୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ ଦୂରର କଥା ପୈତୃକ ସମ୍ପତ୍ତି ବିକ୍ରି କରିବା ଆଶାରେ ବରିଷ୍ଠ ନାଗରିକ ତଥା ପିତାଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିବାକୁ ପଛାଉ ନାହାନ୍ତି। ପୁଅମାନେ ଥାଇ ବି ସେ ଏବେ ବେସାହାରା ହୋଇଯାଇଛନ୍ତି। ଏ ନେଇ ବୃଦ୍ଧ ପିତା ହରେକୃଷ୍ଣ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହରେକୃଷ୍ଣଙ୍କ ଅଭିଯୋଗ କରିଛନ୍ତି ଯେ, ପ୍ରଥମ ପୁଅ ସରକାରୀ ଚାକିରିରୁ ଅବସର ନେଇ କଟକ ସହରରେ ପରିବାର ସହ ରହୁଛନ୍ତି। ଦ୍ୱିତୀୟ ପୁଅ ଗଁ। ରେ ରହି ଜମିରେ ଚାଷ କରି ପରିବାର ଚଳାଇବା ସହ ତାଙ୍କ ଦେଖାଶୁଣା କରୁଥିଲେ। ତୃତୀୟ ପୁଅ ସୋର ଅଦାଲତରେ ଚାକିରି କରି ପରିବାର ସହ ରହୁଛନ୍ତି। ଚତୁର୍ଥ ପୁଅ ଭଦ୍ରକରେ ପରିବାର ସହ ରହିଆସୁଛନ୍ତି। କିଛିଦିନ ପୂର୍ବରୁ ପ୍ରଥମ ଓ ତୃତୀୟ ପୁଅ ଜମିବାଡ଼ି ଭାଗ କରିବା ପାଇଁ ତାଙ୍କୁ ଚାପ ପକାଇ ମାନସିକ ଯନ୍ତ୍ରଣା ଦେବା ସହ ବିଭିନ୍ନ ପ୍ରକାର ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଅନ୍ୟପକ୍ଷେ ଦ୍ୱିତୀୟ ପୁତ୍ର ସହ ବାରମ୍ବାର ଝଗଡ଼ା କରି ବିଭିନ୍ନ ମାମଲାରେ ଅନ୍ତର୍ଭୁକ୍ତ କରିଥିବାରୁ ଉକ୍ତ ଜମିରେ ଚାଷ କରାଯାଇପାରୁ ନାହିଁ। ଫଳରେ ଦ୍ୱିତୀୟ ପୁଅର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କୁ ପୋଷିବା ପାଇଁ ସକ୍ଷମ ନ ଥିବା କହିଥିଲେ। ଏହାପରେ ସେ ଗତ ନଭେମ୍ବର ୧୦ରେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପଜିଲାପାଳ ଏହାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଲିଖିତ ଭାବେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାମଧ୍ୟରେ କୌଣସି ସମାଧାନ ନ ହେବାରୁ ସେ ପୁନର୍ବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ହରେକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri