୨୫ ହଜାର ଟପିଲା କରୋନା ମୃତ୍ୟୁ

ରୋମ୍‌/ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱବ୍ୟାପୀ ୨୫ ହଜାର ୪୧୦ ମୁଣ୍ଡ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାରରେ ପହଞ୍ଚିଲାଣି। ଚାଇନାରେ ଏହି ଭୂତାଣୁ ସଂକ୍ରମଣରେ ୩,୨୯୨ ଜଣଙ୍କ ଜୀବନ ଯାଇଥିବା ବେଳେ ଇଟାଲୀରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୮,୨୧୫ରେ ପହଞ୍ଚିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୫୮୯ରେ ପହଞ୍ଚିଲାଣି। ସେହିଭଳି ସ୍ପେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪,୯୩୪ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଏଠି ୬୪, ୦୫୯କୁ ବୃଦ୍ଧିପାଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧,୩୭୧ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୯୨,୨୦୬ରେ ପହଞ୍ଚିଛି। ଅନୁରୂପ ଭାବେ ଇରାନରେ ୨,୩୭୮ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩୨, ୩୩୩ରେ ପହଞ୍ଚିଛି। ଫ୍ରାନ୍ସରେ ମୃତକଙ୍କ ସଂଖ୍ୟା ୧,୬୯୬ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୯,୧୫୫ରେ ପହଞ୍ଚିଛି। ବ୍ରିଟେନରେ ମୃତ୍ୟୁସଂଖ୍ୟା ୭୫୯ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୪, ୫୪୩କୁ ବୃଦ୍ଧିପାଇଛି। ଜର୍ମାନୀରେ ୩୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯, ୩୩୪ ସଂକ୍ରମିତ ଅଛନ୍ତି। ସ୍ବିଜରଲାଣ୍ଡରେ ୨୦୭ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୨,୩୧୧ରେ ପହଞ୍ଚିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆରେ ୧୩୯, ନେଦରଲାଣ୍ଡରେ ୫୪୬, ବେଲଜିୟମରେ ୨୮୯, ସ୍ବୀଡେନ୍‌ରେ ୯୨, ପର୍ତ୍ତୃଗାଲରେ ୭୬, କାନାଡାରେ ୪୦, ତୁର୍କୀରେ ୭୫ ଲୋକ ଏହି ମହାମାରୀର ଶିକାର ହୋଇଥିବା ଜଣାପଡ଼ିଛି। ଚାରିଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସଂକ୍ରମିତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରିରହିଛି। ବିଭିନ୍ନ ଦେଶ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଥିଲେ ହେଁ କରୋନା ମହାମାରୀ ବୋଲ ମାନୁନି। ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଛି। ସତର୍କ ରହିବା ଲାଗି ପରାମର୍ଶ ଦିଆଯାଉଛି।

ଭାରତରେ ୨୦
ଭାରତରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚତ୍ଛି। ଗୁରୁବାର ଗୋଟିଏ ଦିନରେ ୭ ଜଣଙ୍କ ଜୀବନ ନେଇଛି କୋଭିଡ୍‌-୧୯। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ୮୬୩ରେ ପହଞ୍ଚତ୍ଥିବା ଜଣାପଡିଛି। ୨୪ ଘଣ୍ଟା ମଧ୍ୟରେ ୧୩୬ ନୂଆ ମାମଲା ନଜରକୁ ଆସିଛି। ମୁମ୍ବାଇରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜମ୍ମୁ-କଶ୍ମୀରର ସୋପୋର, ରାଜସ୍ଥାନର ଭିଲଓ୍ବାରାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ବୟସ ୬୫ ଓ ଏହାଠାରୁ ଅଧିକ ରହିଛି। ମଧ୍ୟପ୍ରଦେଶରେ କରୋନାରେ ଦ୍ୱିତୀୟ ମୃତ୍ୟୁ ଘଟିଛି। ସେଠାରେ ଜଣେ ୩୫ ବର୍ଷୀୟ ଯୁବକଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ବିଦେଶ ଗସ୍ତରେ ଯାଇ ନ ଥିବାବେଳେ ଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷାରୁ ତାଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଗୁଜରାଟରେ ଗୁରୁବାର ୫ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୩୭ ଥିବାବେଳେ ମହାରାଷ୍ଟ୍ରରେ ୧୩୦, କର୍ନାଟକରେ ୫୫, ତେଲଙ୍ଗାନରେ ୪୫ ଓ ଗୁଜରାଟରେ ୪୫ ରହିଛି। ଗୁରୁବାର ଦିଲ୍ଲୀରେ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri