୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହେଲାନି ପୋଲ

ବାସୁଦେବପୁର,୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗ୍ରାମଠାରୁ ଗମେଈ ନଦୀକୁ ସଂଯୋଗ କରୁଥିବା ମୋହନ ସାମଲ ନାଳ ଜଳ ନିଷ୍କାସନର ଏକ ପ୍ରମୁଖ ନାଳ। ଏହି ନାଳ ବଳିବିନ୍ଧା ବାଷଠି, ଚୂଡ଼ାମଣି, ଭୈରବପୁର ଆଦି ସଂଲଗ୍ନ ଗ୍ରାମର ଚାଷୀଙ୍କ ଚାଷଜମିକୁ ଦୁଇଭାଗ କରିଛି। ଏପାଖର ଚାଷୀ ଆରପାଖକୁ ଯିବା ପାଇଁ ଦୀର୍ଘବର୍ଷ ଧରି ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଚାଷ ଆରମ୍ଭ ସମୟରେ ଚାଷୀମାନେ ପୋଲ ନ ଥିବାରୁ ନାଳରେ ପଶି ଅପର ପାଖକୁ ଯାଇ ଚାଷ କାର୍ଯ୍ୟ କରିଥାନ୍ତି। ସେହିପରି ଧାନ ଅମଳ ସମୟରେ ମଧ୍ୟ ଚାଷୀମାନେ ପାଚିଲା ଶସ୍ୟକୁ ବହୁ ବିପଜ୍ଜନକ ଭାବେ ଆରପାଖକୁ ନେଇଥାନ୍ତି। ଚାଷୀମାନଙ୍କ ଦୀର୍ଘଦିନର ଦାବି ପରେ ୫ ବର୍ଷ ତଳେ ଡ୍ରେନେଜ ବିଭାଗ ଏହି ନାଳ ଉପରେ ଏକ ପୋଲ ନିର୍ମାଣ ଆରମ୍ଭ କରିଥିଲା। ଏହାମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅଧାପନ୍ତରିଆ ହୋଇ ରହିଥିବା ଯୋଗୁ ପୋଲ ଚାଷୀଙ୍କ କାମରେ ଆସୁନି ବୋଲି ଅଭିଯୋଗ ହେଉଛି।
ଏହି ଅସମ୍ପୂର୍ଣ୍ଣ ପୋଲ ପ୍ରାୟ ଆଖପାଖ ୫ ଖଣ୍ଡ ଗ୍ରାମର ୧ ହଜାର ଚାଷୀଙ୍କ ଦୁର୍ଦ୍ଦଶା ପାଲଟିଛି ବୋଲି କୁହାଯାଉଛି। ସେହିପରି ନାଳକୁ ପରିଷ୍କାର କରାଯାଉ ନ ଥିବା ସହିତ ପୁନଃ ଖନନ କରାଯାଉ ନ ଥିବାରୁ ବଳକା ପାଣି ଠିକ୍‌ ଭାବେ ମଧ୍ୟ ନିଷ୍କାସନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ବଳିବିନ୍ଧା ଗ୍ରାମର ଚାଷୀ ଗଙ୍ଗାଧର ବାରିକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୫ ବର୍ଷ ହେବ ଅଧାପନ୍ତରିଆ ରହିଥିବାରୁ ଚାଷୀମାନେ ସମସ୍ୟାରେ ପଡୁଛନ୍ତି ବୋଲି କହିଛନ୍ତି। ଏହି ପୋଲ କାର୍ଯ୍ୟ ତୁରନ୍ତ ଶେଷ କରାଗଲେ ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି ଚାଷୀ ଗଣେଶ ଚନ୍ଦ୍ର ସାହୁ କହିଛନ୍ତି। ଯୁବ ଚାଷୀ ନାରାୟଣ ବେହେରା କହିଛନ୍ତି ଯେ, ପୋଲ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଏହା ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି। ଡ୍ରେନେଜ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଡ୍ରେନେଜ ବିଭାଗ ଯନ୍ତ୍ରୀ ଶ୍ରୀପତି କରଣଙ୍କୁ ପଚାରିବାରୁ କେଉଁ ପରିସ୍ଥିତିରେ ଏହି ପୋଲ ଅସମ୍ପୂର୍ଣ୍ଣ ରହିଲା ତାହାର ତଦନ୍ତ ଓ ତନଖି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri