ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏବେ ସେଠାକାର ରିଏଲ ଇଷ୍ଟେଟରେ ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଦେଶର ବୃହତ ରିଏଲ ଇଷ୍ଟେଟ କମ୍ପାନୀ ଲଦାଖ ଓ ଜମ୍ମୁ-କଶ୍ମୀରରେ ନିବେଶ କରିପାରିବେ ବୋଲି କ୍ରେଡାଇ ଅଧ୍ୟକ୍ଷ ଜ୍ୟାକ୍ସେ ଶାହ ମିଡିଆ ସହ ଆଲୋଚନା କାଳନରେ କହିଛନ୍ତି। ଉପତ୍ୟକାରେ ରିଏଲ ଇଷ୍ଟେଟ ସେକ୍ଟରରେ ନିବେଶ ପାଇଁ ବିଲ୍ଡରମାନେ ଦୀର୍ଘଦିନ ହେବ ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି। ସେମାନେ ରାଜ୍ୟରେ ଆବାସିକ ଓ ବାଣିଜି୍ୟକ ସମ୍ପତ୍ତିରେ ନିବେଶ କରିବେ। ଏଥିସହିତ ପରିବେଶକୁ କ୍ଷତି ନ ପହଞ୍ଚାଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେଠାରେ ଅଧିକ ସଂଖ୍ୟାରେ ଗଲ୍ଫ କୋର୍ସ, ହୋଟେଲ ଓ ଅନ୍ୟ ସମସ୍ତ ସୁବିଧାର ବିକାଶ ସମ୍ଭାବନା ରହିଛି। ଇସ୍ରାଏଲର ତେଲ ଆଭିଭରେ ଏବେ କ୍ରେଡାଇର ବୈଠକ ଚାଲିଛି। ରିଏଲ ଇଷ୍ଟେଟ ସେକ୍ଟରରେ ମାନ୍ଦାବସ୍ଥା ଆସିବା ସତ୍ତ୍ୱେ ବହୁ ସଂଖ୍ୟାରେ ବିଲ୍ଡର ଏବେ ମଧ୍ୟ ବଜାରରେ ତିଷ୍ଠି ରହିଥିବାରୁ ଶାହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଡେଭଲପରଙ୍କ ଦୃଢ଼ତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। କ୍ରେଡାଇ ପ୍ରେଡିଡେଣ୍ଟ ସତୀଶ ମାଗର ଗୃହ ଋଣ ଉପରେ ସୁଧ ହାରକୁ ୭.୫%କୁ ହ୍ରାସ କରିବା ଆବଶ୍ୟକ ବୋଲି କହିଛନ୍ତି। ସେହିପରି କ୍ରେଡାଇ ସଚିବ ପଙ୍କଜ ଗୋୟଲ ସିଷ୍ଟମକୁ ଅଧିକ ନମନୀୟ କରିବା ଉପରେ ଜୋର୍ ଦେଇଛନ୍ତି।
DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!
ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…
Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…
ନୂଆଦିଲ୍ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…
ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭
ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…
୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…
ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?
ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…
ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା
ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…
ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…
Archives

