ଭୁବନେଶ୍ୱର,୧୪।୩(ବ୍ୟୁରୋ): ବାତ୍ୟା ଓ ବନ୍ୟା ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନକ ହାସଲ କରିବା ପରେ ବର୍ତ୍ତମାନ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍ଡିଏମ୍ଏ) ସୁନାମୀ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟରେ ଚିହ୍ନିତ ୩୨୮ ସୁନାମୀ ପ୍ରବଣ ଗ୍ରାମକୁ ‘ସୁନାମୀ ପ୍ରସ୍ତୁତ’ ଗ୍ରାମରେ ପରିଣତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଲୋକସେବା ଭବନଠାରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଏସ୍ଡିଏମ୍ଏ ପରିଚାଳନା ପରିଷଦ ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସୁନାମୀ ପ୍ରବଣ ଗ୍ରାମଗୁଡିକରେ ସଚେତନତା, ସୂଚନା, ଶିକ୍ଷା ଓ ନିୟମିତ ଯୋଗାଯୋଗ କାର୍ଯ୍ୟକ୍ରମ ସଘନ କରାଯିବ। ଏ ବିଷୟରେ ତଥ୍ୟ ଉପସ୍ଥାପନ କରି ଅତିରିକ୍ତ ମୁଖ୍ୟ ଶାସକ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଗଞ୍ଜାମ ଜିଲାର ବକ୍ସିପାଲି ଏବଂ ଜଗତ୍ସିଂହପୁରର ଗଡହରିଶପୁର ‘ସୁନାମୀ ପ୍ରସ୍ତୁତ’ ଗ୍ରାମ ଭାବେ ୟୁନିସେଫର ନିର୍ଦ୍ଧାରିତ ୧୧ଟି ମାନକ ପୂରଣ କରିଛନ୍ତି। ଖୁବ୍ଶୀଘ୍ର ଏହି ଦୁଇ ଗ୍ରାମକୁ ୟୁନିସେଫର ସ୍ବୀକୃତି ମିଳିବ। ଏହାପରେ ଭାରତ ମହାସାଗର ସହିତ ସଂଯୁକ୍ତ ପ୍ରାୟ ୬୫ଟି ଦେଶ ମଧ୍ୟ ଉକ୍ତ ମାନ୍ୟତା ପାଇବା କ୍ଷେତ୍ରରେ ପ୍ରଥମ ଦେଶ ହେବ ବୋଲି ଜେନା କହିଛନ୍ତି।
ସମସ୍ତ ତଥ୍ୟର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ସମସ୍ତ ବହୁମୁଖୀ ଆଶ୍ରୟସ୍ଥଳୀ ଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୫ ଜିଲାରେ ଥିବା ସମସ୍ତ ଆଶ୍ରୟସ୍ଥଳୀର ସରଜମିନ ତଦନ୍ତ କରାଯାଇଥିବା ଜେନା ବୈଠକରେ ସୂଚନା ଦେଇଛନ୍ତି। ରାଜ୍ୟର ମୋଟ ୫୭୯ଟି ବହୁମୁଖୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଥିବାବେଳେ ଆସନ୍ତା ଜୁନ୍ ସୁଦ୍ଧା ଏହା ଶେଷହେବ ବୋଲି ଜଣାପଡିଛି। ସବୁଥିରେ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଯିବ। ଆର୍ଥ ନେଟ୍ଓ୍ବର୍କ ସଂସ୍ଥା ସହ ସହଭାଗିତାରେ ରାଜ୍ୟର ୬ଟି ସ୍ଥାନରେ ବଜ୍ରପାତ ଓ ଘଡଘଡି ପୂର୍ବାନୁମାନ ଯନ୍ତ୍ର ସ୍ଥାପିତ ହୋଇଛି। ଫଳରେ ୩୦ମିନିଟ ପୂର୍ବରୁ ବଜ୍ରପାତ ସମ୍ଭାବନା ଥିବା ଲୋକଙ୍କୁ ଜଣାଇ ଦିଆଯାଇପାରୁଛି। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ପ୍ରସାରିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ବିଜେଡିକୁ ଶକ୍ତ ଝଟ୍କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ
ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...
ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…
ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...
ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…
ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...
ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍ପି, କହିଲେ ବିନା ପିସିରେ..
ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...
ପାର୍ ହେଉହେଉ ଭାଙ୍ଗିପଡ଼ିଲା ପୋଲ
ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...
ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ
ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...
ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ…
କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...
ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…
ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...
Archives


