୩ ବର୍ଷରେ ଓଏସ୍‌ଏଫ୍‌ଡିସି ଏସ୍‌ସି,ଏସ୍‌ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍‌ସିଡି ଦେଇଛି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନାରେ ବ୍ୟାଙ୍କରୁ ସବ୍‌ସିଡିରେ ଋଣ ଯୋଗାଇ ଦିଆଯାଉଛି। ଏହି ଋଣ ଓଡ଼ିଶା ଏସ୍‌ସି/ଏସ୍‌ଟି, ଅର୍ଥ ଉନ୍ନୟନ ସମବାୟ ନିଗମ(ଓଏସ୍‌ଏଫ୍‌ଡିସି) ପ୍ରଦାନ କରିଥାଏ। ଏହି ଯୋଜନାରେ ବିଭିନ୍ନ ଆୟକାରୀ ପ୍ରକଳ୍ପ ଯଥା କୃଷି ଉନ୍ନୟନ, ପଶୁ ପାଳନ, ମାଛ ଚାଷ, କ୍ଷୁଦ୍ର ଜଳସେଚନ, କ୍ଷୁଦ୍ର କୁଟୀରଶିଳ୍ପ ଆଦି ପ୍ରକଳ୍ପ ପାଇଁ ରିହାତିଯୁକ୍ତ ଋଣ ପ୍ରଦାନ କରାଯାଉଛି। ଗତ ୩ବର୍ଷରେ ଏହି ଯୋଜନାରେ ୧୮୨୬ ଅନୁସୂଚିତ ଜାତିର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୩୬୫୭ ହିତାଧିକାରୀଙ୍କୁ ଋଣ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଋଣ ସବ୍‌ସିଡି ମାଧ୍ୟମରେ ନିଗମ ୨୧୪୧.୪୬ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରିଛି। ଏହାଛଡ଼ା ନିଗମ ଦ୍ୱାରା ଅନୁସୂଚିତ ଜାତି ବର୍ଗର ଯୁବତୀଯୁବକଙ୍କୁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ତାଲିମ ଯୋଜନା ଅଧୀନରେ ବିଭିନ୍ନ ପଞ୍ଜୀକୃତ ସଂସ୍ଥା ଜରିଆରେ ତାଲିମ ଦିଆଯାଇ ଆତ୍ମନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରାଯାଉଛି। ଗତ ୩ ବର୍ଷ ମଧ୍ୟରେ ଅନୁସୂଚିତ ଜାତିର ୭୭୦୦ ଯୁବତୀଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଶୁକ୍ରବାର ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri