Posted inଜାତୀୟ

୫୨ ବର୍ଷୀୟ ରିକ୍ସାବାଲାଙ୍କ ପ୍ରେମରେ ପଡିଥିଲେ ୩ ହଜାର ଯୁବତୀ

ବରେଲି,୩।୯: ଉତ୍ତର ପ୍ରଦେଶ ବରେଲିର ଇଜ୍ଜତ ନଗର ଥାନା ଅଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ବରେଲିର ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ ଫେସ୍‌ବୁକ୍‌ରେ ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏହାପରେ ଯୁବତୀମାନେ ତାଙ୍କ ପ୍ରେମରେ ପଡିଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନୁରୁଲ ପ୍ରଥମେ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିବା ପରେ ଆଇପିଏସ୍‌ ବେଶରେ ଏକ ଫଟୋ ଦେଇ ତାଙ୍କ ପ୍ରୋଫାଇଲରେ ସେ ଆଇପିଏସ୍‌ ବୋଲି ଲେଖିଥିଲେ। ଏହାପରେ ଖୁବ୍‌ କମ୍‌ ଦିନ ମଧ୍ୟରେ ତାଙ୍କର ପ୍ରାୟ ୫ ଶହ ବନ୍ଧୁ ହୋଇ ଯାଇଥିଲେ। ଧିରେ ଧିରେ ଏହା ବଢି ୫ ହଜାରରେ ପହଞ୍ଚିଥିଲେ। ଫଳରେ ଫେସ୍‌ବୁକ୍‌ରେ ସେ ଆଉ କାହାସହ ବନ୍ଧୁତା କରିପାରି ନ ଥିଲେ। ଆଉ ଏହି ୫ ହଜାର ବନ୍ଧୁଙ୍କ ମଧ୍ୟରୁ ପ୍ରାୟ ସାଢେ ୩ ହଜାର ଥିଲେ ଯୁବତୀ। ଏମାନେ ନୁରୁଲଙ୍କୁ ଆଇପିଏସ୍‌ ଭାବି ତାଙ୍କ ପ୍ରେମରେ ପଡିଥିବା ସେ କୁହନ୍ତି। ତେବେ ଏହି ଯୁବତୀମାନଙ୍କ ମଧ୍ୟରୁ ଅନେକ ନୁରୁଲଙ୍କୁ ଆଇ ଲଭ୍‌ ୟୁ ମେସେଜ୍‌ ପଠାଇଥିବା ବେଳେ ନୁରୁଲ ମଧ୍ୟ ତାଙ୍କୁ ଆଇ ଲଭ୍‌ ୟୁ କହିଥିବା ଦେଖିବାକୁ ମିଳିଛି। ଗତ ୬ ମାସ ଧରି ନୁରୁଲ ଏମିତି କରି ଆସୁଥିବା ବେଳେ ଅନେକେ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବରେଲିର। ନୁରୁଲ କୁହନ୍ତି ସେ ହାଇସ୍କୁଲ ପାସ୍‌ କରି ନାହାଁନ୍ତି। କିନ୍ତୁ ଅଳ୍ପକିଛି ଇଂରାଜୀ ଜାଣିଛନ୍ତି। ଏବେ ସେ ୧୬ଜଣ ଯୁବତୀଙ୍କ ସହ ଚାଟ୍‌ କରୁଛନ୍ତି। ପ୍ରଥମେ ଚାଟ୍‌ ତା’ପରେ ବିବାହ ପ୍ରସ୍ତାବ ଓ ପରେ ଯୁବତୀମାନେ ତାଙ୍କ ନିକଟକୁ ଅଶ୍ଳୀଳ ଫଟୋ ପଠାନ୍ତି ବୋଲି ସେ କହିଛନ୍ତି। ତେବେ ଏ ସମସ୍ତ ଘଟଣା ତାଙ୍କ ସ୍ତ୍ରୀ ଜାଣିବା ପରେ ନୁରୁଲଙ୍କର ପାଖାପାଖି ୫ଟି ମୋବାଇଲ ସେ ଭାଙ୍ଗି ଦେଇଥିଲେ। ହେଲେ ଏତିକିରେ ସୁଧୁରି ନ ଥିଲେ ନୁରୁଲ। ଏହାପରେ ମଧ୍ୟ ସେ ଚାଟିଂ ଜାରି ରଖିଥିବାରୁ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଏବେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri