୍ରାୟ ୩ ଫୁଟ। କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି ରୋବର୍ଟ ମାଧ୍ୟମରେ ସେବା ଯୋଗାଯାଇପାରିବ। ଚଳପ୍ରଚଳ ପାଇଁ ଏଥିରେ ଚକ ଲଗାଯାଇଛି। ରୋଗୀଙ୍କୁ ଖାଦ୍ୟପାନୀୟ ତଥା ଔଷଧ ଯୋଗାଇବାରେ ଏହା ସହାୟକ ହେବ। ଏଥିପାଇଁ ଏକ ଟ୍ରେ ରହିଛି। ଯେଉଁଥିରେ ୨୦ କେଜି ଓଜନର ସାମଗ୍ରୀ ବହନ କରାଯାଇପାରିବ। ରୋଗୀମାନଙ୍କ ସେବା କରୁଥିବା ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହା ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିବ। ଏହାଦ୍ୱାରା ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମଧ୍ୟ ସିଧାସଳଖ ରକ୍ଷା କରାଯାଇପାରିବ। ଏହି ରୋବର୍ଟରେ ୱେୟାରଲେସ କମ୍ୟୁନିକେଶନ ପ୍ରୋଟୋକଲ ବ୍ୟବହାର କରାଯାଇଛି। ନାଭିଗେଶନ ଓ ମ୍ୟାପିଂ ଆଦି ଦ୍ୱାରା ଆହୁରି ଅଧିକ ବିକଶିତ କରାଯାଇପାରିଲେ ଏହି ରୋବର୍ଟ ଡାକ୍ତରଖାନାର ଯେ କୌଣସି ୱାର୍ଡରେ ସ୍ବୟଂଚାଳିତ ହୋଇ କାର୍ଯ୍ୟକ୍ଷମ ହୋଇପାରିବ। ଏହା ଟେଲି ପ୍ରୋଜେନ୍ସ ରୋବର୍ଟ। ଏହା ମାଧ୍ୟମରେ ଡାକ୍ତରମାନେ ରୋଗୀଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିପାରିବେ। ଏଥିରେ ଲାଇଭ ଭିଡିଓ ବ୍ୟବସ୍ଥା ରହିଛି। ଯାହାଦ୍ୱାରା ଡାକ୍ତରମାନେ ନିଜ ଚାମ୍ବରରେ ରହି ରୋଗୀଙ୍କ ସହ ସିଧାସଳଖ କଥାବାର୍ତ୍ତା ମଧ୍ୟ ହୋଇପାରିବେ। ଏ ନେଇ ବିଭିନ୍ନ ମହଲରେ ପ୍ରଶଂସା ମିଳୁଥିବା ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri