୩୩ ଶିଶୁଙ୍କ ବିକୃତ ପାଦ ଅସ୍ତ୍ରୋପଚାର

ଫୁଲବାଣୀ ଅଫିସ, ୫ା୧୨- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଶିବିର ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ବୃନ୍ଦା ଡି. ଏହାକୁ ଉଦ୍‌ଘାଟନ କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. କିଶୋର ମହାପାତ୍ରଙ୍କ ନେତୃତ୍ୱରେ ୧୨ ଜଣିଆ ଡାକ୍ତରୀ ଦଳ ଆସି ୩୩ ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କରିଛନ୍ତି।
ଅସ୍ତ୍ରୋପଚାର କରାଯାଇଥିବା କନ୍ଧମାଳ ଜିଲାର ୧୨, ବଲାଙ୍ଗୀରର ୧୦, ସୁବର୍ଣ୍ଣପୁରର ୭ ଏବଂ ବୌଦ୍ଧ ଜିଲାର ୪ ଶିଶୁଙ୍କୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିିତ ଏକ ସ୍ବତନ୍ତ୍ର ୱାର୍ଡ଼ରେ ୨୧ ଦିନ ପର୍ଯ୍ୟନ୍ତ ରଖାଯିବ। ସେମାନଙ୍କୁ ପ୍ରତ୍ୟେକ ଦିନ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ। ୨୧ତମ ଦିବସରେ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର ଚିକିତ୍ସକମାନଙ୍କ ଦ୍ୱାରା ପାଦ ବ୍ୟାଣ୍ଡେଜ୍‌ ଖୋଲାଯାଇ ଏକ୍ସ-ରେ କରାଯିବ। ଏହାପରେ ପୁଣି ୩ ମାସ ପାଇଁ ବ୍ୟାଣ୍ଡେଜ୍‌ କରାଯାଇ, ସେମାନଙ୍କୁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ରଖାଯିବ। ପୁନର୍ବାସ କେନ୍ଦ୍ର ଦ୍ୱାରା ଫିଜିଓଥେରାପି ଚିକିତ୍ସା ସହିତ ସ୍ବତନ୍ତ୍ର ଭାବେ ନିର୍ମିତ ଯୋତା ପ୍ରଦାନ କରାଯିବ। ଏହା ଏକ ଜଟିଳ ଓ ବ୍ୟୟବହୁଳ ଅସ୍ତ୍ରୋପଚାର ହୋଇଥିଲେ ପ୍ରତ୍ୟେକ ଶିଶୁଙ୍କ ପିଛା ଖର୍ଚ୍ଚ ହେଉଥିବା ୩୦ ହଜାର ଟଙ୍କା ରାଜ୍ୟ ସରକାର ବହନ କରୁଥିବାରୁ ବିନାମୂଲ୍ୟରେ ଅସ୍ତ୍ରୋପଚାର ହୋଇପାରୁଛି ।
ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ଏହା ଥିଲା ଦଶମ ଅସ୍ତ୍ରୋପଚାର ଶିବିର। ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଓଡ଼ିଶାର ନୋଡ଼ାଲ୍‌ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ୨୦୦୯ରୁ ୨୦୧୭ ମଧ୍ୟରେ ୩୧୪ ଜନ୍ମଗତ ପାଦ ବିକୃତି ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ଠିକ୍‌ କରାଯାଇଛି। ସେହିପରି ୨୦୧୪ରୁ ୨୦୧୮ ମଧ୍ୟରେ ଉକ୍ତ କେନ୍ଦ୍ର ତତ୍ତ୍ୱାବଧାନରେ ଓଡ଼ିଶାର ଅନ୍ୟ ଜିଲାମାନଙ୍କରେ ମୋଟ ୭୯୧ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି ବୋଲି ଜିଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର ଡା. ମହାପାତ୍ର, ଡା. ପବିତ୍ର କୁମାର ସାହୁ, ଡା. ସୁଧାକର ପ୍ରଧାନ, ଡା. ପ୍ରମୋଦ କୁମାର ପରିଡ଼ା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସୟଦ ସାହରୁହ ଅହମ୍ମଦ, ନିଶ୍ଚେତକ ବିଶେଷଜ୍ଞ ଗୋପାଳ କୃଷ୍ଣ ସାହୁ ଓ ଗୌରଚନ୍ଦ୍ର ବିଶ୍ୱାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri