Posted inଜାତୀୟ

୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍‌ରେ ଶହୀଦ୍‌ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ

ଜମ୍ମୁ,୧୯।୧୧:ସିଆଚୀନ୍‌ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା ପାଇଁ ମାଇନସ୍‌ ୫୦ ଡିଗ୍ରୀରୁ କମ୍‌ ତାପମାତ୍ରାରେ ଯବାନମାନେ ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାରେ ୧୯୮୪ଠାରୁ ଗତ ୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ୮୭୩ ଯବାନ ଶହୀଦ୍‌ ହୋଇଛନ୍ତି। ଏଠାକାର ପ୍ରତିକୂଳ ପାଣିପାଗ ସେମାନଙ୍କର ଜୀବନ ନେଇଛି। ଉଭୟ ଭାରତ ଏବଂ ପାକିସ୍ତାନର ୨୫୦୦ରୁ ଅଧିକ ସୁରକ୍ଷା କର୍ମଚାରୀଙ୍କର ମୃତ୍ୟୁ ଅତ୍ୟଧିକ ଥଣ୍ଡା ଅବା ବରଫ ଝଡ଼ ଯୋଗୁ ଘଟିଛି। ୨୦୧୨ରେ ପାକିସ୍ତାନର ଗୟାରି ବେସ୍‌ କ୍ୟାମ୍ପ୍‌ରେ ହିମ ସ୍ଖଳନ ଯୋଗୁ ୧୨୪ ପାକିସ୍ତାନୀ ସୈନିକ ଏବଂ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥଲା। ଏଠାରେ ଭାରତ ୧୯୮୪ରେ ମିଲିଟାରୀ ବେସ୍‌ ସ୍ଥାପନ କରିଥିଲା। ଏଠାରେ ୩ ହଜାର ଭାରତୀୟ ଯବାନ ମୁତୟନ ହୋଇଛନ୍ତି। ପ୍ରତିଦିନ ଯବାନଙ୍କ ସୁରକ୍ଷା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଠାରେ ଅଧିକ ଦିନ ରହିଲେ ଯବାନଙ୍କ ଶୁଣିବା ଏବଂ ଦେଖିବା କ୍ଷମତା କମିବାରେ ଲାଗିଥାଏ। ଏହା ସହିତ ସ୍ମୃତିଶକ୍ତି ମଧ୍ୟ କମିଯାଇଥାଏ। ଅତ୍ୟଧିକ ଥଣ୍ଡା ଯୋଗୁ ଶରୀରର ନିମ୍ନ ଅଂଙ୍ଗରେ ରକ୍ତ ପ୍ରଭାବ କମିବା ଯୋଗୁ ବହୁ ସମୟରେ ଯବାନଙ୍କ ପାଦ ଆଙ୍ଗୁଳି ପଚି ଯାଇଥାଏ। ଶେଷରେ ଏହାକୁ କଟା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri