୫୩ ବର୍ଷରେ ଠାକୁରଗଡ଼ ଲକ୍ଷ୍ମୀପୂଜା: ୩ ଶହରୁ ୫ ଲକ୍ଷ ଟଙ୍କା ଅଟକଳ

ବଇଣ୍ଡା,୧୨।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ଲକ୍ଷ୍ମୀପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଏହା ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୧୯୬୬ରେ ଲକ୍ଷ୍ମୀ ବଜାରଠାରେ ଏହି ପୂଜା ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ୫୩ ବର୍ଷରେ ପଦାର୍ପଣ କରିଛି। ପ୍ରଥମେ ଗ୍ରାମର ବାଉରୀ ବନ୍ଧୁ ସାହୁ ପୂଜାକୁ ୩ ଶହ ଟଙ୍କାରେ ଆରମ୍ଭ କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ବାଉରୀ ପୂଜା କରୁଥିବାବେଳେ ୧୯୭୮ରେ ଗ୍ରାମବାସୀ ଓ ଲକ୍ଷ୍ମୀ ବଜାର ବ୍ୟବସାୟୀମାନଙ୍କୁ ପୂଜା ଦାୟିତ୍ୱ ଦେଇଥିଲେ। ପରେ ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ୫୧ ଟଙ୍କାରେ ପୂଜା ଆରମ୍ଭ କରାଯାଇ ଚଳିତ ବର୍ଷ ସାଢେ ୫ ଲକ୍ଷ ଟଙ୍କା ଅଟକଳ କରାଯାଇଛି। ପୂର୍ବରୁ ନିର୍ମାଣ ହୋଇଥିବା ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଉଛି। କିଭଳି ଧୁମ୍‌ଧାମରେ ପୂଜା ପାଳନ କରାଯିବ ସେଥିପାଇଁ ମଧ୍ୟ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ତାଳଚେର ଅଞ୍ଚଳର କାରିଗର ଶ୍ୟାମ ବେହେରା ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି। କମିଟି ସଭାପତି ବିଶ୍ୱେଶ୍ୱର ରାଉତ, ଉପସଭାପତି ସନ୍ତୋଷ କୁମାର ବିଶ୍ୱାଳ, ସମ୍ପାଦକ ବିଜୟ ସାହୁ, ସହ ସମ୍ପାଦକ ଗଣେଶ୍ୱର ବାରିକ କହିଛନ୍ତି, ପୂଜା କିଭଳି ଧୁମଧାମରେ ନ ହେବ ସେଥିପାଇଁ ବଜାର କମିଟିର ସମସ୍ତ ସଦସ୍ୟ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ସପ୍ତାହେ ଧରି ଏହି ପୂଜା ହେବାକୁ ଥିବାବେଳେ ଦୈନିକ ବାଟୋଇଙ୍କୁ ଅନ୍ନପ୍ରସାଦ ବଣ୍ଟନ ବନ୍ଦୋବସ୍ତ କରାଯାଇଛି। ସେହିପରି ୭ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ସାଢେ ୫ ଲକ୍ଷ ଟଙ୍କା ଅଟକଳ କରାଯାଇଥିବାବେଳେ ସମସ୍ତ ବ୍ୟବସାୟୀଙ୍କ ଅର୍ଥଦାନରେ ପ୍ରତ୍ୟେକ ବର୍ଷ ପୂଜା ପାଳନ ହୋଇଆସୁଛି। କିଭଳି ଗାଁ ଦାଣ୍ଡ ପୂଜା ପାଇଁ ଉତ୍ସବ ମୁଖର ହେବ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri