୨୫ ପୀଠର ବିକାଶ ଆଶା ଉଜ୍ଜୀବିତ

ଜଗତ୍‌ସିଂହପୁର ଅଫିସ, ୩ା୩: କଳା, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଜଗତ୍‌ସିଂହପୁରର ସ୍ବତନ୍ତ୍ରତା ରହିଛି। ଏହାବାଦ୍‌ ମା’ ଶାରଳା ମନ୍ଦିରଠାରୁ ଗୋରେଖନାଥ ପୀଠ ପର୍ଯ୍ୟନ୍ତ ଅନେକ ଧାର୍ମିକ ମଠ, ମନ୍ଦିର ଜିଲାର ଗାରିମା ବଢାଇଛି। କିନ୍ତୁ ଏସବୁର ବିକାଶ ଆଶାଜନକ ହୋଇପାରୁନାହିଁ। କେତେକ ମଠ, ମନ୍ଦିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଆଉ ଅନେକର ବିକାଶ ବାଧାପ୍ରାପ୍ତ ହୋଇଛି। ଏହିକ୍ରମରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୩ ଧାର୍ମିକ ଅନୁଷ୍ଠାନକୁ ୧ କୋଟି ଲେଖାଏ ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। ଏଥିରେ ତିର୍ତ୍ତୋଲର ଶାରଳା ମନ୍ଦିର ରହିଛି। ଏକଥା ଲୋକଙ୍କ ମନରେ ଖୁସି ଭରି ଦେଇଛି। ଆଗକୁ ଅନ୍ୟ ଧାର୍ମିକ ଅନୁଷ୍ଠାନଗୁଡିକୁ ସରକାରୀ ଅନୁଦାନ ମିଳିବା ରାସ୍ତା ପରିସ୍କାର ହୋଇଥିବାରୁ ବିଶେଷକରି ହିନ୍ଦୁ ଓ ମୁସଲିମ୍‌ ଧର୍ମାବଲମ୍ବିମାନେ ଆଶ୍ୱସ୍ତି ପ୍ରକାଶ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜଗତ୍‌ସିଂହପୁର ଜିଲାର ୨୫ ପୀଠର ବିକାଶ ଆଶା ଉଜ୍ଜୀବିତ ହୋଇଛି।
ସୂଚନା ଅନୁଯାୟୀ, ଶାରଳାଙ୍କ ପୀଠ କେବଳ ରାଜ୍ୟ ନୁହେଁ, ବାହାରେ ମଧ୍ୟ ପରିଚିତ। ଜିଲାର ଏହି ପ୍ରସିଦ୍ଧ ପୀଠର ବିକାଶ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସିଛି। ଜିଲା ପ୍ରଶାସନ ମଧ୍ୟ ଜନସାଧାରଣଙ୍କ ଯୁକ୍ତି ସହ ଏକମତ ହୋଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛି। ରାଜ୍ୟ ପ୍ରନତ୍ତତ୍ତ୍ବ ବିଭାଗ ଦ୍ୱାରା ପରିଚାଳିତ ଏହି ମନ୍ଦିରର ଆୟର ଏକମାତ୍ର ମାଧ୍ୟମ ହେଉଛି ଭୋଗ ଓ ଦୀପ ଦୋକାନ। ବାର୍ଷିକ ପାଖାପାଖି ୨ କୋଟି ଆୟ ହେଉଥିବା ବେଳେ ବ୍ୟୟ ୧.୫ କୋଟି ହେଉଥିବା ଦର୍ଶାଯାଉଛି। କିନ୍ତୁ ମନ୍ଦିର ଓ ଏହି ପରିସରର ବିକାଶ ଆଶାଜନକ ହେଉନାହିଁ। ଓଟିଡିସି କମ୍ପ୍ଲେକ୍ସ କାମ ଅସମ୍ପୂର୍ଣ୍ଣ ଥିବା ବେଳେ ଲୋକଙ୍କ ରହିବା ପାଇଁ ଅଧିକ ବଙ୍ଗଳାର ଆବଶ୍ୟକତା ଦେଖାଦେଇଛି। ଯେଉଁ ବଙ୍ଗଳାଟି ଅଛି ତାର ସୁଟ୍‌ ସଂଖ୍ୟା ବଢାଯିବା ଦରକାର ପଡୁଛି। ବ୍ୟବସାୟ ପାଇଁ ମାର୍କେଟ କମ୍ପ୍ଲେକ୍ସ, ୨ଟି ଜୋତା ଷ୍ଟାଣ୍ଡ, ବିବାହ ଓ ବ୍ରତ ଆଦି ପାଇଁ ମଣ୍ଡପ, ଐତିହାସିକ ଚନ୍ଦନ ପୋଖରୀ ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏସବୁ ପାଇଁ ଅନୁଦାନ ଯୋଗାଇ ଦେବାକୁ ଜିଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି ପିପଳମାଧବର ଧର୍ମେଶ୍ୱର ମହାଦେବ ମନ୍ଦିର, ଚାନ୍ଦପୁର (ମହିଳୋ)ର ରଘୁନାଥଜୀଉ ମନ୍ଦିର, ହାଜିପୁରସ୍ଥିତ ପଞ୍ଚଶଖା ଧ୍ୟାନକୁଦ, ଅଷ୍ଟଶମ୍ଭୁ ମହାଦେବ ମନ୍ଦିର, ନାଉଲୋର ଯଶୋବନ୍ତ ପୀଠ, ନାଉଗାଁ ଗାରୋଇସ୍ଥିତ ଜଗନ୍ନାଥ ମନ୍ଦିର, ବନ୍ଦରର ବନ୍ଦରେଇ ଠାକୁରାଣୀ, ଇଛାପୁର ପଞ୍ଚାୟତ ପରାହାଟର ଭଗବତୀ ମନ୍ଦିର, ଖାଲଗାଁର ନୃସିଂହନାଥ ମନ୍ଦିର, ପଞ୍ଚପଲ୍ଲୀର ଗ୍ରାମେଶ୍ୱର ମନ୍ଦିର, ଅଢଙ୍ଗ ପଞ୍ଚାୟତ ଖଲେରୀର ନୀଳକଣ୍ଠେଶ୍ୱର ମନ୍ଦିର, ତିତିରା ପଞ୍ଚାୟତ ବେଗୁନିଆ ଗ୍ରାମସ୍ଥିତ ବାନାମ୍ବର ଗାଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି। ଜଗତ୍‌ସିଂହପୁରର ମୁଚୁକୁନ୍ଦ ସୋମନାଥ ପୀଠ, ପୁନଙ୍ଗ ପଞ୍ଚାୟତ ବାରଙ୍ଗସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର, କଣ୍ଟାବଲ୍ଲଭପୁରର ମା’ ଶାନ୍ତି ଭଉଣୀ ମନ୍ଦିର, ପୁନଙ୍ଗର ମା’ ହରଶ୍ଚଣ୍ଡି ଦର୍ଗା ମନ୍ଦିର, ସିପି-ମକୁନ୍ଦପୁରସ୍ଥିତ ମା’ ସୁବର୍ଣ୍ଣ ବରାହୀ ମନ୍ଦିର, ଏରସମା ବ୍ଲକ ନାରଦିଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଲ୍ଲିସ୍ଥିତ ଗ୍ରାମେଶ୍ୱର ମନ୍ଦିର, ଗଡ଼କୁଜଙ୍ଗର କୁଞ୍ଜବିହାରୀ ମନ୍ଦିର, ଗଡ଼ବିଶୁନପୁର ପଞ୍ଚାୟତ ସାରବନିଳସ୍ଥିତ ବଳଦେବଜୀଉ ମନ୍ଦିର, ଚଟୁଆର ବେଡିମଠ ମନ୍ଦିର, ଏରସମା ଜଗନ୍ନାଥ ମନ୍ଦିର ଓ ପାରାଦୀପ ଜଗନ୍ନାଥ ମନ୍ଦିରର ବିକାଶ ନେଇ ଦାବି ଉଠିଛି। ରଘୁନାଥପୁର ବ୍ଲକ ଛପଡ଼ା ନିକଟସ୍ଥ ବାବା ଗୋରେଖନାଥ ପୀଠ ପ୍ରନତ୍ତତ୍ତ୍ବ ବିଭାଗ ଦ୍ୱାରା ପରିଚାଳିତ। ଏହି ପୀଠରୁ ଭୋଗ ଓ ଦୀପ ଦୋକାନରୁ ବାର୍ଷିକ ୨ କୋଟି ଆୟ ଓ ୫୦ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ଦର୍ଶାଯାଉଛି। ପ୍ରତ୍ୟହ ପୀଠକୁ ରାଜ୍ୟ ତଥା ବାହାରୁ ଶହସ୍ରାଧିକ ଲୋକଙ୍କ ଆଗମନ ହେଉଛି। କିନ୍ତୁ ଦୁଃଖର କଥା ହେଲା ସେଠାରେ ରହିବା ପାଇଁ ବଙ୍ଗଳାଟିଏ ନାହିଁ। ଏପରି କି ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷଟିଏ ମଧ୍ୟ ନାହିଁ। ଏହାବାଦ୍‌ ଚପଲ ଷ୍ଟାଣ୍ଡ, କଲ୍ୟାଣ ମଣ୍ଡପ, ଓଟିଡିସି କମ୍ପ୍ଲେକ୍ସ ଆଦିର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଇନାହିଁ। ଏସବୁ ପୂରଣ ପାଇଁ ଆବଶ୍ୟକ ଅନୁଦାନ ଯୋଗାଯିବାକୁ ଜିଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଇଛି। ଉପରୋକ୍ତ ଧାର୍ମିକ ଅନୁଷ୍ଠାନଗୁଡିକର ବିକାଶ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ବଢିବ ଏବଂ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri