ଭୁବନେଶ୍ୱର,୧୪।୩(ବ୍ୟୁରୋ): ବାତ୍ୟା ଓ ବନ୍ୟା ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନକ ହାସଲ କରିବା ପରେ ବର୍ତ୍ତମାନ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍ଡିଏମ୍ଏ) ସୁନାମୀ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟରେ ଚିହ୍ନିତ ୩୨୮ ସୁନାମୀ ପ୍ରବଣ ଗ୍ରାମକୁ ‘ସୁନାମୀ ପ୍ରସ୍ତୁତ’ ଗ୍ରାମରେ ପରିଣତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଲୋକସେବା ଭବନଠାରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଏସ୍ଡିଏମ୍ଏ ପରିଚାଳନା ପରିଷଦ ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସୁନାମୀ ପ୍ରବଣ ଗ୍ରାମଗୁଡିକରେ ସଚେତନତା, ସୂଚନା, ଶିକ୍ଷା ଓ ନିୟମିତ ଯୋଗାଯୋଗ କାର୍ଯ୍ୟକ୍ରମ ସଘନ କରାଯିବ। ଏ ବିଷୟରେ ତଥ୍ୟ ଉପସ୍ଥାପନ କରି ଅତିରିକ୍ତ ମୁଖ୍ୟ ଶାସକ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଗଞ୍ଜାମ ଜିଲାର ବକ୍ସିପାଲି ଏବଂ ଜଗତ୍ସିଂହପୁରର ଗଡହରିଶପୁର ‘ସୁନାମୀ ପ୍ରସ୍ତୁତ’ ଗ୍ରାମ ଭାବେ ୟୁନିସେଫର ନିର୍ଦ୍ଧାରିତ ୧୧ଟି ମାନକ ପୂରଣ କରିଛନ୍ତି। ଖୁବ୍ଶୀଘ୍ର ଏହି ଦୁଇ ଗ୍ରାମକୁ ୟୁନିସେଫର ସ୍ବୀକୃତି ମିଳିବ। ଏହାପରେ ଭାରତ ମହାସାଗର ସହିତ ସଂଯୁକ୍ତ ପ୍ରାୟ ୬୫ଟି ଦେଶ ମଧ୍ୟ ଉକ୍ତ ମାନ୍ୟତା ପାଇବା କ୍ଷେତ୍ରରେ ପ୍ରଥମ ଦେଶ ହେବ ବୋଲି ଜେନା କହିଛନ୍ତି।
ସମସ୍ତ ତଥ୍ୟର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ସମସ୍ତ ବହୁମୁଖୀ ଆଶ୍ରୟସ୍ଥଳୀ ଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୫ ଜିଲାରେ ଥିବା ସମସ୍ତ ଆଶ୍ରୟସ୍ଥଳୀର ସରଜମିନ ତଦନ୍ତ କରାଯାଇଥିବା ଜେନା ବୈଠକରେ ସୂଚନା ଦେଇଛନ୍ତି। ରାଜ୍ୟର ମୋଟ ୫୭୯ଟି ବହୁମୁଖୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଥିବାବେଳେ ଆସନ୍ତା ଜୁନ୍ ସୁଦ୍ଧା ଏହା ଶେଷହେବ ବୋଲି ଜଣାପଡିଛି। ସବୁଥିରେ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଯିବ। ଆର୍ଥ ନେଟ୍ଓ୍ବର୍କ ସଂସ୍ଥା ସହ ସହଭାଗିତାରେ ରାଜ୍ୟର ୬ଟି ସ୍ଥାନରେ ବଜ୍ରପାତ ଓ ଘଡଘଡି ପୂର୍ବାନୁମାନ ଯନ୍ତ୍ର ସ୍ଥାପିତ ହୋଇଛି। ଫଳରେ ୩୦ମିନିଟ ପୂର୍ବରୁ ବଜ୍ରପାତ ସମ୍ଭାବନା ଥିବା ଲୋକଙ୍କୁ ଜଣାଇ ଦିଆଯାଇପାରୁଛି। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ପ୍ରସାରିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର
ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…
ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…
ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ
ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…
ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…
ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ
ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…
କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….
ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…
ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
Archives

