୨୮ କୁଇଣ୍ଟାଲ ପଲିଥିନ ଜବତ, ହଜାରେ ଟଙ୍କା ଜରିମାନା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ସହର ହରିମହୁରୀ ଛକରୁ ବୁଧବାର ପୌର କର୍ମଚାରୀମାନେ ୨୮ କୁଇଣ୍ଟାଲ ପଲିଥିନ ଜବତ କରିବା ସହ ୧ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ତେବେ ଏତେ ପରିମାଣର ପଲିଥିନ ଜବତ ହୋଇଥିଲେ ବି ମାତ୍ର ୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାରୁ ଏହାକୁ ନେଇ ଅନେକ ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ନିକଟରୁ ଏକ କୁଇଣ୍ଟାଲ ପଲିଥିନ ଜବତ ହେଲେ ୫ରୁ ୧୦ ହଜାର ଟଙ୍କା ଜରିମାନା ନିଆଯାଉଥିବା ବେଳେ ଏ କ୍ଷେତ୍ରରେ ମାତ୍ର ୧ ହଜାର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ବରଗଡ଼ରୁ ଏକ ପିକ୍‌ଅପ ଭ୍ୟାନ ନଂ. (ଓଡି୧୫ଏଲ୍‌-୮୫୦୧)ରେ ୨୮ କୁଇଣ୍ଟାଲ ପଲିଥିନ ଅନୁଗୋଳ ଆସୁଥିବା ପୌରସଂସ୍ଥା ନିକଟରେ ଖବର ପହଞ୍ଚିଥିଲା। ତେଣୁ ପୌରକର୍ମଚାରୀମାନେ ହରିମହୁରୀ ଛକରେ ଚଢ଼ାଉ କରି ପଲିଥିନ ସହ ଗାଡ଼ିକୁ ପୌରକାର୍ଯ୍ୟାଳୟକୁ ଆଣିଥିଲେ। ଗାଡ଼ିରେ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କାର ପଲିଥିନ ଥିବା ଜଣାପଡ଼ିବା ପରେ ଜୋରିମାନା ବାବଦକୁ ୧ ହଜାର ଟଙ୍କା କଟାଯିବା ସହ ଉକ୍ତ ପଲିଥିନକୁ ଜବତ କରାଯାଇଥିବା ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି। ତେବେ ସହରର ବ୍ୟବସାୟୀମାନେ ଉଠାଇଥିବା ପ୍ରଶ୍ନ ଉପରେ ଜେନା ଆଦୌ ମୁହଁା ଖୋଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଖେଳିବେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧ା୨:  ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri