ଛତ୍ରପୁର,୧୦ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ମୁକାବିଲା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ‘ଚିଅର୍ ଅପ୍ ଇୟୋର’ ବାର୍ତ୍ତା ଦେଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ। ଜିଲା କରୋନା ମୁକାବିଲାରେ ଆରମ୍ଭରୁ ସଫଳତା ପ୍ରଦର୍ଶନ କରିଆସିଛି। ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରୁଥିବାରୁ ଜିଲାପାଳ ଏବଂ ତାଙ୍କ ଟିମ୍ଙ୍କୁ ସଚିବ ଧନ୍ୟବାଦ ଦେଇଛନ୍ତି। ଏଥିରେ ମଧ୍ୟ ବ୍ୟକ୍ତିଗତ ଭାବେ ସେ ସାମିଲ ହେବେ ବୋଲି କହିଛନ୍ତି। ସେ ଜିଲାପାଳ, ସରପଞ୍ଚ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ କରୋନା ମୁକାବିଲା ମନ୍ତ୍ର ଦେଇଛନ୍ତି । ଜିଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। ଲକ୍ଡାଉନ ପାଇଁ କର୍ମସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମେ ୩ ତାରିଖ କଟକଣା କୋହଳ ପରେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଆରମ୍ଭ ହୋଇଥିଲା। ପୂର୍ବରୁ ବସ୍ରେ ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏମାନେ ରେଳ ଯୋଗେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଜିଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀଙ୍କର କେତେକ ଲକ୍ଷଣ ଦେଖାଯାଉଛି ତାଙ୍କୁ ପରୀକ୍ଷା କରାଯାଇ ଲୋକଙ୍କଠାରୁ ଦୂରେଇ ରଖିବା ସହିତ ଠିକ୍ ଚିକିତ୍ସା କରାଯାଉଛି। କାହାର ଲକ୍ଷଣ ଦେଖାଦେଲେ ସ୍ବତଃପ୍ରବୃତ୍ତ ଭାବେ ପ୍ରଶାସନକୁ ଜଣାଇବା ପାଇଁ ସଚିିବ କହିଛନ୍ତି। ପ୍ରତ୍ୟେକ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବା ପିଇବା ନ କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି। ଏହା ସହିତ ସଚିବ ମଧ୍ୟ ଭିଡିଓ କନ୍ଫରେନ୍ସରେ ଶନିବାର ୭ ସରପଞ୍ଚଙ୍କ ସହ କଥା ହୋଇଛନ୍ତି। ସେଗୁଡିକ ହେଲା ଧରାକୋଟ, କବିସୂର୍ଯ୍ୟନଗର, ପୋଲସରା, ଆସ୍କା, ଖଲ୍ଲିକୋଟ, କୁକୁଡାଖଣ୍ଡି ଓ ହିଞ୍ଜିଳିକାଟୁ ସରପଞ୍ଚଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତାଙ୍କର କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ। ଭିଡିଓ କନଫରେନ୍ସରେ ଅନୁଷ୍ଠିତ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅନାମ ଚରଣ ପାତ୍ର, ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…
ବକ୍ସାଇଟ୍ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା
ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…
୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ
ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…
କଣାସରେ ପଶିଲା ଗୋଠଛଡ଼ା ହାତୀ
କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…
ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…
ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…
ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ
ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍…
୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ
ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍ରେ ତାଲା…
Archives

