୨୫ ପୀଠର ବିକାଶ ଆଶା ଉଜ୍ଜୀବିତ

ଜଗତ୍‌ସିଂହପୁର ଅଫିସ, ୩ା୩: କଳା, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଜଗତ୍‌ସିଂହପୁରର ସ୍ବତନ୍ତ୍ରତା ରହିଛି। ଏହାବାଦ୍‌ ମା’ ଶାରଳା ମନ୍ଦିରଠାରୁ ଗୋରେଖନାଥ ପୀଠ ପର୍ଯ୍ୟନ୍ତ ଅନେକ ଧାର୍ମିକ ମଠ, ମନ୍ଦିର ଜିଲାର ଗାରିମା ବଢାଇଛି। କିନ୍ତୁ ଏସବୁର ବିକାଶ ଆଶାଜନକ ହୋଇପାରୁନାହିଁ। କେତେକ ମଠ, ମନ୍ଦିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଆଉ ଅନେକର ବିକାଶ ବାଧାପ୍ରାପ୍ତ ହୋଇଛି। ଏହିକ୍ରମରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୩ ଧାର୍ମିକ ଅନୁଷ୍ଠାନକୁ ୧ କୋଟି ଲେଖାଏ ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। ଏଥିରେ ତିର୍ତ୍ତୋଲର ଶାରଳା ମନ୍ଦିର ରହିଛି। ଏକଥା ଲୋକଙ୍କ ମନରେ ଖୁସି ଭରି ଦେଇଛି। ଆଗକୁ ଅନ୍ୟ ଧାର୍ମିକ ଅନୁଷ୍ଠାନଗୁଡିକୁ ସରକାରୀ ଅନୁଦାନ ମିଳିବା ରାସ୍ତା ପରିସ୍କାର ହୋଇଥିବାରୁ ବିଶେଷକରି ହିନ୍ଦୁ ଓ ମୁସଲିମ୍‌ ଧର୍ମାବଲମ୍ବିମାନେ ଆଶ୍ୱସ୍ତି ପ୍ରକାଶ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜଗତ୍‌ସିଂହପୁର ଜିଲାର ୨୫ ପୀଠର ବିକାଶ ଆଶା ଉଜ୍ଜୀବିତ ହୋଇଛି।
ସୂଚନା ଅନୁଯାୟୀ, ଶାରଳାଙ୍କ ପୀଠ କେବଳ ରାଜ୍ୟ ନୁହେଁ, ବାହାରେ ମଧ୍ୟ ପରିଚିତ। ଜିଲାର ଏହି ପ୍ରସିଦ୍ଧ ପୀଠର ବିକାଶ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସିଛି। ଜିଲା ପ୍ରଶାସନ ମଧ୍ୟ ଜନସାଧାରଣଙ୍କ ଯୁକ୍ତି ସହ ଏକମତ ହୋଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛି। ରାଜ୍ୟ ପ୍ରନତ୍ତତ୍ତ୍ବ ବିଭାଗ ଦ୍ୱାରା ପରିଚାଳିତ ଏହି ମନ୍ଦିରର ଆୟର ଏକମାତ୍ର ମାଧ୍ୟମ ହେଉଛି ଭୋଗ ଓ ଦୀପ ଦୋକାନ। ବାର୍ଷିକ ପାଖାପାଖି ୨ କୋଟି ଆୟ ହେଉଥିବା ବେଳେ ବ୍ୟୟ ୧.୫ କୋଟି ହେଉଥିବା ଦର୍ଶାଯାଉଛି। କିନ୍ତୁ ମନ୍ଦିର ଓ ଏହି ପରିସରର ବିକାଶ ଆଶାଜନକ ହେଉନାହିଁ। ଓଟିଡିସି କମ୍ପ୍ଲେକ୍ସ କାମ ଅସମ୍ପୂର୍ଣ୍ଣ ଥିବା ବେଳେ ଲୋକଙ୍କ ରହିବା ପାଇଁ ଅଧିକ ବଙ୍ଗଳାର ଆବଶ୍ୟକତା ଦେଖାଦେଇଛି। ଯେଉଁ ବଙ୍ଗଳାଟି ଅଛି ତାର ସୁଟ୍‌ ସଂଖ୍ୟା ବଢାଯିବା ଦରକାର ପଡୁଛି। ବ୍ୟବସାୟ ପାଇଁ ମାର୍କେଟ କମ୍ପ୍ଲେକ୍ସ, ୨ଟି ଜୋତା ଷ୍ଟାଣ୍ଡ, ବିବାହ ଓ ବ୍ରତ ଆଦି ପାଇଁ ମଣ୍ଡପ, ଐତିହାସିକ ଚନ୍ଦନ ପୋଖରୀ ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏସବୁ ପାଇଁ ଅନୁଦାନ ଯୋଗାଇ ଦେବାକୁ ଜିଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି ପିପଳମାଧବର ଧର୍ମେଶ୍ୱର ମହାଦେବ ମନ୍ଦିର, ଚାନ୍ଦପୁର (ମହିଳୋ)ର ରଘୁନାଥଜୀଉ ମନ୍ଦିର, ହାଜିପୁରସ୍ଥିତ ପଞ୍ଚଶଖା ଧ୍ୟାନକୁଦ, ଅଷ୍ଟଶମ୍ଭୁ ମହାଦେବ ମନ୍ଦିର, ନାଉଲୋର ଯଶୋବନ୍ତ ପୀଠ, ନାଉଗାଁ ଗାରୋଇସ୍ଥିତ ଜଗନ୍ନାଥ ମନ୍ଦିର, ବନ୍ଦରର ବନ୍ଦରେଇ ଠାକୁରାଣୀ, ଇଛାପୁର ପଞ୍ଚାୟତ ପରାହାଟର ଭଗବତୀ ମନ୍ଦିର, ଖାଲଗାଁର ନୃସିଂହନାଥ ମନ୍ଦିର, ପଞ୍ଚପଲ୍ଲୀର ଗ୍ରାମେଶ୍ୱର ମନ୍ଦିର, ଅଢଙ୍ଗ ପଞ୍ଚାୟତ ଖଲେରୀର ନୀଳକଣ୍ଠେଶ୍ୱର ମନ୍ଦିର, ତିତିରା ପଞ୍ଚାୟତ ବେଗୁନିଆ ଗ୍ରାମସ୍ଥିତ ବାନାମ୍ବର ଗାଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି। ଜଗତ୍‌ସିଂହପୁରର ମୁଚୁକୁନ୍ଦ ସୋମନାଥ ପୀଠ, ପୁନଙ୍ଗ ପଞ୍ଚାୟତ ବାରଙ୍ଗସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର, କଣ୍ଟାବଲ୍ଲଭପୁରର ମା’ ଶାନ୍ତି ଭଉଣୀ ମନ୍ଦିର, ପୁନଙ୍ଗର ମା’ ହରଶ୍ଚଣ୍ଡି ଦର୍ଗା ମନ୍ଦିର, ସିପି-ମକୁନ୍ଦପୁରସ୍ଥିତ ମା’ ସୁବର୍ଣ୍ଣ ବରାହୀ ମନ୍ଦିର, ଏରସମା ବ୍ଲକ ନାରଦିଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଲ୍ଲିସ୍ଥିତ ଗ୍ରାମେଶ୍ୱର ମନ୍ଦିର, ଗଡ଼କୁଜଙ୍ଗର କୁଞ୍ଜବିହାରୀ ମନ୍ଦିର, ଗଡ଼ବିଶୁନପୁର ପଞ୍ଚାୟତ ସାରବନିଳସ୍ଥିତ ବଳଦେବଜୀଉ ମନ୍ଦିର, ଚଟୁଆର ବେଡିମଠ ମନ୍ଦିର, ଏରସମା ଜଗନ୍ନାଥ ମନ୍ଦିର ଓ ପାରାଦୀପ ଜଗନ୍ନାଥ ମନ୍ଦିରର ବିକାଶ ନେଇ ଦାବି ଉଠିଛି। ରଘୁନାଥପୁର ବ୍ଲକ ଛପଡ଼ା ନିକଟସ୍ଥ ବାବା ଗୋରେଖନାଥ ପୀଠ ପ୍ରନତ୍ତତ୍ତ୍ବ ବିଭାଗ ଦ୍ୱାରା ପରିଚାଳିତ। ଏହି ପୀଠରୁ ଭୋଗ ଓ ଦୀପ ଦୋକାନରୁ ବାର୍ଷିକ ୨ କୋଟି ଆୟ ଓ ୫୦ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ଦର୍ଶାଯାଉଛି। ପ୍ରତ୍ୟହ ପୀଠକୁ ରାଜ୍ୟ ତଥା ବାହାରୁ ଶହସ୍ରାଧିକ ଲୋକଙ୍କ ଆଗମନ ହେଉଛି। କିନ୍ତୁ ଦୁଃଖର କଥା ହେଲା ସେଠାରେ ରହିବା ପାଇଁ ବଙ୍ଗଳାଟିଏ ନାହିଁ। ଏପରି କି ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷଟିଏ ମଧ୍ୟ ନାହିଁ। ଏହାବାଦ୍‌ ଚପଲ ଷ୍ଟାଣ୍ଡ, କଲ୍ୟାଣ ମଣ୍ଡପ, ଓଟିଡିସି କମ୍ପ୍ଲେକ୍ସ ଆଦିର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଇନାହିଁ। ଏସବୁ ପୂରଣ ପାଇଁ ଆବଶ୍ୟକ ଅନୁଦାନ ଯୋଗାଯିବାକୁ ଜିଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଇଛି। ଉପରୋକ୍ତ ଧାର୍ମିକ ଅନୁଷ୍ଠାନଗୁଡିକର ବିକାଶ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ବଢିବ ଏବଂ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri