୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ ।  ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର ଲୋକେ। ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଉଦ୍ୟମ ଫଳରେ ହଜିଲା ପୁଅକୁ ଫେରି ପାଇଲେ ପୁରୀ ଜିଲା କାକଟପୁର ଅଞ୍ଚଳର ରମେଶ କାଣ୍ଡିଙ୍କ ପରିବାର।
ସୂଚନା ଅନୁସାରେ, ବୁଧବାର ଆଦର୍ଶ ଥାନା ଅଧିକାରୀ ମମତା ପତି ବ୍ୟାଙ୍କ ଓ ଗ୍ରାହକଙ୍କ ନିରପତ୍ତା ଦୃଷ୍ଟିରୁ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ପରିଦର୍ଶନ କରିଥିଲେ। ଏହି ସମୟରେ ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତାର ବାହାଡାପିଠାରେ ଥିବା ଏକ ଘରୋଇ ବ୍ୟାଙ୍କ ନିକଟରେ ଜଣେ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା । ସେ ସମ୍ପୃକ୍ତ ଯୁବକଙ୍କ ବିଷୟରେ ପଚରା ଉଚୁରା କରିବା ବେଳେ କେହି କିଛି କହି ପାରି ନ ଥିଲେ। ଏପରି କି ସମ୍ପୃକ୍ତ ଯୁବକ ମଧ୍ୟ ନିଜର ପରିଚୟ ଦେବା ଦୂରର କଥା ପଦେ ଦି ପଦ କଥା ହେବା ଛଡା କିଛି କହିବା ଅବସ୍ଥାରେ ନ ଥିଲେ । ଏପରିସ୍ଥଳେ ଥାନା ଅଧିକାରୀ ସନ୍ଦିଗ୍ଧ ଯୁବକଙ୍କୁ ନିଜ ଗାଡିରେ ବସାଇ ଥାନାକୁ ନେଇ ଆସିବା ସହିତ ତାଙ୍କୁ ଖାଇବାପିଇବାକୁ ଦେବାପରେ ନିଜେ ତାଙ୍କର ପରିଚୟ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ବହୁ ସମୟ ପଚରାଉଚୁରା କରିବା ପରେ ସେ ବିଭିନ୍ନ ଭାଷାରେ କିଛି କହୁଥିବା ବେଳେ ଥର ଥର କରି ଓଡିଆ ଭାଷାରେ ପଦେ ଦୁଇପଦ କଥା କହିଥିଲେ। ସେ କାକଟପୁର ଅଞ୍ଚଳର ବୋଲି ପୋଲସି ଅନୁମାନ କରି କାକଟପୁର ପୋଲିସ ସହିତ ଯୋଗାଯୋଗ କରିଥିଲେ। ଗୁରୁବାର ସନ୍ଧ୍ୟାରେ କାକଟପୁର ପୋଲିସଠାରୁ ସୂଚନା ପାଇଲା ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ସ୍ଥାନୀୟ ଥାନାରେ ପହଞ୍ଚତ୍ ନିଜ ହଜିଲା ପୁଅକୁ ଚିହ୍ନିପାରିଥିଲେ।
ସୂଚନା ଅନୁଯାୟୀ, କାକଟପୁର ଥାନା ଉଲୁକୁଦା(ଜଳେଶପଡା) ଗ୍ରାମର ରମେଶ କାଣ୍ଡିଙ୍କ ସାନପୁଅ ସଞ୍ଜୟ (୧୯) ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ କରିବାପରେ ପ୍ରଥମେ ସୁରଟ ଓ ପରେ ଚେନ୍ନାଇ ସୂତାକଳରେ କାମ କରିବାକୁ ଚାଲିଯାଇଥିଲେ । ସେ ଦୁଇବର୍ଷ ପର୍ଯ୍ୟନ୍ତ ଘରକୁ ଟଙ୍କା ପଇସା ପଠାଇବା ସହିତ ଫୋନରେ କଥାବାର୍ତ୍ତ କରୁଥିଲେ । ହେଲେ ପରେ ଦୁଇବର୍ଷ ହେଲା ପୁଅ ସଞ୍ଜୟ ସେମାନଙ୍କ ସହିତ କୌଣସି ଯୋଗାଯୋଗରେ ନ ଥିଲେ। ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ଯୋଗାଯୋଗ ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସଞ୍ଜୟ ମାନସିକ ଦୁର୍ବଳତା କାରଣରୁ ଚାକିରି ହରାଇ ଚେନ୍ନାଇରେ ଏଣେତେଣେ ବୁଲୁଥିବା ବେଳେ ପଡୋଶୀ ଗ୍ରାମର ଜଣେ ଯୁବକ ତାଙ୍କୁ ଦେଖି ଘରକୁ ଯିବା ପାଇଁ ଟ୍ରେନରେ ବସାଇଥିଲେ। ସଞ୍ଜୟ କୋଣାର୍କ ଏକ୍ସପ୍ରେସ୍‌ରେ ଗାଁକୁ ଆସୁଥିବା ନେଇ ସେ ସଞ୍ଜୟଙ୍କ ପରିବାରକୁ ଖବର ଦେଇଥିଲେ । ତେବେ ସେ ଗାଁକୁ ଯିବାକୁ ଭୁବନେଶ୍ୱରରେ ଓହ୍ଲାଇବା ପରିବର୍ତ୍ତେ ଗାଡିରେ ବସି ଓଡ଼ଗାଁ ଚାଲିଆସିଥିବା ଅନୁମାନ କରାଯାଉଛି। ପୁଅ ଓଡ଼ଗାଁ ଥାନାରେ ଥିବା ଖବର ପାଇ ବାପା ରମେଶ ତାଙ୍କ ସମ୍ପର୍କୀୟ ସୁଦର୍ଶନ ଭୋଇ ଏବଂ ବାଉରୀବନ୍ଧୁ ବେହେରା ସେଠାରେ ପହଞ୍ଚତ୍ଥିଲେ। ପୋଲିସ ନିକଟରେ ସେମାନଙ୍କ ଆଧାର ପରିଚୟ ପତ୍ର ଦାଖଲ କରିବା ପରେ ପୋଲିସ ଏହାକୁ ଯାଞ୍ଚ କରି ପରେ ସଞ୍ଜୟଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ୪ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଥିବା ବାପା ଓ ସମ୍ପର୍କୀୟ ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ସେମାନେ ଆର୍ଦଶ ଥାନା ପୋଲିସକୁ ବାରମ୍ବାର ଧନ୍ୟବାଦ ଦେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri