୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ: ବଜ୍ରପାତରେ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,(ବ୍ୟୁରୋ)/କୁନ୍ଦୁରା,୧୩।୫(ଡି.ଏନ୍‌.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିଦେଲାଣି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହିଭଳି ତାତି ଅନୁଭୂତ ହେବ। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୯ ଜିଲାରେ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିଲା। ୪୩.୬ଡିଗ୍ରୀରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ ୪୩.୫, ସୋନପୁର ୪୩.୩, ସମ୍ବଲପୁର ୪୨.୭, ହୀରାକୁଦ ୪୨.୪, ବଲାଙ୍ଗୀର ୪୨, ତାଳଚେର ୪୧.୫, ମାଲକାନଗିରି ୪୧.୪ ଓ ସୁନ୍ଦରଗଡ଼ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କଟକ ୩୭.୨ ଓ ଭୁବନେଶ୍ୱର ୩୬.୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୪ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିପାରେ। ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି। ତେବେ ୧୬ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ବରଗଡ଼, ଦେବଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଓ ରାୟଗଡ଼ା ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର ଓ ରାୟଗଡ଼ା ଜିଲାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେପଟେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଆହତଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ କୁନ୍ଦୁରା ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ନାରାଗଁାର ପେଣ୍ଠିଆ ପରିବାର ଘରପଛ ଆମ୍ବଗଛ ମୂଳେ ବସିଥିବା ବେଳେ କାଳବୈଶାଖୀ ଆସିଥିଲା। ଏହି ସମୟରେ ହଠାତ୍‌ ବଜ୍ରପାତ ହେବାରୁ ପରିବାରର କରଫୁଲ ପେଣ୍ଠିଆ(୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ଜେଜେବାପା ନାଥ ପେଣ୍ଠିଆ(୫୫) ଓ ସାନ ନାତୁଣୀ ସୁମିତ୍ରା ପେଣ୍ଠିଆ(୫)ଙ୍କୁ ପ୍ରଥମେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ସେମାନଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ମୃତ କରଫୁଲଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବ୍ଲକର ଆସନା ପଞ୍ଚାୟତ କାଉଡ଼ିଆଗୁଡ଼ା ଗ୍ରାମର ଦୈତାରୀ ପୂଜାରୀ(୪୬) ମଧ୍ୟ ବଜ୍ରପାତରେ ପ୍ରାଣ ହରାଇଛନ୍ତି। କୁନ୍ଦୁରା ସିଏଚ୍‌ସି ପକ୍ଷରୁ କୌଣସି ସୁବିଧା ନ ଥିବାରୁ ସୋମବାର ଭାର କିମ୍ବା ବାଇକ୍‌ରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଅଣାଯିବ। ଅନ୍ୟପକ୍ଷରେ ସେହି ପଞ୍ଚାୟତ ଅଧୀନ ପାକନାଗୁଡ଼ା ଛକରେ ୩ ଗାଈଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri