Posted inଜାତୀୟ

୪୯ ବର୍ଷରେ ପାଦ ଦେଲେ ରାହୁଲ ଗାନ୍ଧୀ: ଏବେ ୨୦୨୪କୁ ଆଶା

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୦ ଜୁନ୍‌ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ରାହୁଲଙ୍କ ବୟସ ବଢ଼ିବା ସହିତ କଂଗ୍ରେସର ସ୍ଥିତି ଧୀରେ ଧୀରେ ସଙ୍କଟ ଦେଇ ଗତି କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୪ ଆସନରେ ସୀମିତ ରହିଥିବାବେଳେ ୨୦୧୯ରେ ଏହା ୫୨ ଆସନ ହାତେଇବାକୁ ସକ୍ଷମ ହୋଇଛି। ଗତ ଲୋକ ସଭା ନିର୍ବାଚନରେ ରାହୁଲଙ୍କ ଚୌକିଦାର ଚୋର୍‌ ହୈ ସ୍ଲୋଗାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲାକୋଟ ଷ୍ଟ୍ରାଇକ୍‌ ଆଗରେ ଫିକା ପଡ଼ିଯାଇଥିଲା। ଫଳରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ଟି ଆସନ ଅଧିକ ପାଇଥିଲା। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ରାହୁଲଙ୍କ ନିର୍ବାଚନ ପ୍ରଚାରରେ ପାରମ୍ପରିକ ଧାରାରେ ହେବାରୁ ଦଳର ସ୍ଥିତି ଏଭଳି ହେଲା। ଭାଜପା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭଳି ସୋସିଆଲ୍‌ ମିଡ଼ିଆକୁ ଅଧିକ ପ୍ରାଧାନ୍ୟ ଦେବାରୁ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚିଥିଲା। ଫଳରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ମୋଦି ଏବଂ ଶାହଙ୍କ ଭଳି ଅଭିଜ୍ଞ ରାଜନେତାଙ୍କ ସମ୍ମୁଖରେ ରାହୁଲଙ୍କ ପାରମ୍ପରିକ ପ୍ରଚାର କାମ ଦେଇ ନ ଥିବା କୁହାଯାଉଛି। ଅପର ପକ୍ଷରେ କଂଗ୍ରେସ ନେତା ଏକଜୁଟ ହୋଇ ପରବର୍ତ୍ତୀ ନିର୍ବାଚନରେ ଲଢ଼ିବାର ଆବଶ୍ୟକତା ରହିଛି। ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ରାହୁଲ ଏବେ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ବେଳକୁ ରାହୁଲଙ୍କୁ ୫୪ ବର୍ଷ ହୋଇଥିବ। ଯଦି କଂଗ୍ରେସ ସେତେବେଳକୁ ଭଲ ପ୍ରଦର୍ଶନ କରିବ ତେବେ ହୁଏତ ରାହୁଲ ପ୍ରଧାନମନ୍ତ୍ରୀ ଭାବେ ଦେଶର ମଙ୍ଗ ଧରିବାକୁ ସକ୍ଷମ ହେବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri