୨୫ରୁ ଆରମ୍ଭ ହେବ ଷୋଡଶ ବିଧାନସଭା ଅଧିବେଶନ : ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨ ପର୍ଯ୍ୟନ୍ତ ଚାଲିବ। ପୁଣି ଦ୍ୱିତୀୟ ଅଧିବେଶନ ଜୁଲାଇ ୧୨ରୁ ଅଗଷ୍ଟ ୮ ହେବ। ତେଣୁ ଏହାକୁ ଦୁଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ,୧୦୦ ପୋଲିସ ଅଫିସର ମୁତୟନ ରହିବେ। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ। ତାଙ୍କ ତଳକୁ ୪ ଜଣ ଅତିରିକ୍ତ ଡିସିପି,୧୩ ଜଣ ଏସିପି,୧୦ ଜଣ ଇନ୍ସପେକ୍ଟର, ୬୨ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪ ଜଣ ଟ୍ରାଫିକ ପୋଲିସ ପ୍ରମୁଖ ମୁତୟନ ରହିବେ। ବିଧାନସଭା ଚାଲିବା ପୂର୍ବଦିନ ସନ୍ଧ୍ୟାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ବିଧାନସଭା ଭିତର ଓ ବାହାରେ ଯାଞ୍ଚ କରିବ। ଏହାସହ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ବିଧାନସଭା ଭିତର ଓ ବାହାରେ ବୁଲି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ।
ବିଧାନସଭାକୁ ଲାଗିଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ଏହି ବ୍ୟାରିକେଡ ନିକଟରେ ପ୍ରାୟ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବ। ସେମାନେ ସନ୍ଦିଗ୍ଧ ଗାଡି ଓ ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଏହାସହ ଏକାଧିକ ବ୍ୟକ୍ତି ରୁଣ୍ଡ ହୋଇ ବିଧାନସଭା ଅଭିମୁଖେ ଯିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ତୁରନ୍ତ ଅଟକ ରଖାଯିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ବିଧାନସଭାର ପାଚେରି ଓ ଏହାର ଚତୁଃପାର୍ଶ୍ୱରେ ପ୍ରାୟ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବିଧାନସଭା ଚାଲୁଥିବାରୁ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ପକ୍ଷରୁ ଦାବି ପୂରଣ ନେଇ ଧାରଣ ଦିଆଯିବ। ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ଫୋର୍ସ୍‌ର ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍‌ ସହ ଧାରଣାସ୍ଥଳରେ ୩୦ରୁ ଊର୍ଦ୍ଧ୍ୱ ସିସିଟିଭି ଲଗାଯାଇଛି। ଧାରଣାସ୍ଥଳରେ ମଧ୍ୟ ସାଦା ପୋଷାକଧାରୀ ପୋଲିସ ମୁତୟନ ରହିବେ। ସେମାନେ ବିଭିନ୍ନ ସଙ୍ଗଠନର ଯୋଜନା ସମ୍ପର୍କରେ ପୋଲିସକୁ ଆଗୁଆ ସୂଚନା ଦେବେ। ଏସବୁ ସତ୍ତ୍ୱେ ଜଣେ ସାଦା ପୋଷାକଧାରୀ ପୋଲିସ କ୍ୟାମେରାରେ ପୂରା ବିକ୍ଷୋଭ ଓ ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବେ। ଏଥିପାଇଁ ବିଧାନସଭା ଉତ୍ତର ଗେଟ, ଫଟୋମେକର୍ସ ଲେନ୍‌ ଓ ଧାରଣାସ୍ଥଳରେ ୩ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ସେଠାରେ ଅଧିକାରୀମାନେ ଉପସ୍ଥିତ ରହି ସିସିଟିଭି ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ଡିସିପି ଏହି ତିନୋଟି କଣ୍ଟ୍ରୋଲ ରୁମ୍‌କୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରିବେ। ଜରୁରିକାଳୀନ ପରିସ୍ଥିତି ପାଇଁ ପାଣିମାଡ ଗାଡି, ଗ୍ୟାସ୍‌ ଓ ଅନ୍ୟ ଯାନ୍ତ୍ରିକ ସରଞ୍ଜାମକୁ ରଖାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri