୫ ଟ୍ରିଲିୟନ ଡଲାର ଜିଡିପି ହାସଲ କଷ୍ଟସାଧ୍ୟ

ଅହମ୍ମଦାବାଦ,୨୩-୧୧: ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ଏବେ ଠିକ୍‌ ନାହିଁ। ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ଭିନ୍ନମତ ପୋଷଣ କରିଛନ୍ତି। ଇକ୍‌ଫାଇ ବିଜନେସ ସ୍କୁଲ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରଙ୍ଗରାଜନ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଉକ୍ତ ଲକ୍ଷ୍ୟ ହାସଲ ନେଇ ପ୍ରଶ୍ନ ଉଠୁନାହିଁ।
କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବା ପରେ ଦେଶକୁ ଆଗାମୀ ୫ ବର୍ଷ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିବର୍ତ୍ତନ କରିବା ଲାଗି ଘୋଷଣା କରିଥିଲେ। ମାତ୍ର ଅର୍ଥ ବ୍ୟବସ୍ଥାରେ ଏବେ କଳାବାଦଲ ଛାଇ ହୋଇ ରହିଥିବାରୁ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ୨୦୧୬ ଆର୍ଥତ୍ବ ବର୍ଷରେ ୮.୨% ରହିଥିଲା। ଏହା ୨୦୧୯ରେ ୬.୮%କୁ ଖସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ଏହା ଦ୍ୱିତୀୟ ତ୍ରୈମାସରେ ୪.୩% ରହିବ ବୋଲି ଅନୁମାନ କରାଯାଉଛି। ସାରା ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ରିଜର୍ଭ ବ୍ୟାଙ୍କ ୯୦ ବେସିସ ପଏଣ୍ଟ କମାଇବା ସହ ୬.୧% ରଖିଛି।
ସେ କହିଛନ୍ତି, ଭାରତର ଜିଡିପି ଏବେ ୨.୭ ଟ୍ରିଲିୟନ ଡଲାର ସ୍ତରରେ ରହିଛି। ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସାଧାରଣରେ ଆଲୋଚନା ହେଉଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଭାରତକୁ ଅନ୍ତତଃ ପକ୍ଷେ ୯% ହାରରେ ଅଭିବୃଦ୍ଧି କରିବାକୁ ହେବ। ଏଣୁ ଏହି ଲକ୍ଷ୍ୟକୁ ହାସଲ କରିବା ଏତେ ସହଜ ହେବ ନାହିଁ। ଗତ ୨ ଧରି ଭାରତର ଜିଡ଼ିପି ଅଭିବୃଦ୍ଧି ଖସିଛି। ଚଳିତ ଆର୍ଥତ୍କ ବର୍ଷ ମଧ୍ୟ ଏହା ୬% ଭିତରେ ରହିବା ଭଳି ପ୍ରତୀୟମାନ ହେଉଛି। ଆସନ୍ତା ଆର୍ଥତ୍କ ବର୍ଷ ହୁଏତ ୭% କିମ୍ବା ଏହା ପରବର୍ତ୍ତୀ ବର୍ଷଗୁଡିକରେ ଅର୍ଥନୀତିରେ ସୁଧାର ଆସିପାରେ ବୋଲି ସେ ମତ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ହୋଇଗଲେ ମଧ୍ୟ ଭାରତ ମୁଣ୍ଡପିଛା ଆୟ କ୍ଷେତ୍ରରେ ବିଶେଷ ଅଗ୍ରଗତି କରି ପାରିବ ନାହିଁ। ଏବେ ଦେଶରେ ମୁଣ୍ଡ ପିଛା ଆୟ ୧୮୦୦ ଡଲାର ଥିବା ବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ୩୬୦୦ ଡଲାରକୁ ବଢିପାରେ। ତେବେ ମଧ୍ୟ ଭାରତ ଏକ ନିମ୍ନ ମଧ୍ୟମ ଆୟକାରୀ ଦେଶ ବ୍ରାକେଟରେ ରହିବ। ଭାରତ ଏକ ବିକାଶଶୀଳ ଦେଶ ହେବା ଲାଗି ମୁଣ୍ଡ ପିଛା ଆୟ ୧୨ ହଜାର ଡଲାରକୁ ବଢାଇବାକୁ ପଡିବ। ଏଥି ପାଇଁ ୨୨ ବର୍ଷ ସମୟ ଲାଗି। ଏହି ଲକ୍ଷ୍ୟ ହାସଲ ଲାଗି ୯% ବାର୍ଷିକ ହାରରେ ଅଭିବୃଦ୍ଧି ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri