୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା ବିଶ୍ୱରେ ପରିବର୍ତ୍ତନ ଆଣିପାରିଥାଏ। ଦୟା ଆମ ସମସ୍ତଙ୍କ ମଧ୍ୟରେ ରହିଛି, କିନ୍ତୁ ଆମେ ଏହାକୁ ଅନୁଭବ କରି ଅଭ୍ୟାସରେ ପରିଣତ କରିବା ଉଚିତ। କବିତା ମନର ଗଭୀର ଭାବନାକୁ ପରିପ୍ରକାଶ କରିବା ସହ ଆଶ୍ଚର୍ଯ୍ୟଜନକ ପ୍ରତିଛବି ସୃଷ୍ଟି କରିଥାଏ। ସମାଜରେ ଭାଇଚାରା ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକତାସୂତ୍ରରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ କହିଛନ୍ତି।
ରବିବାର କିଟ୍‌ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ନାଇଡୁ କହିଥିଲେ ଯେ, ଓଡ଼ିଶାକୁ ଆସି ମୁଁ ବହୁ ଆନନ୍ଦିତ। ଓଡ଼ିଶାରେ ଚଳିତବର୍ଷ ବିଶ୍ୱ କବି ସମ୍ମିଳନୀ ଅନୁଷ୍ଠିତ ହେବା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। କବିତା ମାଧ୍ୟମରେ ଭ୍ରାତୃତ୍ୱଭାବ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ୩୯ତମ କବି ସମ୍ମିଳନୀର ସଭାପତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବେଶ ପ୍ରଶଂସନୀୟ। ତାଙ୍କର ଏହି ଦୂରଦୃଷ୍ଟି ଯୋଗୁ ଏଠାରେ ବିଭିନ୍ନ ଦେଶର କବିମାନଙ୍କର ବିଚାରଧାରା, ଭାଷା, ଶବ୍ଦ, ତାଳ ଓ ଲୟର ସମନ୍ବୟ ଦେଖାଦେଇଛି ବୋଲି ସେ କହିଥିଲେ।
ଉତ୍ସବରେ ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ କହିଥିଲେ, ଓଡ଼ିଶା ହେଉଛି ସ୍ବର୍ଗୀୟ ଭୂମି। ବିଶ୍ୱର ଆଧ୍ୟାମତ୍ିକ ଗୁରୁ ଏବଂ ଆଧ୍ୟାମତ୍ିକ ଦାର୍ଶନିକଙ୍କ ମତରେ ଏହି ଭୂମିର ମୁକ୍ତି ଦେବାର କ୍ଷମତା ରହିଛି। ଓଡ଼ିଶା ଏଭଳି ଏକ ପୁଣ୍ୟଭୂମି, ଯେଉଁଠି ପ୍ରତ୍ୟେକ ଜଣେଜଣେ ଜଗନ୍ନାଥଙ୍କ ପ୍ରତିନିଧି। ଉତ୍କଳ ଭୂମିର ସବୁଠାରୁ ଅନନ୍ୟ ଦିଗ ହେଉଛି ଏଠାରେ ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ବିଭେଦ ନାହିଁ। ଏହାଛଡ଼ା ଓଡ଼ିଶା ଲୋକମାନଙ୍କ ଭଲପାଇବା, ଦୟାଭାବ ଓ ସରଳ ସ୍ବଭାବ ଏହାକୁ ଆହୁରି ରୁଦ୍ଧିମନ୍ତ କରିଛି। ଶ୍ରୀ ଜଗନ୍ନାଥ ସ୍ବୟଂ ହେଉଛନ୍ତି ଜଣେ କବି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମାଉରସ ୟଙ୍ଗ ପ୍ରମୁଖ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ୩୯ତମ କବି ସମ୍ମିଳନୀର ସଭାପତି ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାଲର୍‌ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସାଧାରଣ ସମ୍ପାଦକ ଡ. ମାରିଆ ୟୁଜେନିଆ ସୋବେରାନିସ, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଚ୍ୟୁତ ସାମନ୍ତଙ୍କୁ ବିଶ୍ୱ କବି ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‌ଡେନ୍‌ ଗ୍ୟାବେଲ୍‌’ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଔପନ୍ୟାସିକ ଶାନ୍ତନୁ ଆଚାର୍ଯ୍ୟ, କବି ଡ. ପ୍ରସନ୍ନ ପାଟଶାଣୀଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍‌ ଲିଟରେଚର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଯୁବ ଲେଖିକା ଅନନ୍ତିନୀ ମିଶ୍ରଙ୍କୁ ତାଙ୍କ ପୁସ୍ତକ ‘ଟ୍ରେଜର୍‌ ଅଫ୍‌ ଶର୍ଟ ଷ୍ଟୋରିଜ୍‌’ ଏବଂ ଆମତ୍ିକା ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଦ ଜର୍ନି ଅଫ୍‌ ଥାଉଜେଣ୍ଡ ମାଇଲ୍‌ସ’ ପାଇଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri