୩୭ଥର ବାହାରଯାତ୍ରା କରନ୍ତି ଶ୍ରୀଦେବୀ ଓ ଭୂଦେବୀ

ଶ୍ରୀମନ୍ଦିର ରତ୍ନବେଦୀରେ ଉପାସିତ ହେଉଛନ୍ତି ଶ୍ରୀଦେବୀ ଓ ଭୂଦେବୀ। ଶ୍ରୀଜଗନ୍ନାଥଙ୍କ ଉପାସନାରେ ତାଙ୍କର ଭୂମିକା ଗୁରୁତ୍ୱଲାଭ କରିଛି। ମହାପ୍ରଭୁଙ୍କ ବାମପଟେ ଶ୍ରୀଦେବୀ ଓ ଡାହାଣପଟେ ଭୂଦେବୀ ବିଜେ କରିଛନ୍ତି। ରତ୍ନସିଂହାସନରେ ବିଜେ କରିଥିବା ଶ୍ରୀମାଧବ ଶାରଦୀୟ ଦୁର୍ଗାପୂଜା ଅବସରରେ ମହାପ୍ରଭୁଙ୍କ ଅନୁମତି (ଆଜ୍ଞାମାଳ) ନେଇ ରତ୍ନବେଦୀ ଛାଡ଼ିଥାନ୍ତି। ସେହିପରି ଶ୍ରୀଦେବୀ ଓ ଭୂଦେବୀ ମହାପ୍ରଭୁଙ୍କ ଅନୁମତି ନେଇ ୩୭ଥର ରତ୍ନବେଦୀ ଛାଡ଼ନ୍ତି। ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିଲାବେଳେ ଅର୍ଥାତ୍‌ ବାହାର ବିଜେ କଲାବେଳେ ବିନା ଅନୁମତିରେ ଶ୍ରୀଦେବୀ ଦୁଇଥର ରତ୍ନବେଦୀ ଛାଡି ବାହାରକୁ ବାହାରିଥାନ୍ତି।
୍ଯ ସମୟରେ ୨୧ଦିନ ଧରି ଶ୍ରୀଦେବୀ ଓ ଭୂଦେବୀ ଚନ୍ଦନ ପୋଖରୀକୁ ମଣି ବିମାନରେ ଯାତ୍ରା କରିଥାନ୍ତି। ସରସ୍ବତୀ ପୂଜାଦିନ ଆଜ୍ଞାମାଳ ପାଇବା ପରେ ଶ୍ରୀଦୋଳଗୋବିନ୍ଦଙ୍କ ସହିତ ଜଗନ୍ନାଥବଲ୍ଲଭ ମଠକୁ ଶ୍ରୀଦେବୀ ବିଜେ କରିଥାନ୍ତି। ସେଇଠି ଫଗୁଖେଳ ନୀତିରେ ସେ ସାମିଲ ହୁଅନ୍ତି। ଫଗୁ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ଦିନ ଏହି ମଠକୁ ବିଜେ କରି ଚାଚେରି ଲୀଳା କରିଥାନ୍ତି। ଚୈତ୍ର ମାସ ପ୍ରତିପଦା ତିଥିରେ ମହାପ୍ରଭୁଙ୍କର ଅନ୍ୟତମ ପ୍ରତିନିଧି ଶ୍ରୀମଦନମୋହନଙ୍କ ସହିତ ବେଣ୍ଟ ଯାତ୍ରା କରିବା ପାଇଁ ନରେନ୍ଦ୍ର ପୋଖରୀକୁ ବିଜେ କରିଥାନ୍ତି। ଝୁଲଣ ଯାତ୍ରାବେଳେ ଝୁଲଣ ମୁଣ୍ଡି(ମଣ୍ଡପ)କୁ ୭ଦିନ ଧରି ଶ୍ରୀମଦନମୋହନଙ୍କ ସହ ବିଜେ କରନ୍ତି। ବ୍ରହ୍ମାସନ କୁହାଯାଉଥିବା ମୁକ୍ତିମଣ୍ଡପ ସ୍ଥାନଟି ଝୁଲଣବେଳେ ଝୁଲଣ ମଣ୍ଡପ ରୂପେ ବ୍ୟବହୃତ ହୋଇଥାଏ। ମାର୍ଗଶୀର ମାସ ଅମାବାସ୍ୟା ଶ୍ରୀମନ୍ଦିରରେ ଦେବ ଦୀପାବଳି ଭାବେ ପ୍ରସିଦ୍ଧ। ଏହା ତିନିଦିନ ଧରି ପାଳିତ ହୁଏ। ଶେଷଦିନ ଶ୍ରୀମଦନମୋହନଙ୍କ ସହିତ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରି ଜଗତ ମଙ୍ଗଳ ପାଇଁ କେତେକ ଲୀଳା କରିଥାନ୍ତି। ଏଥିମଧ୍ୟରେ ଜୀବିତ ଓ ମୃତ ମଣିଷଙ୍କ ମୁକ୍ତି ପାଇବାର ରହସ୍ୟ ଜଡ଼ିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri