Posted inଖେଳ

୩ୟ ଟେଷ୍ଟ :ଇନିଂସ ବିଜୟ ସହ ଇଂଲଣ୍ଡର ଅଗ୍ରଣୀ

ପୋର୍ଟ ଏଲିଜାବେଥ୍‌, ୨୦।୧ (ଏଏଫ୍‌ପି)- ସ୍ଥାନୀୟ ସେଣ୍ଟ ଜଜର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଏକ ଇନିଂସ ଓ ୫୩ ରନରେ ବିଜୟୀ ଲାଭ କରିଛି। ଏହି ବିଜୟ ସହ ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ୪ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ଲାଭ କରିଛି। ସିରିଜର ପ୍ରଥମ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ୧୦୭ ରନରେ ଜିତିଥିଲା। ଏହାପରେ ଇଂଲଣ୍ଡ ୨ୟ ମ୍ୟାଚ୍‌କୁ ୧୮୯ ରନର ବୃହତ୍‌ ବ୍ୟବଧାନରେ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ତିମ ତଥା ୪ର୍ଥ ଟେଷ୍ଟ ଜାନୁୟାରୀ ୨୪ରୁ ଜୋହାନ୍ସବର୍ଗରେ ଆରମ୍ଭ ହେବ।
ପ୍ରଥମ ଇନିଂସ ସ୍କୋର ୪୯୯ ରନ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୨୦୯ରେ ସୀମିତ ରହିଥିଲା। ୨୯୦ ରନ ପଛରେ ଥାଇ ଫଲୋଅନ୍‌ ପାଇଥିବା ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରି ରବିବାର ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬ ଉଇକେଟ୍‌ ହରାଇ ୧୦୨ ରନ କରି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଅନ୍ତିମ ଦିନରେ ସୋମବାର ମ୍ୟାଚ୍‌କୁ ବଞ୍ଚାଇବା ଲାଗି ଘରୋଇ ଦଳ ପାଇଁ କାଠିକର ପାଠ ରହିଥିଲା। ଦଳୀୟ ସ୍କୋର ୧୩୭ ରନ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୯ମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ତେବେ ଅନ୍ତିମ ତଥା ୧୦ମ ଉଇକେଟ୍‌ରେ କେଶବ ମହାରାଜ (୭୧) ଓ ଡାନେ ପିଟରସନ (୩୯*) ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରି ନ ଥିଲେ। ଉଭୟେ ୧୦ମ ଉଇକେଟରେ ୯୯ ରନର ପାର୍ଟନରସିପ କରିବା ଫଳରେ ଦକ୍ଷିଣ ଆଫ୍ରିକା ୨୩୭ ରନରେ ସୀମିତ ରହିଥିଲା। ବିଜୟୀ ଦଳ ପକ୍ଷରୁ ସାମୟିକ ଅଫ୍‌-ସ୍ପିନ ବୋଲିଂ କରିଥିବା ଜୋ ରୁଟ୍‌ ୪ ଓ ଦ୍ରୁତ ବୋଲର ମାର୍କ ଉଡ୍‌ ୩ଟି ଉଇକେଟ୍‌ ନେଇଥିଲେ। ତେବେ ରୁଟ୍‌ ଗୋଟିଏ ଓଭରରେ ୨୮ ରନ ବ୍ୟୟ କରିଥିଲେ। ରୁଟ୍‌ଙ୍କ ଏହି ଓଭରରେ ଦକ୍ଷିଣ ଆଫ୍ରିକା ଲେଗ୍‌-ସ୍ପିନର ମହାରାଜ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଆଉ ଗୋଟିଏ ବଲ୍‌ରୁ ବାଇ ଆକାରରେ ୪ ରନ ମିଳିଥିଲା। ଦକ୍ଷିଣ ଆଫ୍ରିକା ଏହାର ଶେଷ ୮ ମ୍ୟାଚ୍‌ରୁ ୭ମ ପରାଜୟବରଣ କରିଛି। ୧୩୫ ରନର ଶତକୀୟ ଇନିଂସ ଖେଳିଥିବା ଓଲି ପୋପ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ- ୪୯୯/୯ (ପୋପ୍‌ ୧୩୫*, ବେନ୍‌ ଷ୍ଟୋକ୍ସ ୧୨୦, ମହାରାଜ ୫/୧୮୦)।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୦୯/୧୦ (କ୍ୱିଣ୍ଟନ ଡି କକ୍‌ ୬୩, ଡିନ୍‌ ଏଲଗାର ୩୫, ଡୋମିନିକ ବେସ୍‌ ୫/୫୧)।
ଦକ୍ଷିଣ ଆଫ୍ରିକା ୨ୟ ଇନିଂସ (ଫଲୋଅନ୍‌)- ୨୩୭/୧୦ (ଫାଫ୍‌ ଡୁ ପ୍ଲେସିସ୍‌ ୩୬, ମହାରାଜ ୭୧, ରୁଟ୍‌ ୪/୮୭)।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri