Posted inଫୁରସତ

୬ ଅଙ୍ଗୁଳି ଥିବା ବ୍ୟକ୍ତି ଭାଗ୍ୟଶାଳୀ

ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେଉଁମାନଙ୍କର ୬ଟି ଅଙ୍ଗୁଳି ସେମାନଙ୍କୁ କାମ କରିବାରେ ଅସୁବିଧା ହେଉଥିବ। କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯାହାର ୬ଟି ଅଙ୍ଗୁଳି ସେମାନେ ପାଞ୍ଚ ଅଙ୍ଗୁଳି ଥିବା ବ୍ୟକ୍ତିଙ୍କଠାରୁ ଶୀଘ୍ର ଆଉ ସହଜରେ କାମ କରିପାରନ୍ତି। ଗବେଷଣାକାରୀଙ୍କ ମତରେ ହାତ ଏବଂ ପାଦରେ ଥିବା ୬ଟି ଅଙ୍ଗୁଳି କୌଣସି ରୋଗ ନୁହେଁ। ବିଜ୍ଞାନ ଭାଷାରେ ଏହାକୁ ପଲିଡେକ୍ଟିଲି କୁହାଯାଏ। ପଲିଡେକ୍ଟିଲି ତିନି ପ୍ରକାରର। ୬ଟି ଅଙ୍ଗୁଳିରେ ମାଂସ କିମ୍ବା ହାଡ଼ ଥାଏ। ୮୦୦ ଲୋକରେ ଜଣଙ୍କର ଏମିତି ହୋଇଥାଏ, ସେଥିରୁ ପ୍ରାୟ ୫୦୦ ଲୋକ ସର୍ଜରୀ କରି ବାହାର କରି ଦେଇଥାନ୍ତି। ଗବେଷଣାକାରୀ କୁହନ୍ତି, ଭବିଷ୍ୟତରେ ୬ ଅଙ୍ଗୁଳି ଥିବା ରୋବଟ ପ୍ରସ୍ତୁତ କରାଯିବ। ଯିଏକି, ଆହୁରି କ୍ଷୀପ୍ର ଗତିରେ କାମ କରିପାରିବ।ଏକ ରିପୋର୍ଟ ଅନୁଯାୟୀ, ଏହି ୬ ଅଙ୍ଗୁଳି ପରି ଏବଂ ତର୍ଜନୀ ଅଙ୍ଗୁଳି ମଝିରେ ହୋଇଥାଏ। ଏଥିରେ ବ୍ୟକ୍ତି ନିଜ କାମ ସହଜରେ କରିପାରନ୍ତି। ଏପରିକି ଜୋତାରେ ଫିତା ବାନ୍ଧିବା ଠାରୁ ଟାଇପିଂ କରିବା, ବହି ଲେଉଟାଇବା, ମୋବାଇଲରେ ଭିଡିଓ ଗେମ୍‌ ଖେଳିବା ଆଦି ଖୁବ୍‌ ଶୀଘ୍ର କରିପାରିଥାନ୍ତି। ୬ ଅଙ୍ଗୁଳି ଥିବା ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ କୁହାଯାଏ। ଫିଲ୍ମ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଠାରୁ ଆରମ୍ଭ କରି ଆଥଲେଟିକ୍‌ ସ୍ବପ୍ନା ବର୍ମନ ଏହାର ଜ୍ୱଳନ୍ତ ଉଦାହରଣ। ସ୍ବପ୍ନା ବର୍ମନଙ୍କ ପାଦରେ ୬ଟି ଅଙ୍ଗୁଳି ଥିଲେ ମଧ୍ୟ ସେ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ପ୍ରଥମଥର ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri